fbpx

ଜାଣନ୍ତୁ କେଉଁ ରାଶିରେ ଆରମ୍ଭ ହେବ ଶନିର ମହାଦଶା

Advertisement

ଆମ ଦେଶରେ ଅନେକ ଲୋକ ରାଶି-ନକ୍ଷତ୍ର, ଗ୍ରହ-ଜାତକ ଆଦିକୁ ଖୁବ୍ ବିଶ୍ୱାସ କରିଥାନ୍ତି । ଭାରତର ଜ୍ୟୋତିଷ ଶାସ୍ତ୍ର ମଧ୍ୟ ଖୁବ୍ ଉନ୍ନତ ଓ ବହୁ ପ୍ରାଚୀନ । ଏହା ଅନେକ କ୍ଷେତ୍ରରେ ବିଜ୍ଞାନ ସମ୍ମତ । ତେବେ ରାଶି-ନକ୍ଷତ୍ର-ଗ୍ରହ ଆଦି ସମ୍ପର୍କରେ ଅଧିକ ବିଷୟ ଅଜଣା ଥିବାରୁ ଅନେକ ଲୋକ ଚିନ୍ତାରେ ପଡ଼ିଥାନ୍ତି । ଆଗାମୀ ଜୀବନରେ କଣ ଘଟିବ ବା ଭବିଷ୍ୟତ କେମିତି ହେବ? ଏମିତି ଭାବିବା ସହ ସମସ୍ୟାର ସମାଧାନ ପାଇଁ ବାଟ ଖୋଜନ୍ତି ଅନେକ । ତେବେ ସାଧାରଣତଃ ଶନି ଦଶା କି ମହାଦଶା କହିଲେ ଲୋକଙ୍କ ମନରେ ବଡ଼ ଭୟ ସୃଷ୍ଟି ହୁଏ । ଶନିର ମହାଦଶା ପାଇଁ ସମସ୍ତେ ଭୟଭୀତ ରହିଥାନ୍ତିା ଶନିର ଅଶୁଭ ପ୍ରଭାବ ଯୋଗୁଁ ଅନେକ ବ୍ୟକ୍ତିଙ୍କର ଜୀବନ ବହୁତ ଖରାପରେ କଟିଥାଏ । ଏହି ସମୟରେ କୁମ୍ଭ, ଧନୁ, ମକର ରାଶି ଉପରେ ଶନିର ସାଢ଼େସାତୀ ଏବଂ ତୁଳା, ମିଥୁନ ଉପରେ ଶନିର ଧୈୟା ଚାଲୁଅଛି । ସୂଚନା ଅନୁଯାୟୀ  ଶନିର କୁଦୃଷ୍ଟି  ଯେଉଁ ରାଶି ଉପରେ ପଡ଼ିଥାଏ ସେମାନଙ୍କୁ ବହୁ କଷ୍ଟ ସହିବା ସହ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ତେବେ ଚଳିତ ବର୍ଷ ଶନିର ରାଶି ଉପରେ କୌଣସି ପରିବର୍ତ୍ତନ ହେବ ନାହିଁ । ଯେଉଁଥିପାଇଁ ଏହି ରାଶି ଉପରେ ଶନିର ସାଢ଼େସାତୀ ଓ ଧୈୟା ରହିବ । ଆସନ୍ତା ବର୍ଷ ୨୦୨୨ ଏପ୍ରିଲରେ ଶନିର ରାଶି ପରିବର୍ତ୍ତନ ହେବ ।

ଆସନ୍ତୁ ଜାଣିବା କେଉଁ ରାଶିରେ ଶନିର କେମିତି ରହିବ ପ୍ରଭାବ । ଶନିର ରାଶି ପରିବର୍ତ୍ତନ ବେଳେ କେଉଁଥିରେ ଚାଲିବ ମହାଦଶା?

–     ଶନିର ସାଢ଼େସାତୀ

ଆସନ୍ତା ଏପ୍ରିଲ୍ ୨୯ରେ ଶନିର ରାଶି ପରିବର୍ତ୍ତନ ହେବ । ଏହା ସହିତ ମୀନ ରାଶି ଉପରେ ସାଢ଼େସାତୀର ପ୍ରଥମ ଚରଣ ଆରମ୍ଭ ହେବ । ଶନିର ମହାଦଶାର ପୂର୍ବରୁ ପ୍ରଥମ ଚରଣରେ ଏହି ରାଶି ମାନସିକ ଓ ଶାରୀରିକ କଷ୍ଟ ଅନୁଭବ କରିବା ସହ ସମସ୍ୟାର ସାମ୍ନା କରିବାକୁ ପଡ଼ିବ ।

–    ଶନିର ଧୈୟା

କର୍କଟ ଓ ବୃଷ ରାଶି ଉପରେ ଶନିର ଧୈୟା ଆରମ୍ଭ ହେବ । ଶନିର ଧୈୟା ଚାଲିଲେ କାମରେ ବିଳମ୍ବ ହେବା ସହ  ବାଦ-ବିବାଦ ଲାଗି ରହିବ । ଏହା ସହ ମାନସିକ କଷ୍ଟର ସାମ୍ନା କରିବାକୁ ହେବ ।

 

–    ଶନି ଧୈୟାରୁ ମୁକ୍ତି ପାଇବା ରାଶି

ଶନିର ପ୍ରଭାବ କୁମ୍ଭ ଉପରେ ଚାଲିବା ହେତୁ ମିଥୁନ ଓ ତୁଳା ରାଶି ଉପରେ ଶନିର ଧୈୟାର ମୁକ୍ତି ମିଳିଯିବ । ତେଣୁ ପୂର୍ବରୁ ଭୋଗିଥିବା ସମସ୍ୟାରେ ସମାଧାନ ଆସିବ ଏବଂ କଷ୍ଟ ଲାଘବ ହେବ ।

Get real time updates directly on you device, subscribe now.