ବାତ୍ୟା ପ୍ରଭାବ: ଭାଙ୍ଗିଗଲା ବଡ଼ ବଡ଼ ଗଛ, କେଉଁଠି ଚାଳ ଉଡ଼ିଲା ତ’ ଆଉ କେଉଁଠି ଭାଙ୍ଗିଲା ଆଜବେଷ୍ଟସ୍

ଭୁବନେଶ୍ୱର: ଗତକାଲି ମଧ୍ୟରାତ୍ରରେ ଲ୍ୟାଣ୍ଡଫଲ୍ କରିଛି ବାତ୍ୟା ‘ଦାନା’ । ରାତି ୧୨ଟା ୫ରେ ଲ୍ୟାଣ୍ଡଫଲ୍ କରିଛି ଦାନା । ଭିତରକନିକା ହବାଳିଖଟିରେ ସ୍ଥଳଭାଗ ଛୁଇଁଛି । ସିଭିୟର ସାଇକ୍ଲୋନିକ୍ ଷ୍ଟ୍ରର୍ମ “ଦାନା” ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ଏବଂ ଉତ୍ତର ଓଡ଼ିଶା ଉପକୂଳକୁ ହବାଳିଖଟି ନେଚର କ୍ୟାମ୍ପ (ଭିତରକନିକା) ଏବଂ ଧାମରା ନିକଟ ଦେଇ ରାତି ୧ଟା ୩୦ ମିନିଟରୁ ଭୋର ୩.୩୦ ମିନିଟ୍ ମଧ୍ୟରେ ଅତିକ୍ରମ କରିଛି ।

ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୧୦ କିଲୋମିଟର ଏବଂ ଝଟକା ପବନ ୧୨୦ କିଲୋମିଟର ରହିଥିଲା ।

ବାତ୍ୟା ପ୍ରଭାବରେ ଭାଙ୍ଗିଯାଇଛି ବଡ଼ ବଡ଼ ଗଛ, ଚାଳ ଉଡ଼ିବା ସହ ଭାଙ୍ଗିଯାଇଛି ଆଜବେଷ୍ଟସ୍। ଦାନାର ପ୍ରଭାବରେ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଜଗତସିଂହପୁର ଜିଲ୍ଲାର ଅଧିକାଶଂ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି

ଦାନାର ପ୍ରଭାବରେ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଜଗତସିଂହପୁର ଜିଲ୍ଲାର ଅଧିକାଶଂ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ପଡିଛି। ଅନେକ ସ୍ଥାନରେ ଚାଳ ଛପର ଉଡିଯାଇଛି। ଆଜବେଷ୍ଟସ ମଧ୍ୟ ଉଡ଼ିଯାଇଥିବା ଦେଖିବାକୁ ମିଳିଛି।

ମାଟି କାନ୍ଥ ଘର ଭାଙ୍ଗିଯାଇଛି। ଗଛ ଡାଳ ପଡି କିଛି ସ୍ଥାନରେ ବିଦ୍ୟୁତ୍ ଓ ଟେଲିଫୋନ ତାର ଛିଣ୍ଡିଛି। ତାଳଚୁଆ, ରାଜନଗର ଆଦି ସ୍ଥାନରେ ୬ ଫୁଟର ଜୁଆର ମାଡି ଆସିଛି। ତାଳଚୁଆ ବଜାରରେ ପାଣି ପ୍ରବେଶ କରିଥିବା ଦେଖିବାକୁ ମିଳିଛି। ବତ୍ୟାର ତାଣ୍ଡବ ପରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି। ଏନଡିଆରଏଫ, ଏସଡିଆରଏଫ, ଓଡ୍ରାଫ ସହ ଅଗ୍ନୀଶମ ଟିମର ସଦସ୍ୟ ବିଭିନ୍ନ ସ୍ଥାନରେ ଗଛ କାଟି ରାସ୍ତା ସଫା କରିବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।