ଲାଲୁ ଯାଦବଙ୍କ ବଢ଼ିଲା ଅଡୁଆ,”ଭଉଣୀର ଇଜ୍ଜତ ଉପରେ ଆଖି ପକାଇବ, ସବୁ କିଛି ବରବାଦ କରିଦେବି”
"ମୋ ଭଉଣୀ ଇଜ୍ଜତ ଉପରେ ଆଞ୍ଚ ଆସିଲେ ତୁମ ପର୍ଦ୍ଦାଫାସ କରିଦେବି"।
ବିହାର: ଏବେ ଚର୍ଚ୍ଚାରେ ଅଛି ଲାଲୁ ଯାଦବଙ୍କ ପରିବାର। RJD ଦଳର ମୁଖିଆ ଲାଲୁ ଯାଦବ ତାଙ୍କ ବଡ଼ ପୁଅ ତେଜ ଯାଦବଙ୍କୁ ଦଳରୁ ଓ ପରିବାରରୁ ୬ ବର୍ଷ ପାଇଁ ବହିଷ୍କାର କରିବା ପରେ ରାଜନୈତିକ ମାହୋଲ ସରଗରମ ହୋଇଛି।
ଆଉ ଏହାରି ଭିତରେ ଲାଲୁ ଯାଦବଙ୍କ ପରିବାରକୁ ଚେତାବନୀ ଦେଇଛନ୍ତି ଆକାଶ ଯାଦବ। ଯିଏକି ଅନୁଷ୍କାଙ୍କ ଭାଇ। ଆଉ ଇଏ ହେଉଛନ୍ତି ସେହି ଅନୁଷ୍କା ଯାହାଙ୍କ ଫଟୋ ଲାଲୁଙ୍କ ବଡ ପୁଅ ତେଜ ପ୍ରତାପଙ୍କ ସହ ଭାଇରାଲ ହେବା ପରେ ବିବାଦ ବଢ଼ିଛି।
ଆଉ ଅନୁଷ୍କାଙ୍କ ଭାଇ ଆକାଶ ମଧ୍ୟ ତେଜଙ୍କ ଘନିଷ୍ଠ ବନ୍ଧୁ। ଆକାଶ ପୂର୍ବରୁ ଆରଜେଡିର ରେ ଥିଲେ ଏବଂ ତେଜ ପ୍ରତାପଙ୍କ ସୁପାରିଶରେ ଆକାଶ ଯାଦବ ଛାତ୍ର ଆରଜେଡିର ସଭାପତି ହୋଇଥିଲେ।
ଲାଲୁଙ୍କ ପରିବାରକୁ ଚେତାବନୀ: ହେଲେ ଏବେ ଆକାଶ ଯାଦବ ଲାଲୁଙ୍କ ପରିବାରକୁ ଚେତାବନୀ ଦେଇଛନ୍ତି। କାରଣ ଏବେ ପ୍ରସଙ୍ଗ ତାଙ୍କ ଭଉଣୀକୁ ନେଇ। ତେଣୁ ନିଜ ଭଉଣୀ ସୁରକ୍ଷା ପ୍ରଥମେ, ପରେ ଆଉ ଯାହା।
ସେଥିପାଇଁ ନିଜ ଭଉଣୀ ସପକ୍ଷରେ ବାହାରି ଆକାଶ କହିଛନ୍ତି, ଯଦି ମୋ ଭଉଣୀ ଇଜ୍ଜତ ଉପରେ ଟିକେ ଆଞ୍ଚ ଆସେ, ତାହାଲେ ମୁଁ ସମସ୍ତଙ୍କ ପର୍ଦ୍ଦାଫାସ କରିଦେବି। ଏହାସହ ଆକାଶ ଆହୁରି ମଧ୍ୟ କହିଛନ୍ତି, ଲାଲୁ ଯାଦବଙ୍କ ଘରେ ବାହାର ଲୋକଙ୍କ ହସ୍ତକ୍ଷେପ ରହିଛି। ବାହାର ଲୋକମାନେ ପରିବାରକୁ ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି।
ଲାଲୁ ଯାଦବ ବାହାର ଲୋକଙ୍କ ଦ୍ୱାରା ପ୍ରଭାବିତ ହେବା ଉଚିତ୍ ନୁହେଁ। ମୁଁ ସବୁବେଳେ ତେଜ ପ୍ରତାପଙ୍କ ସହିତ ଛିଡ଼ା ହୋଇଛି। ଅନୁଷ୍କାଙ୍କ ଭାଇ ଲାଲୁ ପରିବାରକୁ ଚେତାବନୀ ଦେଇଥିଲେ ଯେ ଯଦି ସେମାନେ ତାଙ୍କ ଭଉଣୀର ସମ୍ମାନକୁ କ୍ଷୁର୍ଣ୍ଣ କରନ୍ତି, ତେବେ ସେ ସେମାନଙ୍କ ପର୍ଦ୍ଦାଫାସ୍ କରିବେ।
ସମ୍ପ୍ରଦାୟକୁ ଅପମାନ: ଆକାଶ ଯାଦବ କହିଛନ୍ତି, “ପ୍ରଥମେ, ରାଷ୍ଟ୍ରୀୟ ଜନତା ଦଳ ଏକ କୋର୍ଟ ଏବଂ ତଦନ୍ତ ଦାବି କରିବା ଉଚିତ ଯେ ଏତେ ବଡ ନେତାଙ୍କ ଆଇଡି ହ୍ୟାକ୍ ହୋଇଛି ଏବଂ ସେମାନେ ଆମକୁ କୋର୍ଟ ଏବଂ ଆଇନର ସହାୟତା ନେବାକୁ କହୁଛନ୍ତି।
ଏହା କେବଳ ଯାଦବ ପରିବାରର ମାନହାନି ନୁହେଁ, ବରଂ ସମଗ୍ର ଯାଦବ ସମ୍ପ୍ରଦାୟର ଅପମାନ। ସାର୍ବଜନୀନ ମଞ୍ଚରେ ନିଜ ବ୍ୟକ୍ତିଗତ ଜୀବନକୁ ଆଣି ଜଣଙ୍କର ଚରିତ୍ରକୁ ମଳିନ କରାଯିବା ଉଚିତ୍ ନୁହେଁ। ଜଣେ ବଢିଲା ପୁଅ ଏବଂ ଝିଅ ନିଷ୍ପତ୍ତି ନେବେ ଯେ ସେମାନଙ୍କୁ କ’ଣ କରିବାକୁ ପଡିବ।”