Weather Update : ଆଗାମୀ 3 ଘଣ୍ଟା ବିପଦ ! ଓ୍ବାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ବର: ଆଜି ବି ରାଜ୍ୟରେ ଜାରି ରହିବ ବର୍ଷା । ଅଧିକାଂଶ ଜିଲ୍ଲାରେ ବର୍ଷା ହେବା ସହିତ ଘଡଘଡି ପାଇଁ ଓ୍ବାର୍ଣ୍ଣି ଜାରି କରାଯାଇଛି । ଝଡବର୍ଷା ନେଇ 15 ଜିଲ୍ଲାକୁ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟପଟେ 5 ଜିଲ୍ଲାକୁ 3 ଘଣ୍ଟା ପାଇଁ ଓ୍ବାର୍ଣ୍ଣି ଜାରି କରାଯାଇଛି । କେନ୍ଦ୍ରାପଡା, ଜଗତସିଂହପରୁ, ବାଲେଶ୍ବର, ଭଦ୍ରକ ଏବଂ ମୟୂରଭଞ୍ଜ ଜିଲ୍ଲାରେ ଘଡଘଡି ସହିତ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ କରାଯାଇଛି ।

ଅନ୍ୟପଟେ ଆଗାମୀ 5 ଦିନ ପାଇଁ ପ୍ରବଳ ବର୍ଷା ନେଇ ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, କଳାହାଣ୍ଡି, ରାୟଗଡା, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, କେନ୍ଦୁଝର, ନବରଙ୍ଗପୁର, ବାଲେଶ୍ବର, ଭଦ୍ରକ ଏବଂ କନ୍ଧମାଳ ଜିଲ୍ଲାକୁ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ସହିତ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହି କାରଣରୁ ଆସନ୍ତା 4ରୁ 5 ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଜିଠୁ 3 ଦିନ ଯାଏଁ ଉପକୂଳ ଓଡିଶାରେ ବର୍ଷାର ସମ୍ଭାବନା ରହିଛି । ଅନ୍ୟପଟେ 25ରୁ 27 ତାରିଖ ଯାଏଁ ପଶ୍ଚିମ ଓଡିଶାରେ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି । ଆଗାମୀ 5 ଦିନ ଯାଏଁ ବର୍ଷା ହେବା ନେଇ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।