ଭୁବନେଶ୍ବର: ବିଦ୍ୟାଳୟରେ ପାଳନ ହେବ ପ୍ରବେଶ ଉତ୍ସବ । 2025-26 ଶିକ୍ଷାବର୍ଷ ପାଇଁ ସ୍କୁଲରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ । ଏପ୍ରିଲ ମାସରେ ପାଲା ଖଡ଼ି ଛୁଇଁବେ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।
ଯଦି ଦେଖିବା ବିଦ୍ୟାଳୟରେ ପ୍ରବେଶ ଉତ୍ସବ ପାଳନ କୌଣସି ନୂଆକଥା ନୁହେଁ । ପ୍ରତିବର୍ଷ ଛୁଆଙ୍କୁ ସ୍ବାଗତ କରିବା ପାଇଁ ଏହା ପାଳନ କରାଯାଇଥାଏ ।
ତେବେ ଯେଉଁସ୍ଥାନରେ ଛାତ୍ରଛାତ୍ରୀମାନେ ସ୍କୁଲ ଆସିବା ପାଇଁ ଇଚ୍ଛା ପ୍ରକାଶ କରୁନଥିବେ ସେଠାରେ ସେମାନଙ୍କୁ ଚିହ୍ନଟ କରାଯାଇ ଛାତ୍ରଛାତ୍ରୀଙ୍କୁ ସ୍କୁଲକୁ ଆସିବାକୁ ଉତ୍ସାହିତ କରାଯିବ ।
ଅଙ୍ଗନବାଡି କର୍ମୀଙ୍କ ସହାୟତାରେ ସ୍କୁଲ କର୍ତ୍ତୃପକ୍ଷ 5 ବର୍ଷରୁ ଅଧିକ ପିଲାଙ୍କର ଏକ ତାଲିକା ପ୍ରସ୍ତୁତ କରିବେ ।
ପ୍ରକାଶଥାଉକି, ଆସନ୍ତା ଶିକ୍ଷାବର୍ଷ(2025-26)ରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ଜାତୀୟ ଶିକ୍ଷାନୀତି ଲାଗୁ କରାଯିବ । ସମସ୍ତ ପ୍ରାଥମିକ ସ୍କୁଲରେ ଶିଶୁ ବାଟିକା ଖୋଲାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।