ମୋତେ ହତ୍ୟା ଧମକ ମିଳୁଛି,ପୋଲିସ ମୋତେ ଖୋଜି ନ ପାଇଲେ ବି ମୁଁ…

ମୁମ୍ବାଇ: ପୋଡକାଷ୍ଟର ତଥା ୟୁଟୁ୍ୟବର ରଣବୀର ଆହ୍ଲାବାଦିଆ ଫେରାର ଥିବା ଚର୍ଚ୍ଚା ହେଉଥିବାବେଳେ ରଣବୀର ଏକ ନୋଟ୍ ଲେଖି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି ।

ମୁମ୍ବାଇ ପୋଲିସ ତାଙ୍କୁ ଖୋଜି ନ ପାଇବା ପରେ  ରଣବୀର ନଷ୍ଟାଗ୍ରାମରେ ଏକ ନୂତନ ମେସେଜ୍ ସେୟାର କରିଛନ୍ତି। କାରଣ ତାଙ୍କ ଫୋନ୍ ବନ୍ଦ ଥିଲା।   ରଣବୀର ପ୍ରକାଶ କରିଛନ୍ତି, ତାଙ୍କୁ ହତ୍ୟା ଧମକ ଦିଆଯାଉଛି ଏବଂ ସେ ସେ ପୋଲିସକୁ ସହଯୋଗ କରିବେ । ପୋଲିସ ଉପରେ ତାଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି । ସେ ନିଜ ଭୁଲ୍ ସ୍ୱୀକାର କରିବା ସହ ନ୍ୟାୟ ଚାହିଁଛନ୍ତି ।

ରଣବୀରଙ୍କ ନୋଟ୍
ରଣବୀର ଇନଷ୍ଟାଗ୍ରାମରେ ମେସେଜ୍ ସେୟାର କରି କହିଛନ୍ତି ,“ମୋର ଦଳ ଏବଂ ମୁଁ ପୋଲିସ ଏବଂ ଅନ୍ୟ ସମସ୍ତ କର୍ତ୍ତୃପକ୍ଷଙ୍କ ସହିତ ସହଯୋଗ ଚାହୁଁଛି । ମୁଁ ଉପଯୁକ୍ତ ପ୍ରକ୍ରିୟା ଅନୁସରଣ କରିବି ଏବଂ ସମସ୍ତ ଏଜେନ୍ସି ପାଇଁ ଉପଲବ୍ଧ ହେବି। ପିତାମାତାଙ୍କ ବିଷୟରେ ମୋର ମନ୍ତବ୍ୟ ଅସମ୍ବେଦନଶୀଳ ଏବଂ ଅସମ୍ମାନଜନକ ଥିଲା। ଭଲ କରିବା ମୋର ନୈତିକ ଦାୟିତ୍ୱ ଏବଂ ମୁଁ ପ୍ରକୃତରେ ଦୁଃଖିତ।”

ସେ ଏହା ମଧ୍ୟ କହିଛନ୍ତି ଯେ, ସେ ‘ପଳାଉ ନାହାନ୍ତି’  “ମୁଁ ଲୋକଙ୍କଠାରୁ ହତ୍ୟା  ଧମକ ଆସୁଥିବା ଦେଖୁଛି ଯେ, ସେମାନେ ମୋତେ ମାରିବାକୁ ଏବଂ ମୋ ପରିବାରକୁ ଆଘାତ କରିବାକୁ ଚାହୁଁଛନ୍ତି। ଲୋକମାନେ ରୋଗୀ ଭାବରେ ପରିଚୟ ଦେଇ ମୋ ମାଆଙ୍କ କ୍ଲିନିକ୍ ଉପରେ ଆକ୍ରମଣ କରିଛନ୍ତି। ମୁଁ ଭୟଭୀତ ଅନୁଭବ କରୁଛି ଏବଂ ମୁଁ ଜାଣିପାରୁନାହିଁ କ’ଣ କରିବି। କିନ୍ତୁ ମୁଁ ପଳାୟନ କରୁନାହିଁ। ମୋର ପୋଲିସ ଏବଂ ଭାରତର ନ୍ୟାୟିକ ବ୍ୟବସ୍ଥା ଉପରେ ପୂର୍ଣ୍ଣ ବିଶ୍ୱାସ ଅଛି।”