fbpx

ଆଖିରେ ଦେଖାଯାଉଥିଲେ ଏହି ଲକ୍ଷଣ ହୋଇଯାଆନ୍ତୁ ସତର୍କ; ହୋଇପାରେ କ୍ୟାନ୍ସର

ଆଖି ଦ୍ୱାରା ଶରୀର ଭିତରେ ଚାଲିଥିବା ସମସ୍ୟା ବିଷୟରେ ଜାଣିହୁଏ । ଆପଣ ନିଶ୍ଚିତ ଭାବରେ ଅନେକ ଥର ଡାକ୍ତର ରୋଗୀଙ୍କ ଆଖି ପରୀକ୍ଷା କରୁଥିବା ଦେଖିଥିବେ । ଅସୁସ୍ଥ ହେଲେ ସେମାନେ ପ୍ରଥମେ ଆଖିକୁ ଯାଞ୍ଚ କରନ୍ତି । ଏହାର କାରଣ ହେଉଛି ଆଖି ଶରୀରର ପରିବର୍ତ୍ତନ ବିଷୟରେ ତୁରନ୍ତ ସୂଚନା ଦେଇଥାଏ । କିନ୍ତୁ ଗୁରୁତର ରୋଗ ବିଷୟରେ ଜାଣିବା ପାଇଁ, ଏହା ସମ୍ବନ୍ଧୀୟ ଅନୁସନ୍ଧାନ କରିବା ପରେ ହିଁ ଜଣା ପଡିଥାଏ । ତେବେ ବ୍ରିଟେନରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ମହିଳାଙ୍କ ଆଖି ଦେଖି ଡାକ୍ତରମାନେ କହିଥିଲେ ଯେ ତାଙ୍କ ପେଟରେ କ୍ୟାନ୍ସର ହୋଇଛି । ଯାହା ମାରାତ୍ମକ ଭାବେ ବୃଦ୍ଧି ପାଇଛି । ଡାକ୍ତରମାନେ କହିଥିଲେ ଯେ, ୫୨ ବର୍ଷୀୟା ମହିଳାଙ୍କ ପେଟରେ ତିନି ସପ୍ତାହ ଧରି ବହୁତ ଯନ୍ତ୍ରଣା ଅନୁଭବ କରୁଥିଲେ । ସେ ଡାକ୍ତରଙ୍କୁ ଭେଟିବା ପୂର୍ବରୁ ତାଙ୍କ ଆଖିର ଧଳା ରଙ୍ଗ ହଳଦିଆ ହୋଇଥିବାର ଲକ୍ଷ୍ୟ କରାଯାଇଥିଲା ।

ମହିଳା ଜଣଙ୍କ ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ ଭୋକ ନଲାଗିବା ସହ ବହୁତ କ୍ଳାନ୍ତ ଅନୁଭବ କରୁଥିଲେ । ଆମେରିକା ଏବଂ ଭାରତରେ କାର୍ଯ୍ୟ କରୁଥିବା ବିଶେଷଜ୍ଞମାନେ କ୍ୟୁରିସିଆଲ ଜର୍ଣ୍ଣାଲ ଅଫ ମେଡିକାଲ ସାଇନ୍ସରେ ଏହା ଲେଖିଛନ୍ତି । ଅନୁସନ୍ଧାନରୁ ଜଣାପଡିଛି ଯେ ମହିଳାଙ୍କର ଗ୍ୟାଷ୍ଟ୍ରିକ୍ ଆଡେନୋକାର୍କିନୋମା ନାମକ ଏକ ବିପଜ୍ଜନକ ରୋଗ ଅଛି ଯାହା ପେଟ କ୍ୟାନସର କାରଣ ଅଟେ । ସୂଚନା ଅନୁଯାୟୀ, ଯେତେବେଳେ ପେଟରେ କ୍ୟାନ୍ସର ଥାଏ ସେତେବେଳେ ପେଟ କ୍ୟାନ୍ସର ରୋଗର ଚିକିତ୍ସା ସଫଳ ହେବାର ସମ୍ଭାବନା ଥାଏ । ଯଦି ଏହା ପେଟ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ବ୍ୟାପିଛି, ତେବେ ବଞ୍ଚିବାର ସମ୍ଭାବନା ମଧ୍ୟ କମ୍ ହୋଇପାରେ ।

