fbpx

ବାତ୍ୟା ଅପଡେଟ: ସମ୍ଭାବ୍ୟ ବାତ୍ୟାକୁ ନେଇ ଆଇଏମଡି ଡିଜିଙ୍କ ସୂଚନା

ଭୁବନେଶ୍ୱର: ଆସନ୍ତା ୯ ତାରିଖ ପାଇଁ ଆନ୍ଧ୍ର-ଉପକୂଳ ଓଡିଶାକୁ ବାତ୍ୟା ଆଲର୍ଟ କରାଯାଉଛି । ୯ ତାରିଖ ଦିନ ସ୍ଥଳଭାଗ ଛୁଇଁବା ସହ ବାତ୍ୟାର ରୂପ ନେବ ବୋଲି କୁହାଯାଇଛି । ତେବେ ଏ ନେଇ ବର୍ତ୍ତମାନ ଆଉ ଏକ ବଡ ଅପଡେଟ ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ବାତ୍ୟା ଉପରେ ସ୍ପଷ୍ଟ ସୂଚନା ଦେଇଛନ୍ତି ଆଇଏମଡି ଡିଜି । ତାଙ୍କ କହିବା ଅନୁସାରେ, ବାତ୍ୟା କେଉଁଆଡେ ଯିବ ଏବଂ କେତେ ରହିବ ତୀବ୍ରତା, ସେ ନେଇ କୌଣସି ସ୍ପଷ୍ଟ ସøୂଚନା ଏଯାବତ୍ ମିଳି ପାରିନାହିଁ । ତେଣୁ ବାତ୍ୟାର ପୂର୍ବାନୁମାନ ହୋଇପାରି ନାହିଁ ।

ତେବେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ହିଁ ସମ୍ଭାବ୍ୟ ବାତ୍ୟାକୁ ନେଇ ସମସ୍ତ ତଥ୍ୟ ଏବଂ ସୂଚନା ଦିଆଯିବ ବୋଲି ପାଣିପାଗ ବିଭାଗର ଡିଜି ସୂଚନା ଦେଇଛନ୍ତି । ତେବେ ଓଡିଶାରେ ଏହି ସମ୍ଭାବ୍ୟ ବାତ୍ୟାର ପ୍ରଭାବ ପଡିବ ବୋଲି ଏଯାଏଁ ବିଭାଗ ପକ୍ଷରୁ କିଛି ସୂଚନା ଦିଆଯାଇନାହିଁ । ଲଘୁଚାପ ହେବା ପରେ ଏହାର ସ୍ପଷ୍ଟତା ଜଣା ପଡିବ ଏବଂ ଏହାର ପ୍ରଭାବ ସମ୍ପର୍କରେ ସୂଚନା ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.