ଦ୍ୱିତୀୟ ସନ୍ତାନର ମାଆ ହେଲେ ଇଲିଆନା ଡିକ୍ରୁଜ, ଚାରିଆଡୁ ମିଳିଲା ଶୁଭେଚ୍ଛା
ଇଲିଆନା ଡିକ୍ରୁଜ ହେଲେ ଦ୍ୱିତୀୟ ସନ୍ତାନର ଜନନୀ, ଜାଣନ୍ତୁ
ନୂଆଦିଲ୍ଲୀ: ଅଭିନେତ୍ରୀ ଇଲିଆନା ଡିକ୍ରୁଜ ଦ୍ୱିତୀୟ ଥର ମାଆ ହୋଇଛନ୍ତି। ଏଥିସହ ଅଭିନେତ୍ରୀ ନିଜ ସନ୍ତାନର ଫଟୋ ସେୟାର କରିଛନ୍ତି। ଏହାପରେ ତାଙ୍କୁ ଚାରିଆଡୁ ଶୁଭେଚ୍ଛା ମିଳିଛି। ଇଲିଆନା ଲେଖିଛନ୍ତି ଯେ, ‘ମୋ ହୃଦୟ ଖୁସିରେ ଭରିଯାଇଛି’।
୧୯ ଜୁନରେ ଇଲିଆନା ନିଜ ଦ୍ୱିତୀୟ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ବର୍ତ୍ତମାନ ୨୮ ଜୁନରେ ଏକ ପୋଷ୍ଟ ସେୟାର କରି ଏହା ଜଣାଇଛନ୍ତି। ପ୍ରିୟଙ୍କା ଚୋପ୍ରା ଇଲିଆନାଙ୍କୁ ମାଆ ହେବାର ଶୁଭେଚ୍ଛା ଜଣାଇଛନ୍ତି।
ଇଲିଆନା ୨ ବର୍ଷ ପୂର୍ବେ ମାଇକେଲ ଡୋଲାନଙ୍କ ସହ ଏକ ପ୍ରାଇଭେସି ସେରିମନିରେ ବିବାହ କରିଥିଲେ। ଇଲିଆନା ନିଜ ଜୀବନକୁ ଖୁବ ପ୍ରାଇଭେଟ ରଖନ୍ତି ଏବଂ ନିଜ ସ୍ୱାମିଙ୍କ ବିଷୟରେ ଅଧିକ କିଛି କୁହନ୍ତି ନାହିଁ।
୨୦୨୩ରେ ଇଲିୟାନା ପ୍ରଥମଥର ମାଆ ହୋଇଥିଲେ ଏବଂ ଏକ ଝିଅକୁ ଜନ୍ମ ଦେଇଥିଲେ। ବର୍ତ୍ତମାନ ସେ ଏକ ପୁଅ ସନ୍ତାନର ଜନନୀ ସାଜି, ସମସ୍ତଙ୍କଠାରୁ ଶୁଭେଚ୍ଛା ଗ୍ରହଣ କରୁଛନ୍ତି।
View this post on Instagram