ମହିଳାଙ୍କ କ୍ୟାନ୍ସର ଏତେ ମାତ୍ରାରେ ବୃଦ୍ଧି ପାଇଥିଲା ଯେ ଏହା ତାଙ୍କ ଅନ୍ତନଳୀରେ ବ୍ୟାପି ଯାଇଥିଲା । ଅନ୍ତନଳୀରେ ବ୍ୟାପି ଯାଇଥିବାରୁ ମହିଳାଙ୍କ ଏହି ରୋଗ ସୁସ୍ଥ ହୋଇପାରି ନଥିଲା । ଏହି କାରଣରୁ, ମହିଳାଙ୍କ ଆଖିର ଧଳା ଅଂଶରେ ହଳଦିଆ ରଙ୍ଗ ଦେଖାଯିବା ଆରମ୍ଭ କଲା, ଏହି ଅବସ୍ଥାକୁ ସାଧାରଣତଃ ଜଣ୍ଡିସ୍ କୁହାଯାଏ । ଯେତେବେଳେ ବିଲିରୁବିନ ନାମକ ଏହି ହଳଦିଆ ରଙ୍ଗର ପଦାର୍ଥ ଗଠନ ହୁଏ, ସେତେବେଳେ ଏହା ଦେଖାଯାଏ । ଡାକ୍ତରମାନେ ରିପୋର୍ଟରେ ଲେଖିଛନ୍ତି ଯେ ହଳଦିଆ ଆଖି ହେଉଛି ବିପଦପୂର୍ଣ୍ଣ ପେଟ କ୍ୟାନ୍ସରର ପ୍ରଥମ ଲକ୍ଷଣ । ଏହାର ଲକ୍ଷଣ ହ୍ରାସ କରିବା ପାଇଁ ମହିଳା ଜଣକ ଏକ ଅପରେସନର ସାହାଯ୍ୟ ନେଇଥିଲେ । କିନ୍ତୁଏହି ଅସ୍ତ୍ରୋପଚାର ଦ୍ୱାରା କ୍ୟାନ୍ସର ରୋଗ ଭଲ ହୋଇପାରି ନଥିଲା ।

ରିପୋର୍ଟ ଅନୁଯାୟୀ, ଅସ୍ତ୍ରୋପଚାର ପରେ ମହିଳାଙ୍କୁ ଡିସଚାର୍ଜ କରାଯାଇଥିଲା, କିନ୍ତୁ ସେ କେମୋଥେରାପି ସହିତ ଅଧିକ ଚିକିତ୍ସା ଜାରି ରଖିବାକୁ ମନା କରିଦେଇଥିଲେ ତେଣୁ ଦୁଇ ମାସ ପରେ ତାଙ୍କର ମୃତ୍ୟୁ ହୋଇଥିଲା । ପେଟ କ୍ୟାନ୍ସରକୁ ରୋକିବା ପାଇଁ ଏହାର ଲକ୍ଷଣ କ’ଣ ତାହା ମଧ୍ୟ ଜାଣିବା ଆବଶ୍ୟକ । ଏହି ଲକ୍ଷଣଗୁଡିକ ଜାଣିଥିଲେ ଏହି ଭୟଙ୍କର ରୋଗକୁ ଏଡାଯାଇପାରିବ ।
କୋଲନ୍ କ୍ୟାନସରର ୮ ଲକ୍ଷଣ?

୧. ପେଟ ଜଳିବା

୨. ଅଳ୍ପ ଖାଦ୍ୟ ଖାଇବା ପରେ ପେଟ ଭରିବା ଅନୁଭବ କରିବା ।

୩. ପେଟ ଯନ୍ତ୍ରଣା

୪. ବାନ୍ତି

୫. ଅଜାଣତରେ ଓଜନ ହ୍ରାସ ।

୬. ଖାଇବା ପେଟ ପରେ ଫୁଲିବା ଅନୁଭବ ।

୭. ଗିିଳିବାରେ ଅସୁବିଧା ।

Get real time updates directly on you device, subscribe now.