fbpx

ମନା କଲେ ଆଉ ମିଳିବନି ମାଗଣା ଟିକା

ଭୁବନେଶ୍ୱର,୧୯ ।୧(ଓଡିଶା ଭାସ୍କର): ରାଜ୍ୟରେ ଆଜି ପହଞ୍ଚିବ ୩ ଲକ୍ଷ ୩୪ ହଜାର ୫ ଶହ କୋଭିସିଲ୍ଡ ଟିକା । ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଏହା ସହ ସେ କହିଛନ୍ତି ଯେ, ‘ଟିକା ନେବାକୁ ମନା କଲେ ସରକାରଙ୍କ ପକ୍ଷରୁ ଆଉ ଟିକା ଦିଆଯିବନି । ଅନୁପସ୍ଥିତ ରହିଲେ ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ସୁଯୋଗ ମିଳିବ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସଫଳ ଟିକାକରଣ ଚାଲିଛି । ୩୨ ହଜାର ୫୨୬ ଜଣଙ୍କୁ ଟିକା ଦିଆଯାଇଛି । ଆଜି ଯେତିକି ଟିକା ଆସୁଛି ପଞ୍ଜିକୃତ ସବୁ ସ୍ୱାସ୍ଥ୍ୟକର୍ମୀଙ୍କୁ କଭର କରିବ । କାଲି ଟିକାକରଣରେ ୧୦୨ ପ୍ରତିଶତ ସଫଳତା ମିଳିଛି । ଆଜି ୧୯୨ଟି ସେନସରେ ଟିକାକରଣ ହେଉଛି । ୧୬ ହଜାର ୨୬୨ ଟିକାକରଣ ଲକ୍ଷ୍ୟ ଧାର୍ଯ୍ୟ ରହିଛି । କୌଣସି ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇନି । ୭ଟି ସାମାନ୍ୟ ଧରଣର କେସ୍ ଆସିଥିଲା, ବର୍ତ୍ତମାନ ସବୁ ଠିକ୍ ଅଛି । ୨ଟି ପର୍ଯ୍ୟାୟରେ ଆସିଥିବା ଟିକା ସବୁ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ପର୍ଯ୍ୟାପ୍ତ ହେବ । ସବୁ ସ୍ୱାସ୍ଥ୍ୟକର୍ମୀ ଟିକା ନେବାକୁ ଆଗେଇ ଆସନ୍ତୁ , କାରାଣ ଟିକା ନେବାକୁ ମନା କଲେ ଆଉ ମାଗଣା ଟିକା ମିଳିବନି ।’

Get real time updates directly on you device, subscribe now.