fbpx

ମାଉସୀକୁ ପ୍ରେମ ପରେ ପ୍ରତାରଣା;ଜେଲ୍ ଗଲେ ପୁତୁରା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାଉସୀକୁ ପ୍ରେମ ପରେ ପ୍ରତାରଣା କରିଥିବା ଅଭିଯୋଗରେ ସମ୍ପୃକ୍ତ ପୁତୁରାଙ୍କୁ ଚନ୍ଦ୍ରଶେଖରୁର ଥାନା ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଟ୍ରାଞ୍ଜିଟ୍ ହାଉସ ନିକଟରେ ରହୁଥିବା ଦୁଷ୍ମନ୍ତ ବେହେରା( ୩୦) । ଏନେଇ ପୁଲିସ ଏକ ମାମଲା ରୁଜୁକରି ଅଭିୁକ୍ତକୁ ସୋମବାର କୋର୍ଟ ଚାଲାଣ କରିଛି । ଜାମିନ ଖାରଜ ହୋଇିବାରୁ ତାଙ୍କୁ ଝାରପଡ଼ା ଜେଲ୍ ପଠାଇ ଦିଆଯାଇଛି । ସୂଚନା ଅନୁାୟୀ, ଅଭିୁକ୍ତଙ୍କ ନିଜ ଘର ପୁରୀ ଜିଲ୍ଲା କାକଟପୁର ଅଞ୍ଚଳରେ । ସେ କିଛିବର୍ଷ ହେବ ଚନ୍ଦ୍ରଶେଖରପୁର ଟ୍ରାଞ୍ଜିଟ୍ ହାଉସ ଅଞ୍ଚଳରେ ଘର କରି ରହୁଥିଲେ । ଏହି ସମୟରେ ଅଭିୁକ୍ତଙ୍କ ଜଗତସିଂହପୁରର ସମ୍ପର୍କୀୟ ମାଉସୀ ତାଙ୍କ ଘରେ ରହି ପଢ଼ାପଢ଼ି କରିଥିଲେ । ଏହି ସମୟରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଗଢ଼ି ଉଠିଥିଲା ।

ଦୁହେଁ ବାହାରେ ବୁଲାବୁଲି କରିବା ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲେ । ପାଠପଢ଼ା ସରିବା ପରେ ତାଙ୍କ ମାଉସୀ ଜଗତସିଂହପର ପଳାଇଯାଇଥିଲେ । ହେଲେ ଗତମାସରେ ଦୁଷ୍ମନ୍ତ ମାଉସୀକୁ କିଛି ନକହି ଅନ୍ୟସ୍ଥାନରେ ବାହା ହୋଇଯାଇଥିଲେ । ଏନେଇ ସମ୍ପୃକ୍ତ ମାଉସୀ ତାଙ୍କ ୋଇଥିଲେ । ହେଲେ ଗତମାସରେ ଦୁଷ୍ମନ୍ତ ମାଉସୀକୁ କିଛି ନକହି ଅନ୍ୟସ୍ଥାନରେ ବାହା ହୋଇଯାଇଥିଲେ । ଏନେଇ ସମ୍ପୃକ୍ତ ମାଉସୀ ତାଙ୍କ ପ୍ରେମିକ ତଥା ପୁତୁରା ବିରୋଧରେ ଶାରୀରିକ ସମ୍ପର୍କ ରଖି ଧୋକା ଦେଇଥିବା ନେଇ ଚନ୍ଦ୍ରଶେଖରୁର ଥାନାରେ ଅଭିୋଗ କରିଥିଲେ । ପୁଲିସ ଘଟଣାର ତଦନ୍ତ କରି ପୁତୁରାକୁ ଗିରଫ କରିଛି ।

Get real time updates directly on you device, subscribe now.