fbpx

ଠକେଇକୁ ଅଭୟଙ୍କ ଅସ୍ୱୀକାର, କହିଲେ- ପୁଅର ଦରମା ମାସକୁ କୋଟିଏ

ଭୁବନେଶ୍ୱର, ୨୭ ।୧୧(ଓଡିଶା ଭାସ୍କର): ଭିଜିଲାନ୍ସ ଜାଲରେ ପଡିଥିବା ଆଇଏଫଏସ ଅଭୟକାନ୍ତ ପାଠକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କ୍ୟାପିଟାଲ ହସ୍ପିଟାଲରେ ଚାଲିଛି । ଅଭୟଙ୍କ ସହ ତାଙ୍କ ପୁଅ ଆକାଶ ପାଠକଙ୍କର ମଧ୍ୟ ସ୍ୱାସ୍ଥ୍ୟ ପରୀକ୍ଷା ଚାଲିଛି । କ୍ୟାପିଟାଲ ହସ୍ପିଟାଲ ଯିବା ବେଳେ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇଛନ୍ତି ଅଭୟ । ସେ କହିଛନ୍ତି ଯେ, ‘କିଛି ଠକେଇ ହୋଇନି, ସବୁ ଠିକ୍ ଅଛି । ସମୟ ଆସିଲେ ସବୁ କାଗଜପତ୍ର ଦେବି । ପୁଅ ମୋ ପଇସାରେ ଅୟସ କରୁନଥିଲା । ମୋ ପୁଅର ମାସିକ ଦରମା ୧ କୋଟି ଥିଲା ।’ ତେବେ ବିଭାଗରେ ଥାଇ ଟଙ୍କା ହଡପ କରିନି ବୋଲି ଅଭୟ ପାଠକ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ଯାଞ୍ଚ ଚାଲିଥିବା ବେଳେ ବାପା ପୁଅଙ୍କୁ ମୁହାଁମୁହିଁ ବସାଇ ସାରା ରାତି ଜେରା କରିଛି ଭିଜିଲାନ୍ସ । ଭୁବନେଶ୍ୱର ଭିଜିଲାନ୍ସ ସେଲ ଶାଖା କାର୍ଯ୍ୟାଳୟରେ ଅଭୟକାନ୍ତ ପାଠକ ପୁଅ ଆକାଶ ପାଠକ ପୁତୁରା ହର୍ଷ ପାଠକ ଏବଂ ଡ଼୍ରାଇଭରଙ୍କୁ ଜେରା କରାଯାଇଛି । ଏପରିକି ୪ଜଣଙ୍କୁ ଏକାଠି ବସାଇ ମୁହାଁମୁହିଁ ଜେରା କରିଛି ଭିଜିଲାନ୍ସ । ଜେରାରେ ଭିଜିଲାନ୍ସର ବଛାବଛା ଅଧିକାରୀ ନିୟୋଯିତ ହୋଇଥିଲେ । ପାଠକଙ୍କ ପ୍ରାୟ ୯କୋଟି ଟଙ୍କାର ଆୟ ବର୍ହିଭୁତ ସମ୍ପତି ଠାବ ହୋଇଛି । ତେଣୁ ସନ୍ଧ୍ୟା ସୁଦ୍ଧା ତାଙ୍କୁ ଗିରଫ କରିବା ପାଇଁ ପ୍ରାୟସ ଚଳାଇଛି ଭିଜିଲାନ୍ସ ।

Get real time updates directly on you device, subscribe now.