fbpx

ଏଭଳି ସମସ୍ୟା ଥିଲେ ଭୁଲରେ ଖାଆନ୍ତୁ ନାହିଁ ବନ୍ଧାକୋବି : ନଚେତ ଭୋଗିପାରନ୍ତି ଭୟଙ୍କର ପରିଣାମ

ବର୍ତ୍ତମାନ ଶୀତଋତୁ ଚାଲୁଥିବା ବେଳେ ବଜାରରେ ବିଭିନ୍ନ ପ୍ରକାର ସବୁଜ ପନିପରିବା ଖୁବ୍ ଶସ୍ତାରେ ମିଳିଥାଏ । ଖାସ କରି ଫୁଲ କୋବି ଅଧିକ ପରିମାଣରେ ବଜାରରେ ବିକ୍ରି ହୋଇଥାଏ । ଫଳେରେ ଅନେକ ଲୋକେ ଫୁଲକୋବିରେ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତିତ କରି ସେବନ କରିଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି, ଏପରି ବି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କୁ ଫୁଲକୋବି ସେବନ କରିବାକୁ ବାରଣ କରାଯାଇଥାଏ । ଯଦି ସେମାନେ ନିଜ ପାଟିର ସ୍ୱାଦ ପାଇଁ ଏହାକୁ ସେବନ କରିଥାନ୍ତି ତେବେ ସେମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା କେଉଁ ବ୍ୟକ୍ତିଙ୍କୁ ଫୁଲକୋବି ସେବନ କରିବାକୁ ବାରଣ କରାଯାଇଥାଏ ।

ଏହି ସବୁ ବ୍ୟକ୍ତିଙ୍କୁ ବାରଣ ଫୁଲକୋବି ସେବନ:

ଗର୍ଭବତୀ ମହିଳାଙ୍କୁ ବାରଣ: ଗର୍ଭଧାରଣ ସମୟରେ ଫୁଲକୋବି ସେବନ କରିବା ଦ୍ୱାରା ଗ୍ୟାସ୍ ଏବଂ କୋଷ୍ଠ କାଠିନ୍ୟ ପରି ସମସ୍ୟା ଦେଖାଦେଇଥାଏ । ଏତତ୍ ବ୍ୟତୀତ ଶିଶୁଙ୍କୁ ସ୍ତନ୍ୟପାନ କରାଉଥିବା ମହିଳାମାନେ ମଧ୍ୟ ଫୁଲକୋବି ସେବନ କରିବା ଉଚିତ୍ ନୁହେଁ । କାରଣ ଏହା ଆପଣଙ୍କ ଶିଶୁର ପେଟ ଖରାପ କରାଇପାରେ ତେଣୁ ଗର୍ଭବତୀ ଏବଂ ପ୍ରସୁତୀ ମହିଳାମାନେ ଫୁଲକୋବି ସେବନ ଠାରୁ ଦୂରେଇ ରୁହନ୍ତୁ ।

ଷ୍ଟୋନ ରୋଗୀ: ଯେଉଁବ୍ୟକ୍ତିମାନଙ୍କର ଷ୍ଟୋନ କିମ୍ବା କୀଡନୀ ଜନିତ ସମସ୍ୟା ଅଛି ସେମାନେ ଫୁଲକୋବୀ ସେବନ ଠାରୁ ଦୂରେଇଲ ରହିବା ଆବଶ୍ୟକ । କାରଣ ଫୁଲକୋବିରେ କ୍ୟାଲସିୟମ୍ ପ୍ରଚୁର ପରିମାଣରେ ରହିଥାଏ । ଫଳରେ ଏହା ଷ୍ଟୋନ ସମସ୍ୟାକୁ ଅଧିକ ମାତ୍ରାରେ ବୃଦ୍ଧି କରିଥାଏ । ଯାହାଫଳରେ ଆପଣଙ୍କୁ ଅପରେସନ ମଧ୍ୟ କରିବାର ସମ୍ଭାବନା ସୃଷ୍ଟି ହୋଇପାରେ ।

ଥାଇରଏଡ୍ ରୋଗୀ: ଯେଉଁ ବ୍ୟକ୍ତିମାନଙ୍କର ଥାଇରଏଡ ପରି ସମସ୍ୟା ଥାଏ , ସେମାନେ ଫୁଲକୋବି ସେବନ କକରିବା ଉଚିତ୍ ନୁହେଁ । କାରଣ ଏହାକୁ ସେବନ କରିବା ଦ୍ୱାରା ଟି-୩ ଏବଂ ଟି-୪ ପରି ହରମୋନ ବଢିଯାଏ । ଏତତ୍ ବ୍ୟତୀତ ଆୟୋଡିନ ବ୍ୟବହାର କରିବାର କ୍ଷମତା ମଧ୍ୟ ପ୍ରଭାବିତ ହୋଇଥାଏ । ଫଳରେ ଏହା ଥାଇରଏଡ ସମସ୍ୟାକୁ ଅଧିକ ବଢାଇ ଦେଇଥାଏ । ଯେଉଁକାରଣରୁ ଏହି ରୋଗରେ ଆକ୍ରାନ୍ତ ଥିବା ବୟକ୍ତି ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାଏ ।

ଗ୍ୟାସ୍ ସମସ୍ୟା: ଯେଉଁ ବ୍ୟକ୍ତିମାନଙ୍କର ଗ୍ୟାସ ପରି ସମସ୍ୟା ଥାଏ , ସେମାନେ ପୁଲକୋବି ସେବନ କରିବା ଉଚିତ୍ ନୁହେଁ । କାରଣ ଫୁଲକୋବିରେ କାର୍ବୋହାଇଡ୍ରେଟ ପ୍ରଚୁର ପରିମାଣରେ ରହିଥାଏ । ଯାହାକି ଗୟାସ ଏବଂ ବଦହଜମି ସମସ୍ୟାକୁ ଅଥିକ ମାତ୍ରାରେ ବଢାଇବାରେ ସହାଯ୍ୟ କରେ । ତେଣୁ ହେି ରୋଗରେ ଆକ୍ରନ୍ତ ବ୍ୟକ୍ତିମାନେ ଫୁଲକୋବି ସେବନ କରିବା ଠାରୁ ନିଜକୁ ଦୂରେଇ ରଖିବା ଉଚିତ୍ ।

Get real time updates directly on you device, subscribe now.