fbpx

ବାହାରିଲା IGNOU ନିଯୁକ୍ତି, ଏହି ଯୋଗ୍ୟତା ଅନୁସାରେ ଦରମା ୨.୧୮ଲକ୍ଷ

ନୂଆଦିଲ୍ଲୀ: ଇନ୍ଦିରା ଗାନ୍ଧୀ ନେସନାଲ ଓପନ ୟୁନିର୍ଭସିଟିର ଶିକ୍ଷକ ପଦବୀରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଛନ୍ତି, ସେମାନେ IGNOUର ଅଧିକାରୀ ୱେବସାଇଟ  ignou.ac.in କୁ ଯାଇ ଆପ୍ଲାଏ କରିପାରିବେ । ତେବେ ଆସନ୍ତୁ ଜାଣିବା ଏଥିରେ ଆପଣ କିପରି ଆବେଦନ କରିବେ ।

ଏହା ବ୍ୟତିତ ଆବେଦକାରୀ ଏହି  http://www.ignou.ac.in/  ଲିଙ୍କ ଉପରେ କ୍ଲିକ କରି ପଦବୀ ପାଇଁ ଆବେଦନ କରିପାରିବେ । ଏହାସହ  IGNOU Recruitment 2023 Notification PDF ଲିଙ୍କରେ ପିଡିଏଫ ଡାଉନଲୋଡ କରିବା ସହ ନୋଟିଫିକେସନ ଚେକ କରିପାରିବେ । ଏହି ନିଯୁକ୍ତିରେ ୬୦ଟି ପଦବୀ ବାହାରିଛି ।

ଆବେଦନର ଶେଷ ତାରିଖ ହେଉଛି ୩୦ ଜାନୁଆରୀ । ଯେଉଁ ଆଶାବାଦୀ ଆବେଦନ କରିବାକୁ ଇଛୁକ ଅଛନ୍ତି ସେମାନେ ୱେବସାଇଟରେ ଦିଆଯାଇଥିବା ଯୋଗ୍ୟତା ଉପରେ ଧ୍ୟାନ ଦେବା ଆବଶ୍ୟକ । ତେବେ ପ୍ରାର୍ଥୀମାନେ ନିଜର ସମସ୍ତ ପ୍ରମାଣ ପତ୍ରରେ ନିଜର ସେଲ୍ଫ ଆଟେଷ୍ଟେଡ୍ ସହିତ ଅନଲାଇନରେ ଆବେଦନର ହାର୍ଡକପିକୁ ପଞ୍ଜିକୃତ ସ୍ପିଡ଼ ମାଧ୍ୟମରେ ନିର୍ଦ୍ଦେଶକ, ଏକାଡେମିକ୍ସ, ସମନ୍ୱୟ ବିଭାଗ, ଇନ୍ଦିରା ଗାନ୍ଧୀ ନ୍ୟାସନାଲ ଓପନ ୟୁନିର୍ଭସିଟି, ନିର୍ଦ୍ଦେଶକ ଏକାଡେମୀ, ସମନ୍ୱୟ ବିଭାଗକୁ ପଠାଇବେ । ଏହାକୁ ଆପଣ ୧୦.୦୨.୨୦୨୩ ପୂର୍ବରୁ ପଠାଇବା ବାଧ୍ୟତା ମୂଳକ ।

Get real time updates directly on you device, subscribe now.