Breaking: IICଙ୍କୁ ବାଲିମାଫିଆଙ୍କ ମାଡ଼ ଘଟଣାରେ ୪ ମହିଳା ଗିରଫ, ୨ ଫେରାର୍

ଉଦଳା: ବାଲି ଉଠାଣକୁ ନେଇ କପ୍ତିପଦା ଆଇଆଇସିଙ୍କୁ ଆକ୍ରମଣ ଘଟଣା । ୪ ମହିଳାଙ୍କୁ ଗିରଫ କଲା କପ୍ତିପଦା ପୋଲିସ । ଅନ୍ୟ ୨ ଅଭିଯୁକ୍ତ ଫେରାର୍ ଥିବା କହିଛି ପୋଲିସ । ବାଲି ଉଠାଣକୁ ନେଇ ଡାହିସାହିରେ ଆଇଆଇସିଙ୍କୁ ମାଡ଼ ମାରିଥିଲେ । ଘଟଣାରେ ସମ୍ପୃକ୍ତ ଅନ୍ୟ ଦୁଇଜଣଙ୍କୁ ଖୋଜୁଛି ପୋଲିସ ।

କପ୍ତିପଦାରେ ବେଆଇନ୍‌ ଭାବେ ଗଚ୍ଛିତ ରଖିଥିବା ବାଲିକୁ ଜବତ ଲାଗି ଯାଇଥିବା ଥାନା ଅଧିକାରୀଙ୍କୁ ମାଡ଼ ମାରିଛନ୍ତି। ପଥର ମାଡ଼ କରି ପୁଲିସ ଭ୍ୟାନ୍‌କୁ ବି ଭାଙ୍ଗିଛନ୍ତି। କପ୍ତିପଦା ଥାନାର ଭାରପ୍ରାପ୍ତ ଅଧିକାରୀ ପ୍ରକାଶ ରଥ କହିଛନ୍ତି ଏହି ଅଞ୍ଚଳରେ ଚୋରା ବାଲି ଓ ପଥର ଚାଲାଣ ବୃଦ୍ଧି ପାଇଛି। ଏହାକୁ ରୋକିବା ପାଇଁ କପ୍ତିପଦା ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସେ ଓ ଅତିରିକ୍ତ ତହସିଲଦାର ଉମାକାନ୍ତ ମାଝୀ ମଙ୍ଗଳବାର ରାତି ପ୍ରାୟ ୧୧ଟାରୁ ୩ଟା ଯାଏ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ।