fbpx

୨୦୨୨ ମାର୍ଚ୍ଚ ସୁଦ୍ଧା ଆଧାର ଓ ପାନ୍ କାର୍ଡଧାରକ ମାନେ କରାଇନିଅନ୍ତୁ ଏହିକାମ, ନଚେତ୍ ନିଷ୍କ୍ରିୟ ହୋଇଯିବ PAN Card

ନୂଆଦିଲ୍ଲୀ: ଆଧାର କାର୍ଡ ଏବଂ ପାନ୍ କାର୍ଡ ହେଉଛି ଦେଶର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍ । ଇନକମ ଟ୍ୟାକ୍ସ ରିଟର୍ଣ୍ଣ (ଆଇଟିଆର୍) ଦାଖଲ ଠାରୁ ଆରମ୍ଭ କରି ବଡ ବ୍ୟାଙ୍କିଙ୍ଗ କାରବାର ପର୍ୟ୍ୟନ୍ତ, ପାନ୍ କାର୍ଡ ଓ ଆଧାର କାର୍ଡ ପାଖରେ ରହିବା ଆବଶ୍ୟକ । ଏହା ବ୍ୟତୀତ ଅନ୍ୟାନ୍ୟ ଆର୍ଥିକ କାର୍ୟ୍ୟ ପାଇଁ ପାନ୍ କାର୍ଡ ରହିବା ବାଧ୍ୟତାମୂଳକ । ସେହିପରି ଅନ୍ୟାନ୍ୟ ଆର୍ଥିକ କାରବାର ଓ ପରିଚୟ ପ୍ରମାଣ ଦେବା ପରିପ୍ରେକ୍ଷୀରେ ଆଧାର କାର୍ଡ ବ୍ୟବହାର କରାଯାଇଥାଏ ।

ଏଭଳି ପରିସ୍ଥିତିରେ ଆୟକର ବିଭାଗ ପ୍ୟାନକୁ ଆଧାର ସହିତ ସଂଯୋଗ କରିବାର ଶେଷ ତାରିଖ ଭାବରେ ୩୧ ମାର୍ଚ୍ଚ ୨୦୨୨ ସ୍ଥିର କରିଛି । ଯଦି ଏହି ତାରିଖ ସୁଦ୍ଧା ପାନ୍ କାର୍ଡ କୁ ଆଧାର କାର୍ଡ ସହିତ ଲିଙ୍କ୍ କରିବେ ନାହିଁ ତେବେ ମୋଟାଅଙ୍କର ଜୋରିମାନା ଦେବାକୁ ପଡିବ । ତେବେ ଚାଲନ୍ତୁ ଜାଣିବା ପାନ୍ କୁ ଆଧାର ସହିତ ଲିଙ୍କ୍ କରିବାର ପ୍ରକ୍ରିୟା ।

ଯଦି ସରକାରଙ୍କ ଦ୍ୱାରା ସ୍ଥିର ହୋଇଥିବା ଶେଷ ତାରିଖ ସୁଦ୍ଧା ଆପଣ ନିଜର ଆଧାରକୁ ପାନ୍ ସହିତ ଲିଙ୍କ୍ କରନ୍ତି ନାହିଁ, ତେବେ ଆପଣଙ୍କୁ ସର୍ବାଧିକ ୧୦୦୦ ଟଙ୍କା ଜୋରିମାନା ଦେବାକୁ ପଡ଼ିପାରେ । ଏହା ବ୍ୟତୀତ, ଯେଉଁମାନେ ନିର୍ଦ୍ଧାରିତ ତାରିଖ ସୁଦ୍ଧା ପାନ୍ କାର୍ଡକୁ ଆଧାର ସହିତ ଲିଙ୍କ୍ କରିବେ ନାହିଁ, ସେମାନଙ୍କ ପାନ୍ କାର୍ଡ ୧ ଏପ୍ରିଲ ୨୦୨୨ ରୁ ନିଷ୍କ୍ରିୟ ହୋଇଯିବ ।

ଏହି ଉପାୟରେ ପାନ୍ ସହିତ ଆଧାର କରନ୍ତୁ ଲିଙ୍କ୍:

୧. ସର୍ବପ୍ରଥମେ ଇନକମ ଟ୍ୟାକ୍ସ ୱେବସାଇଟକୁ ଯାଆନ୍ତୁ ।

୨. ଆଧାର କାର୍ଡରେ ଦିଆଯାଇଥିବା ନାମ, ପାନ୍ ନମ୍ବର ଏବଂ ଆଧାର ନମ୍ବର ଏଣ୍ଟର୍ କରନ୍ତୁ ।

୩. ଆଧାର କାର୍ଡରେ ଯଦି କେବଳ ଜନ୍ମ ବର୍ଷ ଦିଆଯାଇଥାଏ ତେବେ ସ୍କାଆର୍ ରେ ଟିକ୍ କରନ୍ତୁ ।

୪. ଏବେ କ୍ୟାପଚା କୋଡ୍ ପ୍ରବେଶ କରାନ୍ତୁ ।

୫. ବର୍ତ୍ତମାନ ଲିଙ୍କ୍ ଆଧାର ବଟନ୍ ଉପରେ କ୍ଲିକ୍ କରନ୍ତୁ ।

୬. ଆପଣଙ୍କର ପାନ୍ ଆଧାର ସହିତ ଲିଙ୍କ୍ ହେବ ।

ଆପଣ ମାନେ ଏସଏମଏସ୍ ଜରିଆରେ ମଧ୍ୟ ଲିଙ୍କ୍ କରିପାରିବେ । ଏସଏମଏସ୍ ଜରିଆରେ ଫୋନ୍ ମାଧ୍ୟମରେ ଲିଙ୍କ୍ କରିବାକୁ ଚାହୁଁଥିଲେ ଫୋନରେ UIDPAN ଟାଇପ୍ କରି ୧୨ ଅଙ୍କ ବିଶିଷ୍ଟ ଆଧାର ନମ୍ବର ପ୍ରବେଶ କରନ୍ତୁ । ତା’ପରେ ୧୦ ଅଙ୍କ ବିଶିଷ୍ଟ ପାନ୍ ନମ୍ବର ପ୍ରବେଶ କରନ୍ତୁ । ବର୍ତ୍ତମାନ ଷ୍ଟେପ୍ ୧ ରେ ୫୬୭୬୭୮ କିମ୍ବା ୫୬୧୬୧ ରେ ମେସେଜ୍ ପଠାଇଦିଅନ୍ତୁ ।

Get real time updates directly on you device, subscribe now.