fbpx

ବଢ଼ିବ କୋଭିସିଲ୍ଡ ଟିକାର ଦୁଇଟି ଡୋଜ୍ ମଧ୍ୟରେ ଥିବା ସମୟ ଅବଧି, ୧୨-୧୬ ସପ୍ତାହ ପରେ ଦେବାକୁ ସୁପାରିଶ

ନୂଆଦିଲ୍ଲୀ, ୧୩/୦୫ : ଦେଶରେ କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଟିକାକରଣକୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି । ତେଣୁ ଏବେ ପ୍ରଥମ ଡୋଜ୍ ଟିକା ନବୋ ପରେ ଦ୍ୱିତୀୟ ଡୋଜ୍ ଟିକା ନେବା ଉପରେ ଗୁରୁତ୍ୱାରୋପ କରାଯାଇଛି । ଏହା ଭିତରେ ଅକ୍ସଫୋର୍ଡ – ଆଷ୍ଟ୍ରାଜେନିକା ଏବଂ ସେରମ୍ ଇନଷ୍ଟିଚ୍ୟୁଟ୍ ଦ୍ୱାରା ମିଳିତ ଭାବରେ ପ୍ରସ୍ତୁତ ହେଉଥିବା କୋଭିସିଲ୍ଡ ଟିକାର ଦୁଇଟି ଡୋଜ୍ ମଧ୍ୟରେ ଥିବା ସମୟ ଅବଧି ବଢ଼ାଇବାକୁ ଚିନ୍ତା କରିଛନ୍ତି ରାଜ୍ୟ ସରକାରଙ୍କ ଏକ ବିଶେଷଜ୍ଞ ଟିମ୍ । ଜାତୀୟ ଟିକାକରଣ ବୈଷୟିକ ପରାମର୍ଶଦାତା ବା ଏନଟିଏଜିଆଇ କୋଭିଡ୍ ବିରୋଧୀ କୋଭିସିଲ୍ଡ ଟିକାର ଦୁଇଟି ଡୋଜ୍ ମଧ୍ୟରେ ସମୟ ଅବଧିକୁ ବଢ଼ାଇ ୧୨ ରୁ ୧୬ ସପ୍ତାହ କରିବା ପାଇଁ ସୁପାରିଶ କରିଛନ୍ତି । ଏହି ପରିପ୍ରେକ୍ଷୀରେ ପରାମର୍ଶଦାତା କହିଛନ୍ତି ଯେ, ଗର୍ଭବତୀ ମହିଳା ମାନଙ୍କୁ କୋଭିଡ୍ ଟିକା ଦିଆଯିବାର ବିକଳ୍ପ ବାହାର କରାଯାଉ ।

ସେହିପରି ଏନଟିଏଜିଆଇ ପକ୍ଷରୁ ଏହା ମଧ୍ୟ ପରାମର୍ଶ ଦିଆଯାଇଛି ଯେ, ଯେଉଁ ମାନେ କରୋନା ଦ୍ୱାରା ସଂକ୍ରମିତ ହୋଇ ସାରିଛନ୍ତି ସେମାନେ ଭଲ ହେବାର ୬ ମାସ ମଧ୍ୟରେ ଟିକା ନିଅନ୍ତୁ ନାହିଁ । ୬ ମାସ ପରେ ହିଁ ଟିକା ନେବା ଭଲ ବୋଲି ପରାମର୍ଶ ଦେଇଛି ଏନଟିଏଜିଆଇ । ବର୍ତ୍ତମାନ କୋଭିସିଲ୍ଡ ଟିକାକୁ ଚାରିରୁ ଆଠ ମାସ ମଧ୍ୟରେ ଦିଆଯାଉଛି । ଏବେ ଏନଟିଏଜିଆଇ ପକ୍ଷରୁ ଦିଆଯାଇଥିବା ଏହି ସବୁ ପରାମର୍ଶକୁ କୋଭିଡ୍ ସମ୍ବନ୍ଧୀୟ ଜାତୀୟ ବିଶେଷଜ୍ଞ ଟିମଙ୍କ ପାଖକୁ ପଠାଯିବ ।

Get real time updates directly on you device, subscribe now.