fbpx

କାଲି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ: ୧୫ଟି ପ୍ରସ୍ତାବକୁ ମିଳିପାରେ ମଞ୍ଜୁରୀ

ଭୁବନେଶ୍ୱର: ଆସନ୍ତାକାଲି ପୂର୍ବାହ୍ନ ୧୧ଟା ୩୦ ମିନିଟରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ପ୍ରାୟ ୧୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିବାର ଆଶା ରହିଛି ।

ସୂଚନା ଅନୁଯାୟୀ ବୈଠକରେ କ୍ରୀଡ଼ା ଓ ଯୁବସେବା, ପଞ୍ଚାୟତିରାଜ, ଉଚ୍ଚଶିକ୍ଷା, ସାଧାରଣ ପ୍ରଶାସନ ବିଭାଗ, ସ୍ୱାସ୍ଥ୍ୟ, ଜଳସମ୍ପଦ, କୃଷି ଆଦି ବିଭାଗର କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଅନୁମୋଦନ ମିଳିବ । ବିଶେଷ କରି ପାନୀୟଜଳ ପ୍ରକଳ୍ପ, କ୍ୟାଡର ରୁଲ୍‍ ସଂଶୋଧନ, ନଦୀବନ୍ଧ ଯୋଜନା ପ୍ରକଳ୍ପ ଭଳି ପ୍ରସ୍ତାବକୁ ଅନୁମୋଦନ ମିଳିବାର ସମ୍ଭାବନା ମଧ୍ୟ ରହିଛି ।

ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ୧୭ଟି ପ୍ରସ୍ତାବ ଉପରେ ମୋହର ଲାଗିଥିଲା । ସୂଚନା ଅନୁଯାୟୀ, ୟୁପି ସ୍କୁଲ ଶିକ୍ଷକଙ୍କ ଗ୍ରାଣ୍ଟ-ଇନ୍-ଏଡ୍ ଅବଧି ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିଲା । ଠିକ୍ ସେହିପରି ଅନୁଦାନପ୍ରାପ୍ତ ବେସରକାରୀ ହାଇସ୍କୁଲ ପାଇଁ ମଧ୍ୟ ଅବଧିକୁ ବୃଦ୍ଧି କରାଯାଇଥିଲା । ଏ ନେଇ ଅଧିକ ସୂଚନା ଦେଇଥିଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।

Get real time updates directly on you device, subscribe now.