ନୂଆଦିଲ୍ଲୀ: ସଡ଼କ ଦୁର୍ଘଟଣାରେ ପୀଡ଼ିତମାନଙ୍କୁ କିପରି କମ୍ ସମୟ ମଧ୍ୟରେ ଆର୍ଥିକ ସହାୟତା ମିଳିପାରିବ ସେଥିନେଇ କେନ୍ଦ୍ର ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ହିଟ୍ ଆଣ୍ଡ ରନ୍ ମାମଲାରେ ପୀଡ଼ିତଙ୍କୁ ସହାୟତା ପାଇଁ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ଦ୍ୱାରା ଏକ ୧୦ ଜଣିଆ କମିଟି ଗଠନ କରାଯାଇଛି ।
ଏଣିକି ମୃତକଙ୍କ ପରିବାରକୁ ସଡ଼କ ସୁରକ୍ଷା ପାଣ୍ଠିରୁ ୨ ଲକ୍ଷ ଟଙ୍କା ଓ ଆହତଙ୍କୁ ୫୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯିବ । ଏନେଇ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାସ୍ତରରେ ଘଟୁଥିବା ସଡ଼କ ଦୁର୍ଘଟଣା ସମ୍ବନ୍ଧିତ ମାମଲାଗୁଡ଼ିକୁ ଅନଲାଇନରେ କମିଟି ତଦାରଖ କରିବ । ଏଥିସହିତ ଜିଲ୍ଲାସ୍ତରରେ ସଡ଼କ ସୁରକ୍ଷା ପାଣ୍ଠିର ବ୍ୟବସ୍ଥା କରିବ ।
ଜଣାପଡ଼ିଛି ଯେ, ପ୍ରତ୍ୟେକ ବର୍ଷ ଦେଶରେ ୭୦ ହଜାରରୁ ଅଧିକ ଲୋକ ହିଟ୍ ଆଣ୍ଡ ରନ୍ ମାମଲାରେ ପ୍ରାଣ ହରାଉଛନ୍ତି । ଏହି ହିସାବରେ ଦୈନିକ ଆଭରେଜ୍ ୭୮ ଜଣଙ୍କର ଜୀବନ ଯାଉଛି । ତେବେ ଉଭୟ ମୃତକ ଓ ଆହତମାନଙ୍କୁ ବୀମା କମ୍ପାନୀ ଓ ସରକାରଙ୍କ ଦ୍ୱାରା କ୍ଷତିପୂରଣ ଦିଆଯିବା ନେଇ ମଧ୍ୟ ବ୍ୟବସ୍ଥା କରାଯାଇଛି ।