ବନ୍ଦେ ଭାରତ ଏକ୍ସପ୍ରେସରେ ଯଦି ହଜିଯାଏ ଜିନିଷ, ଜାଣନ୍ତୁ କିପରି ପାଇବେ ଅନୁକମ୍ପା

ନୂଆଦିଲ୍ଲୀ: ଭାରତୀୟ ରେଲୱେ ଦୁନିଆର ୪ର୍ଥ ବଡ ରେଳ ବ୍ୟବସ୍ଥା। ରେଲୱେରେ ପ୍ରତିଦିନ କୋଟି କୋଟି ଯାତ୍ରୀ ଯାତ୍ରା କରୁଛନ୍ତି। ଯାହା ପାଇଁ ଭାରତୀୟ ରେଲୱେ ହଜାର ହଜାର ସଂଖ୍ୟାରେ ଟ୍ରେନ ଚଳାଇଥାଏ। ଟ୍ରେନରେ ଯାତ୍ରା କରିବା ପାଇଁ ଭାରତୀୟ ରେଲୱେ ଅନେକ ନିୟମ ପ୍ରସ୍ତୁତ କରିଛି। ଏହି ନିୟମଗୁଡିକର ପାଳନ ଟ୍ରେନର ସମସ୍ତ ଯାତ୍ରୀଙ୍କ ପାଳନ କରିବାକୁ ପଡିଥାଏ। ଯେଉଁଠାରେ ଅନେକ ନିୟମ ଯାତ୍ରୀମାନଙ୍କ ଉପରେ ନଜର ରଖିବା ପାଇଁ ଅନେକ ନିୟମ ରହିଛି। ଯଦି ଆପଣ ବନ୍ଦେ ଭାରତ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଏହି ସମୟରେ ଆପଣଙ୍କର କିଛି ଜିନିଷ ହଜିଯାଉଛି କି ଚୋରି ହେଇଯାଉଛି। ତେବେ ଏଥିପାଇଁ ଭାରତୀୟ ରେଲୱେ ପକ୍ଷରୁ ଅନୁକମ୍ପା ରାଶି ମିିଳିଥାଏ। ଆସନ୍ତୁ ଜାଣିବା ଏହି ବିଷୟରେ..

ଏଥିପାଇଁ ସର୍ବପ୍ରଥମେ ଆପଣ ଗାର୍ଡ ବା ଜିଆରପି ଏସକୋର୍ଟକୁ ସୂଚନା ଦେବା ଆବଶ୍ୟକ। ଆପଣଙ୍କୁ କହିବାକୁ ହେବ ଯେ, ଆପଣଙ୍କର କେଉଁ ଜିନିଷ ହଜିଛି। ଏଥିପାଇଁ ଆପଣଙ୍କୁ କେଉଁ ରେଲୱେ ଷ୍ଟେସନରେ ଚୋରି ହୋଇଛି ସୂଚନା ଦେବାକୁ ପଡିବ। ଏହା କରିବା ଦ୍ୱାରା ରେଲୱେ ବିଭାଗ ସେହି ଷ୍ଟେସନକୁ ଏହି ସୂଚନା ପଠାଇ ଆପଣଙ୍କ ଜିନିଷକୁ ଆଣିବାକୁ ଚେଷ୍ଟା କରିବ। ଯଦି ଆପଣଙ୍କ ଜିନିଷ ନମିଳେ ତେବେ ଆପଣଙ୍କୁ ଅନୁକମ୍ପା ରାଶି ମିଳିବ।

ଏଥିପାଇଁ ରେଲୱେ ପକ୍ଷରୁ ଆପଣଙ୍କ ଜିନିଷର ମୂଲ୍ୟ ନିର୍ଦ୍ଦାରନ ହୋଇଥାଏ। ଏହି ଆଧାରରେ ଆପନଙ୍କୁ ଅନୁକମ୍ପା ରାଶି ମିଳିବ। ସାଧାରଣ ଭାବେ ରେଲୱେ ପ୍ରତି କିଲୋଗ୍ରାମ ପିଛା ୧୦୦ ଟଙ୍କା ଅନୁକମ୍ପା ଦେଇଥାଏ। ରେଲୱେ ପକ୍ଷରୁ ଜିନିଷ ହଜିବାରେ ସେହିମାନଙ୍କୁ ଅନୁକମ୍ପା ଦେଇଥାଏ, ଯେଉଁମାନେ ଲଗେଜ ଫିସ ଦେଇ ଜିନିଷ ବୁକ କରିଥାଆନ୍ତି।

Get real time updates directly on you device, subscribe now.