fbpx

ଜୁନ୍ ୨୩ରେ ଦୁଇଟି ପରୀକ୍ଷା: IGNOU ଓ OSSC ପରୀକ୍ଷା ଗୋଟିଏ ଦିନରେ, ଚିନ୍ତାରେ ଅନେକ ପରୀକ୍ଷାର୍ଥୀ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିର ସମୟରେ ସରକାରୀ ଚାକିରି ଖଣ୍ଡିଏ ପାଇବା ପାଇଁ ହଜାର ହଜାର ଆଶାୟୀ କଠିନ ପରିଶ୍ରମ କରିଥାନ୍ତି । ତେବେ ଅନେକ ସମୟରେ ଗୋଟିଏ ଦିନରେ ଦୁଇଟି ପରୀକ୍ଷା ନେଇ ଘୋଷଣା କରାଯାଇଥାଏ । ଫଳରେ ଛାତ୍ରଛାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏପରିକି କିଛି ପ୍ରାର୍ଥୀ କେଉଁ ପରୀକ୍ଷା ଦେବେ ଓ କେଉଁ ପରୀକ୍ଷା ଦେବେନି ସେନେଇ ଚିନ୍ତାରେ ପଡ଼ିଯାଇଥାନ୍ତି । ସଂଘୀୟ ଲୋକସେବା ଆୟୋଗ (ୟୁପିଏସସି) ଓ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି)ର ପରୀକ୍ଷା ସମାନ ଦିନରେ ପଡ଼ିବା କାରଣରୁ ଅନେକ ସମୟରେ ଏହି ପରୀକ୍ଷା ତାରିଖ ଘୁଞ୍ଚାଇବା ନିଷ୍ପତ୍ତି ନିଆଯାଇଥିଲା ।

ତେବେ ଏହା ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଜୁନ ୨୩ରେ ହେବାକୁ ଯାଉଛି ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟର (ଇଗ୍ନୋ)ର ଜର୍ଣ୍ଣାଲିଜିମ ପାଠ୍ୟକ୍ରମ ସମେତ କିଛି ବିଷୟର ପରୀକ୍ଷା । ଜୁନ ୧୮ରେ ହେବାକୁ ଥିବା ବିଷୟଗୁଡ଼ିକର ପରୀକ୍ଷା ୨୩ରେ ହେବା ନେଇ ଇଗ୍ନୋ ପକ୍ଷରୁ ସୂଚନା ଜାରି କରାଯାଇଛି । ତେବେ ଜୁନ୍ ୨୩ରେ ହେବାକୁ ଯାଉଛି । ଓଏସଏସସିର ମିଳିତ ସ୍ନାତକ ସ୍ତରୀୟ ପରୀକ୍ଷା-୨୦୨୩ର ପ୍ରିଲିମିନାରୀ ପରୀକ୍ଷା ।

ତେଣୁ ସମାନ ଦିନରେ ଛାତ୍ରଛାତ୍ରୀମାନେ କିପରି ପରୀକ୍ଷା ଦେବେ ସେନେଇ ଏବେ ସେମାନେ ଦ୍ୱନ୍ଦ୍ୱରେ ପଡ଼ିଯାଇଛନ୍ତି । ସାଧାରଣ ଭାବେ ବଡ଼ ବଡ଼ ପଦ ପାଇଁ ପରୀକ୍ଷା ହେଉଥିବା ବେଳେ ଅନେକ ଚର୍ଚ୍ଚା, ଦାବି ହୋଇଥାଏ । ମାତ୍ର ଇଗ୍ନୋରେ ଡିଷ୍ଟାନ୍ନ ମୋଡ଼ରେ ପ୍ରାର୍ଥୀମାନେ ଅଧ୍ୟୟନ କରୁଥିବାରୁ ଏହା ଉପରେ କାହାର ନଜର ନାହିଁ । ତେଣୁ ଏନେଇ ଇଗ୍ନୋ ଏବଂ ଓଏସଏସସି କର୍ତ୍ତୃପକ୍ଷ ଧ୍ୟାନ ଦେବାକୁ ଅନେକ ପ୍ରାର୍ଥୀ ନିବେଦନ କରିଛନ୍ତି ।

Get real time updates directly on you device, subscribe now.