fbpx

ବ୍ୟାଙ୍କରେ କାମ ଥିଲେ ଯଥାଶୀଘ୍ର ସାରି ଦିଅନ୍ତୁ: ଅକ୍ଟୋବରରେ ଅଧାରୁ ଅଧିକ ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ: ସେପ୍ଟେମ୍ବର ମାସ ଶେଷ ହେବା ପାଇଁ ଆଉ ମାତ୍ର ଗୋଟିଏ ସପ୍ତାହ ବାକି ରହିଛି । ଏହାପରେ ବର୍ଷର ଦଶମ ମାସ ବା ଅକ୍ଟୋବର ମାସ ଆରମ୍ଭ ହୋଇଯିବ । ଲୋକଙ୍କ ପାଇଁ ନୂଆ ରୂପ ଏବଂ ନୂଆ ପର୍ବପର୍ବାଣୀ ସାଙ୍ଗରେ ନେଇ ଆସିବ ଏହି ନୂଆ ମାସ । ଏହିମାସରେ ଅନେକ ପୂଜା ପର୍ବର ଆସର ଜମିବ । ଫଳରେ ଅକ୍ଟୋବରରେ ଅଧିକାଂଶ ଦିନ ବ୍ୟାଙ୍କ ବନ୍ଦ ରହିବ । ତେଣୁ ବ୍ୟାଙ୍କ ସହ ଜଡ଼ିତ ସମସ୍ତ କାର୍ଯ୍ୟ ବର୍ତ୍ତମାନ ଠାରୁ ଶେଷ କରି ଦିଅନ୍ତୁ । ନଚେତ୍ ଏହା ଆପଣଙ୍କର ବିଳମ୍ବ ହୋଇପାରେ କିମ୍ବା ଅଟକି ଯାଇପାରେ ।

କେଉଁ କେଉଁ ଦିନ ବ୍ୟାଙ୍କ ବନ୍ଦ ରହିବ?

ଦେଶର କେନ୍ଦ୍ରୀୟ ବ୍ୟାଙ୍କ ଅର୍ଥାତ୍ ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଅକ୍ଟୋବର ମାସର ବ୍ୟାଙ୍କି ହଲି ଡେ’ ଲିଷ୍ଟ ଜାରି କରାଯାଇଛି । ଅକ୍ଟୋବର ମାସରେ ବିଭିନ୍ନ ପର୍ବପର୍ବାଣୀ ପାଇଁ ୧୬ ଦିନ ବ୍ୟାଙ୍କ ବନ୍ଦ ରହିବ ।

ଅକ୍ଟୋବର ୧- ମାସର ପ୍ରଥମ ଦିନ ରବିବାର ହୋଇଥିବାରୁ ବ୍ୟାଙ୍କ ବନ୍ଦ ରହିବ
ଅକ୍ଟୋବର ୨- ଅକ୍ଟୋବର ୨ ତାରିଖରେ ମହାତ୍ମା ଗାନ୍ଧୀ ଜୟନ୍ତୀ ଅବସରରେ ବ୍ୟାଙ୍କ ବନ୍ଦ ରହିବ
ଅକ୍ଟୋବର ୮- ଦ୍ୱିତୀୟ ସପ୍ତାହର ପ୍ରଥମ ଦିନ ରବିବାର ପାଇଁ ବନ୍ଦ ରହିବ ସମସ୍ତ ବ୍ୟାଙ୍କ
ଅକ୍ଟୋବର ୧୪- ମହାଳୟା ପାଇଁ ଅକ୍ଟୋବର ୧୪ ତାରିଖରେ ବ୍ୟାଙ୍କ ବନ୍ଦ ରହିବ
ଅକ୍ଟୋବର ୧୫- ରବିବାର
ଅକ୍ଟୋବର ୧୮- କଟି ବିହୁ ପର୍ବ ପାଇଁ ଗୁଆହାଟୀରେ ବନ୍ଦ ରହିବ ବ୍ୟାଙ୍କ ସେବା
ଅକ୍ଟୋବର ୨୧- ଦୁର୍ଗାପୂଜା(ସପ୍ତମୀ) ଅବସରରେ ଅଗରତାଲା, ଗୁଆହାଟୀ, ଇମ୍ଫାଲ ଏବଂ କୋଲକାତାରେ ସମସ୍ତ ବ୍ୟାଙ୍କ ବନ୍ଦ ରହିବ
ଅକ୍ଟୋବର ୨୨- ରବିବାର
ଅକ୍ଟୋବର ୨୩- ଦୁର୍ଗା ପୂଜା(ନବମୀ) ଅବସରରେ ଅଗରତାଲା, ବେଙ୍ଗଲୁରୁ, ଭୁବନେଶ୍ୱର, ଚେନ୍ନାଇ, ଗୁଆହାଟୀ, ହାଇଦ୍ରାବାଦ, କାନପୁର, କୋଚି, କୋହିମା, କୋଲକାତା ଇତ୍ୟାଦି ସ୍ଥାନରେ ବ୍ୟାଙ୍କିଙ୍ଗ ସେବା ବନ୍ଦ ରହିବ
୨୪ ଅକ୍ଟୋବର- ଦୁର୍ଗା ପୂଜା (ଦଶମୀ)
୨୫ ଅକ୍ଟୋବର – ଦୁର୍ଗା ପୂଜା ପାଇଁ ଗ୍ୟାଙ୍ଗଟୋକରେ ସମସ୍ତ ବ୍ୟାଙ୍କ ଛୁଟି ରହିବ
୨୬ ଅକ୍ଟୋବର- ଦୁର୍ଗା ପୂଜା ପାଇଁ ଗ୍ୟାଙ୍ଗଟକ, ଜାମ୍ମୁ ଏବଂ ଶ୍ରୀନଗରରେ ବ୍ୟାଙ୍କ ବନ୍ଦ ରହିବ
୨୭ ଅକ୍ଟୋବର- ଗ୍ୟାଙ୍ଗଟକରେ ଦୁର୍ଗା ପୂଜା ପାଇଁ ଖୋଲିବନି ବ୍ୟାଙ୍କ
୨୮ ଅକ୍ଟୋବର- ଲକ୍ଷ୍ମୀ ପୂଜା ଅବସରରେ କୋଲକାତାରେ ବ୍ୟାଙ୍କ ଛୁଟି
୨୯ ଅକ୍ଟୋବର- ରବିବାର
୩୧ ଅକ୍ଟୋବର- ସର୍ଦ୍ଦାର ଭାଲାଭଭାଇ ପଟେଲଙ୍କ ଜନ୍ମଦିନ ପାଇଁ ଅହମ୍ମଦାବାଦରେ ବ୍ୟାଙ୍କ ଛୁଟି ଘୋଷଣା କରାଯାଇଛି

Get real time updates directly on you device, subscribe now.