fbpx
BSKY
BJD SHG SKY
BJD YOUTH SKY

ବଟି ମାଗି ବଦଳି ହେଲେ ଆଇଆଇସି: ୫୦ ହଜାର ଟଙ୍କା ବଟି ମାଗିବା ନେଇ ହୋଇଥିଲା ଅଭିଯୋଗ

କଟକ: ଗାଡ଼ି ଷ୍ଟାଣ୍ଡ ମାଲିକଙ୍କ ଠାରୁ ବଟି ମାଗି ବଦଳି ହେଲେ ଆଇଆଇସି । କ୍ୟାଣ୍ଟନମେଣ୍ଟ ଥାନା ଆଇଆଇସି ବଟି ମାଗିବା ନେଇ ଅଭିଯୋଗ ହୋଇଥିଲା । ବଟି ମାଗିବାର ଭିଡିଓ ଭାଇରାଲ ପରେ ଆଇଆଇସି ବଦଳି ହୋଇଛନ୍ତି ।

ପୋଲିସ ମାନେ ଜନସାଧାରଣଙ୍କ ରକ୍ଷାକର୍ତ୍ତା ହୋଇଥାନ୍ତି । ଜନ ସାଧାରଣ ପୋଲିସକୁ ଭରଷା କରି ନିରାପଦରେ ଘର ବାହାରକୁ ଯାଇଥାନ୍ତି । କିନ୍ତୁ ରକ୍ଷକ ଯଦି ଭକ୍ଷକ ସାଜିବ କିଏ ବା କଣ କରି ପାରିବ । ତେବେ ଜଣେ ଆଇଆଇସି ଗାଡ଼ି ଷ୍ଟାଣ୍ଡ ମାଲିକଙ୍କ ଠାରୁ ବଟି ମାଗିଥିବା ଅଭିଯୋଗରେ ବଦଳି ହୋଇଛନ୍ତି । ପୋଲିସ ବାବୁ ଗାଡ଼ି ଷ୍ଟାଣ୍ଡ ମାଲିକଙ୍କ ଠାରୁ ବଟି ମାଗୁଥିବାର ଭିଡିଓ ଭାଇରାଲ ହେବାପରେ କ୍ୟାଣ୍ଟନମେଣ୍ଟ ଥାନା ଆଇଆଇସି ବଦଳି ହୋଇଛନ୍ତି । କଟକରେ ପୋଲିସ ବାବୁ ବଟି ମାଗୁଥିବା ଅଭିଯୋଗ ହୋଇଥିଲା । ଗାଡ଼ି ଷ୍ଟାଣ୍ଡ ମାଲିକଙ୍କ ଠାରୁ ୫୦ହଜାର ଟଙ୍କା ବଟି ମାଗିଥିବା ନେଇ ଅଭିଯୋଗ ହୋଇଥିଲା । ତେବେ ପାର୍କିଂ ଷ୍ଟାଣ୍ଡର ମାଲିକଙ୍କ ଠାରୁ ଥାନା ଆଇଆଇସି ୫୦ ହଜାର ଟଙ୍କା ମାଗିଥିବା ନେଇ ଅଭିଯୋଗ ହୋଇଥିଲା । ଯାହା ପରେ ଆଇଆଇସିଙ୍କୁ ଅନ୍ୟତ୍ର ବଦଳି କରାଯାଇଛି ।

Get real time updates directly on you device, subscribe now.