fbpx

ହଜିଯାଇଛି କି ଭୋଟର ଆଇଡି କାର୍ଡ ? ମାତ୍ର ୧ ମିନିଟରେ ଏପରି କରନ୍ତୁ ଡାଉନଲୋଡ୍

ନୂଆଦିଲ୍ଲୀ: ଭୋଟର ଆଇଡି କାର୍ଡ ଆମ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ । ଯଦି ଆପଣଙ୍କ କାର୍ଡ ହଜିଯାଇଛି, ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ । କାରଣ ଆପଣ ଏହି କାର୍ଡକୁ ପୁଣି ଥରେ ଡାଉନଲୋଡ କରିପାରିବେ । ଭୋଟର ଆଇଡିକୁ ଭୋଟ୍ ଦେବା ବ୍ୟତିତ ପରିଚୟ ପତ୍ର ଭାବେ ବ୍ୟବହାର କରାଯାଏ । ସରକାରୀ କାମ ପାଇଁ ମଧ୍ୟ ଏଂହାକୁ ବ୍ୟବହାର କରାଯାଇପାରିବ । ତେବେ ଆସନ୍ତୁ ଜାଣିବା କିପରି କରିବେ ଭୋଟର ଆଇଡି କାର୍ଡ ଡାଉନଲୋଡ…

– ଡିଜିଟାଲ୍ ଭୋଟର ଆଇଡି ପାଇଁ ଆପଣଙ୍କୁ http://voterportal.eci.gov.inରେ ଯାଇ ରେଜିଷ୍ଟ୍ରର କରିବାକୁ ପଡିବ ।

– ଏହା ପରେ ଆପଣଙ୍କୁ ଜାତୀୟ ମତଦାତା ସେବା ପୋର୍ଟାଲ https://www.nvsp.in/account/loginରେ ଲଗଇନ୍ କରିବାକୁ ପଡିବ ।

– ଏଠାରେ ଲଗଇନ୍ କରିବା ପରେ ଆପଣଙ୍କୁ ଇପିଆଇସି ନମ୍ବର କିମ୍ବା ଫର୍ମ ରେଫରେନ୍ସ ନମ୍ବର ଏଣ୍ଟର କରିବାକୁ ପଡିବ ।

– ଏବେ ଆପଣଙ୍କ ପଞ୍ଜୀକୃତ ନମ୍ବରରେ ଏକ ଓଟିପି ଆସିବ ।

– ଆପଣଙ୍କୁ ୱେବ୍ ପୋର୍ଟାଲରେ ଓଟିପିକୁ ଏଣ୍ଟର କରିବାକୁ ପଡିବ ।

– ଏହା ପରେ ୱେବସାଇଟରେ ଡାଉନଲୋଡ୍ ଇ-ଏପିକ୍(Download e-EPIC) ଉପରେ ଆପଣଙ୍କୁ କ୍ଲିକ୍ କରିବାକୁ ପଡିବ ।

– ବର୍ତ୍ତମାନ ଆପଣଙ୍କର ଡିଜିଟାଲ୍ ଭୋଟର ଆଇଡି PDF ଫର୍ମାଟରେ ଡାଉନଲୋଡ୍ ହେବ ।

ଏହା ବ୍ୟତୀତ ଆପଣ ରଙ୍ଗୀନ ଏବଂ ପ୍ଲାଷ୍ଟିକ୍ ଭୋଟର ପରିଚୟ ପତ୍ର ମଧ୍ୟ ତିଆରି କରିପାରିବେ । ଘରେ ବସି ଏହି କାର୍ଡ ପାଇଁ ଆପଣ ଆବେଦନ କରିପାରିବେ । ଏହା ମଧ୍ୟ ଆକାରରେ ଛୋଟ ଏବଂ ଏହାର ପ୍ରିଣ୍ଟିଙ୍ଗ କ୍ୱାଲିଟି ମଧ୍ୟ ବହୁତ ଭଲ । ଏହି କାର୍ଡ ତିଆରି କରିବାକୁ ହେଲେ ଆପଣଙ୍କୁ କେବଳ ୩୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଏହା ବ୍ୟତୀତ, ଭୋଟର ଆଇଡି ସହିତ ଜଡିତ ଯେକୌଣସି ପ୍ରକାରର ସହାୟତା ପାଇଁ ଆପଣ ଟୋଲ୍ ଫ୍ରି ନମ୍ବର ୧୯୫୦ ରେ ଯୋଗାଯୋଗ କରିପାରିବେ ।

Get real time updates directly on you device, subscribe now.