fbpx

IMD ସତର୍କ କଲା: ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଲାଗି ରହିବ ଭୀଷଣ ବର୍ଷା!

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ଏବେ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ଖୁବଶୀଘ୍ର ପାଗରେ ହେବାକୁ ଯାଉଛି ଏକ ପରିବର୍ତ୍ତନ । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପଶ୍ଚିମ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଗୋଆ, କୋଙ୍କଣ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ମାହେ, ଲାକ୍ଷାଦ୍ୱୀପ, ଗୁଜରାଟ, ବିଧର୍ବ, ଛତିଶଗଡ଼ ଆଦି ରାଜ୍ୟରେ ଆସନ୍ତା ୫ ଦିନ ଧରି ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ଜୁନ ୨୫ରେ ସୌରାଷ୍ଟ୍ର ଓ ଗୁଜରାଟର କିଛି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରାଯାଉଛି । ବନାସକାଣ୍ଠା, ମେହସାଣା, ଦାହୋଦ, ପାଟନ, ଖେଡ଼ା, ଗାନ୍ଧିନଗର, ଅହମଦାବାଦ, ବଦୋଦରା, ଭାବନଗର, ମହୁୱା, ଅମରେଲୀ, ଜୁନାଗଡ଼, ସୋମନାଥ, ବେରାବଲ ଆଦି ଅଞ୍ଚଳରେ ପ୍ରବଳ ବର୍ଷା ପାଇଁ ଆଲର୍ଟ ଜାରି କରାଯାଇଛି । ଜୁନ ୨୮ରେ କୋଆ, କୋଙ୍କଣ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ମାହେ, ବିଧର୍ବ, ଛତିଶଗଡ଼ ଓ ଗୁଜରାଟରେ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହି ଏହିସବୁ ସ୍ଥାନମାନଙ୍କରେ ୪୦ରୁ ୫୦ କିମି ବେଗରେ ଧୂଳିଝଡ଼ ସହ ପବନ ବହିବାର ସମ୍ଭାବନା ରହିଛି ।

ଜୁନ ୨୫ ଓ ୨୬ରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ଅଲଗା ଅଲଗା ସ୍ଥାନରେ ବହୁଳ ବର୍ଷା ସହ ବିଜୁଳି ସମ୍ଭାବନା ରହିଛି । ୨୫ରୁ ୨୮ ପର୍ଯ୍ୟନ୍ତ ବିହାର, ୨୭ରେ ଝାଡ଼ଖଣ୍ଡ, ୨୬ରୁ ୨୮ ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରବଳ ବର୍ଷା ସହ ଘଡ଼ଘଡ଼ି ସମ୍ଭାବନା ରହିଛି । ୨୬ରୁ ୨୮ ପର୍ଯ୍ୟନ୍ତ ପୂର୍ବ ଉତ୍ତର ପ୍ରଦେଶ, ୨୮କୁ ପଶ୍ଚିମୀ ଉତ୍ତମ ପ୍ରଦେଶ, ୨୮କୁ ପୂର୍ବ ରାଜସ୍ଥାନ, ୨୭ ଓ ୨୮କୁ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ସହ ବିଜୁଳି ଓ ଘଡ଼ଘଡ଼ି ସମ୍ଭାବନା ରହିଛି ।

Get real time updates directly on you device, subscribe now.