fbpx

ଆପଣ ପ୍ରେମିକାଙ୍କୁ ପ୍ରପୋଜ୍ କରିବାକୁ ଚାହୁଁଛନ୍ତି କି? ଶୀଘ୍ର କରନ୍ତୁ, ନଚେତ୍ ଆପଣ ଗିରଫ ହୋଇପାରନ୍ତି !

କିଛି ବର୍ଷ ପର୍ଯ୍ୟନ୍ତ ରିଲେସନସିପରେ ରହିବା ପରେ ପ୍ରତ୍ୟେକ ପ୍ରେମୀଯୁଗଳ ବିବାହ ବନ୍ଧନରେ ବାନ୍ଧି ହୋଇ ନିଜର ଜୀବନକୁ ଉପଭୋଗ କରିବାକୁ ଚାହାନ୍ତି । କିନ୍ତୁ ଏପରି କିଛି ପ୍ରେମିକ ଥାଆନ୍ତି ଯେଉଁମାନେ କି ଏ କ୍ଷେତ୍ରରେ ସାମାନ୍ୟ ପଛୁଆ ରହିଥାନ୍ତି । ଅର୍ଥାତ ନିଜର ସାଥୀଙ୍କୁ ବିବାହ ପାଇଁ ପ୍ରପୋଜ କରି ପାରିନଥାନ୍ତି । ଫଳରେ ଏହା ତାଙ୍କର ପ୍ରେମିକାଙ୍କ ମନରେ ବହୁତ କଷ୍ଟ ଦେଇଥାଏ, ସେ ନାରାଜ ହୋଇଯାଇଥାନ୍ତି । ପ୍ରେମିକା ସ୍ୱପ୍ନ ରାଇଜରେ ଉଡ଼ିବୁଲୁଥିବା ବେଳେ ପ୍ରେମିକଙ୍କର ଏଭଳି ହରକତରେ ପ୍ରେମିକାଙ୍କର କୋମଳ ହୃଦୟଟି ଭାଙ୍ଗିଯାଇଥାଏ । ଏଭଳି ଏକ ଘଟଣା ଆଫ୍ରିକା ମହାଦେଶର ଜାମ୍ବିଆରେ ଦେଖିବାକୁ ମିଳିଛି ।

ସୂଚନା ମୁତାବକ ପ୍ରେମୀଯୁଗଳ ୮ ବର୍ଷ ପର୍ଯ୍ୟନ୍ତ ଏକାଠି ରିଲେସନସିପରେ ରହିବା ପରେ ମଧ୍ୟ ପ୍ରେମିକ ଜଣକ ତାଙ୍କର ପ୍ରେମିକାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେବାରେ କାର୍ପଣ୍ୟ କରିଥିଲେ । ସେ ପ୍ରେମିକାଙ୍କର ପ୍ରେମର ଅନୁଭବକୁ ବୁଝିବାରେ ଅସମର୍ଥ ଥିଲେ । ପ୍ରେମିକା କ’ଣ ଚାହୁଁଛନ୍ତି ସେ ତାହା ଜାଣିବାରେ ଅଜ୍ଞ ଥିଲେ । ଏହି ଘଟଣାକୁ ନେଇ ପ୍ରେମିକାଜଣକ ଏତେ ଇମୋଶନାଲ ହୋଇଗଲେ ଯେ ପ୍ରେମିକଙ୍କ ନାମରେ ଏକ ମାମଲା ଦାୟର କରିଦେଲେ ।

ପ୍ରେମିକା ଜଣକ ଆଶା କରିଥିଲେ ଯେ, ତାଙ୍କର ପ୍ରେମିକ ତାଙ୍କୁ ବିବାହ ପାଇଁ ପ୍ରପୋଜ କରିବେ । ମାତ୍ର ୮ ବର୍ଷ ବିତିଯିବା ପରେ ମଧ୍ୟ ପ୍ରେମିକ ଜଣକ ଏହା କରିନଥିଲେ । ପ୍ରେମିକା ଜଣକ କହିବା କଥା ଯେ, ତାଙ୍କ ପ୍ରେମିକ ତାଙ୍କ ସହ ଡେଟ୍ କରୁଥିଲେ ମଧ୍ୟ ତାଙ୍କୁ ପ୍ରପୋଜ କରିନଥିଲେ କି ବିବାହ ପ୍ରସ୍ତାବ ମଧ୍ୟ ଦେଇନଥିଲେ । ଫଳରେ ମହିଳାଙ୍କର ହୃଦୟ ଭାଙ୍ଗିଯାଇଥିଲା ।

ପ୍ରେମିକା ଜଣକ ଆରୋପ ଲଗାଇଛନ୍ତି ଯେ, ତାଙ୍କ ପ୍ରେମିକ ତାଙ୍କୁ ବିବାହ ପ୍ରସ୍ତାବ ନଦେଇ ପ୍ରାୟ ଏକ ଦଶନ୍ଧି ସମୟ ବର୍ବାଦ କରିଥିଲେ । ଫଳରେ ପ୍ରେମିକ ଜଣକ ତାଙ୍କ ସହ ବିଶ୍ୱାସଘାତକତା କରୁଛନ୍ତି ବୋଲି ସନ୍ଦେହ ହୋଇଥିଲା । ତେବେ ଏନେଇ ନ୍ୟାୟାଧୀଶ ଉଭୟଙ୍କୁ କୋର୍ଟ ବାହାରେ ଆପୋଷ ବୁଝାମଣାରେ ମାଧ୍ୟମରେ ସମାଧାନ କରିବାକୁ ପ୍ରସ୍ତାବ ଦେଇଛନ୍ତି ।

Get real time updates directly on you device, subscribe now.