fbpx

ହିନ୍ଦୁ ଝିଅ ପାର୍ବତୀ କୁରାନ ପଢ଼ା ପ୍ରତିଯୋଗିତାରେ ଜିତିଲେ ପ୍ରଥମ ପୁରସ୍କାର

ନୂଆଦିଲ୍ଲୀ: ହିନ୍ଦୁ ଝିଅ ପାର୍ବତୀ ଜିତିଛନ୍ତି କୁରାନ ପଢ଼ା ପ୍ରତିଯୋଗିତା। ଏଭଳି ଏକ ଭଲ ଖବର ଆସିଛି କେରଳରୁ। ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ପାର୍ବତୀ ନିକଟରେ ଏକ କୁରାନ ପଢ଼ା ପ୍ରତିଯୋଗିତାରେ ଜିତିଥିବାରୁ ସେ ଲାଇମଲାଇଟରେ ଅଛନ୍ତି। କୋଜିକୋଡେରେ ଥୋଡାନୁର ଉପ-ଜିଲ୍ଲା କଳା ମହୋତ୍ସବରେ କୁରାନ ପଢ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପାର୍ବତୀ ଆରବୀରେ ପାରଙ୍ଗମ ଥିବାରୁ ଏହି ପ୍ରତିଯୋଗିତାରେ ସହଜରେ ଜିତି ନେଇଥିଲେ।

ସୂଚନା ଅନୁସାରେ ପାର୍ବତୀ ଏକ ହିନ୍ଦୁ ପରିବାରର ଝିଅ ଅଟନ୍ତି। ସେ ଏହି ପ୍ରତିଯୋଗିତାରେ ଜିତିବାର କିଛି ସମୟ ପରେ ସେ ଧାର୍ମିକ ସୌହାର୍ଦ୍ଦ୍ୟର ‘ପୋଷ୍ଟର ଗାର୍ଲ’ ହୋଇଯାଇଥିଲେ। ତେବେ ଏହି ଖବର ଉପରେ ଅଧିକାରୀଙ୍କ ଶୂନିଶ୍ଚତାକୁ ଅପେକ୍ଷା କରାଯାଇଛି, କିନ୍ତୁ ରିପୋର୍ଟରେ ଦର୍ଶାଯାଇଛି ଯେ କୁରାନ ପଠନ ପ୍ରତିଯୋଗିତା ବିଜେତା ପ୍ରଥମ ଶ୍ରେଣୀରେ ପଢ଼ୁଥିବା ଆରବୀ ଶିଖିବା ଆରମ୍ଭ କରିଥିଲେ। ତାଙ୍କର ଏକ ଯାଆଁଳା ଭଉଣୀ ପରଭାନା ଅଛନ୍ତି, ଯିଏ ଆରବୀ ଭାଷା ଉପରେ ଭଲ ଜ୍ଞାନ ଏବଂ ଦକ୍ଷତା ମଧ୍ୟ ରଖିଛନ୍ତି। ତେବେ ଏହି ବିଜୟ ପାଇଁ ସେମାନଙ୍କ ପିତାମାତାଙ୍କୁ ଶ୍ରେୟ ଦିଆଯିବ କାରଣ ସେମାନେ ହିଁ ନିଜ ଝିଅମାନଙ୍କୁ ଏକ ନୂତନ ଭାଷା ଶିଖିବାକୁ ଉତ୍ସାହିତ କରିଥିଲେ।

ରିପୋର୍ଟରେ କୁହାଯାଇଛି ଯେ ପିତା ନଲିଶ ବବି ଜଣେ ଆଇଟି ପ୍ରଫେସନାଲ ଏବଂ ତାଙ୍କ ମାତା ଦିନା ପ୍ରଭାସ ଜଣେ ସରକାରୀ ବିଦ୍ୟାଳୟର ଶିକ୍ଷକ। ୟୁଟ୍ୟୁବ୍ ଏବଂ ଅନ୍ୟାନ୍ୟ ପ୍ଲାଟଫର୍ମରେ ପ୍ରାୟ ଅଢେଇ ମିନିଟ୍ ସମୟର ଏକ ଭିଡିଓ ସାମ୍ନାକୁ ଆସିଛି। ତେବେ ଏହି ଖବରକୁ ସମସ୍ତ ପ୍ରଶଂସା ଗ୍ରହଣ କରିଥିଲେ ମଧ୍ୟ ରିପୋର୍ଟ ଅନୁସାରେ କେରଳର କିଛି ଇସଲାମ ବିଦ୍ୱାନ ତାଙ୍କୁ ‘ଅଣ-ଇସଲାମ’ ବୋଲି ସମାଲୋଚନା କରିଥିଲେ।

Get real time updates directly on you device, subscribe now.