fbpx

Covid Vaccine ନେବା ପରେ କମୁଛି ଇମ୍ୟୁନିଟି, ବଢୁଛି ସଂକ୍ରମଣ: କରୋନା ଟୀକାକୁ ନେଇ ବଡ଼ ଦାବି

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସାରା ବିଶ୍ୱରେ କରୋନା ସଂକ୍ରମଣ ଶେଷ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । କିନ୍ତୁ ଅନ୍ୟାନ୍ୟ ରୋଗ ବୃଦ୍ଧି ପାଉଥିବା ବେଳେ ସଂକ୍ରମଣ ମଧ୍ୟ ବୃଦ୍ଧି ପାଇଛି । ତେବେ ବର୍ତ୍ତମାନ ସାରା ବିଶ୍ୱରେ ବ୍ୟାପୁଥିବା ବିଭିନ୍ନ ରୋଗ ପାଇଁ କରୋନା ହିଁ ଦାୟୀ ବୋଲି ଦାବି ହେଉଛି । ତେବେ କରୋନା ସମୟରେ ଦିଆ ଯାଇଥିବା ଟୀକାର ପ୍ରଭାବ ବର୍ତ୍ତମାନ ପରିଲକ୍ଷିତ ହେଉଥିବା କହିଛନ୍ତି ଏମ୍ସ ମେଡିକାଲର ପେଡିଆଟ୍ରିକ ସର୍ଜନ ଡା. ଶିଳ୍ପା ଶର୍ମା । ଟୀକାର ପ୍ରଭାବରେ ଲୋକଙ୍କ ଦେହରେ ରୋଗ ପ୍ରତିରୋଧକ କମ୍ ହେବା ସହ ସଂକ୍ରମଣ ବୃଦ୍ଧି ପାଉଥିବା ସେ ଦାବି କରିଛନ୍ତି ।

ଦେଶର ବିଭିନ୍ନ ସ୍ଥାନରେ ଏବେ ଭାଇରାଲ ଇନଫେକ୍ସନ, ସ୍କିନ ଆଲର୍ଜୀ, ପିତ୍ତାଶୟ ଇତ୍ୟାଦି ଭଳି ସମସ୍ୟା ଚିନ୍ତାର କାରଣ ପାଲଟିଛି । ଏ ନେଇ ଏମ୍ସ ଡା. ଶିଳ୍ପା ଶର୍ମା କହିଛନ୍ତି ଯେ, କରୋନା ସଂକ୍ରମଣ ଏବଂ ଏହାପରେ ଟୀକା ନେବା ଫଳରେ ଲୋକଙ୍କ ଦେହରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଛି । ଯାହାଫଳରେ ସେମାନଙ୍କ ଦେହରେ ଅଧିକାଂଶ ସମୟରେ ଇନଫେକ୍ସନ ଏବଂ ଥଣ୍ଡା ଇତ୍ୟାଦି ସମସ୍ୟା ଲାଗି ରହିଛି । ତେବେ ବର୍ତ୍ତମାନ ଏହା ୩-୪ ଦିନ ମଧ୍ୟରେ ସୁସ୍ଥ ହେବା ପରିବର୍ତ୍ତେ ସ୍ୱାଭାବିକଠାରୁ ଅଧିକ ସମୟ ନେଉଛି । ଏହାବ୍ୟତୀତ ଆପେଣ୍ଡିସାଇଟ୍ସ ସମସ୍ୟା ମଧ୍ୟ ବୃଦ୍ଧି ପାଇଛି । ଏହାବ୍ୟତୀତ କୋଲୋସିଷ୍ଟାଇଟିସ ଏବଂ ଜଳାପୋଡ଼ା-ଆଲର୍ଜୀ ଇତ୍ୟାଦି ସମସ୍ୟା ମଧ୍ୟ ଦେଖାଯାଇଛି ।

ତେବେ ଜିମରେ ଅଧିକାଂଶ ସମୟ ହାର୍ଟ-ଆଟାକ ହେବାର କାରଣ ମଧ୍ୟ ଦର୍ଶାଇଛନ୍ତି ଡା. ଶିଳ୍ପା । ଶରୀରରେ ଜଳୀୟ ଅଂଶ କମ୍ ହେବାରୁ କ୍ଲଟ୍ ହୋଇଯାଏ, ଯାହା ଫଳରେ ହୃଦଘାତ ଭଳି ସମସ୍ୟା ଦେଖାଦିଏ । ସେହିପରି ଗର୍ଭାବସ୍ଥା ସମୟରେ ଫୋଲିକ ଏସିଡ ପିଲାଙ୍କ ବିକାଶ ପାଇଁ ବେଶ୍ ଆବଶ୍ୟକ । ତେଣୁ ଗର୍ଭଧାରଣର ୩ ମାସ ପୂର୍ବରୁ ଫୋଲିକ ଏସିଡ ନେବା ଉଚିତ ବୋଲି ଡା. ଶିଳ୍ପା ପରାମର୍ଶ ଦେଇଛନ୍ତି । ଫୋଲିକ ଏସିଡ ନ ନେବା ଦ୍ୱାରା ଶିଶୁଙ୍କ ଶରୀରରେ ବିଭିନ୍ନ ଜନ୍ମଗତ ସମସ୍ୟା ଦେଖା ଦେଇପାରେ ବୋଲି ସେ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.