fbpx

ସକାଳୁ ଉଠିବା ପରେ ଚା’ ଖୋଜୁଥିବା ଲୋକଙ୍କ ପାଇଁ ଜରୁରୀ ଖବର, ଏପରି ଭୁଲ୍ କରୁଥିଲେ ସୁଧୁରି ଯାଆନ୍ତୁ

ଓଡ଼ିଶା ଭାସ୍କର ବ୍ୟୁରୋ: କିଛି ଲୋକଙ୍କ ଅଭ୍ୟାସ ରହିଛି ଯେ, ସେମାନେ ସକାଳୁ ସକାଳୁ ଉଠିବା ପରେ ଚା’ ଖୋଜିଥାନ୍ତି । ଚା’ ନ ପିଇଲେ ସେମାନଙ୍କ ଦିନ ଭଲରେ କଟେନି । ଆଉ ଯଦି ଏହା ଆପଣଙ୍କର ଅଭ୍ୟାସରେ ପରିଣତ ହୋଇଯାଇଚି ତେବେ ଏହା ଶରୀର ପ୍ରତି ଖୁବ୍ କ୍ଷତିକାରକ ହୋଇପାରେ । ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଏହା ଖୁବ୍ ଖରାପ ସାବ୍ୟସ୍ତ ହୋଇପାରେ । ତେବେ ଅନେକ ବିଶେଷଜ୍ଞ ସକାଳୁ ଉଠିବା ପରେ ଚା’ ପିଇବା ଅଭ୍ୟାସକୁ ଖରାପ ବୋଲି କହିଛନ୍ତି ।

ତାହେଲେ ଚାଲନ୍ତୁ ଜାଣିବା ସକାଳୁ ଚା’ ପିଇଲେ କଣ ହୁଏ:

ମେଟାବୋଲିଜିମ୍ ସିଷ୍ଟମ୍ ରେ ସମସ୍ୟା ଦେଖାଦେଇପାରେ

ଯଦି ଆପଣଙ୍କ ସକାଳୁ ଚା ପିଇବାର ଅଭ୍ୟାସ ରହିଛି, ତାହେଲେ ଦ୍ୱାରା ମେଟାବୋଲିକ୍ ସିଷ୍ଟମ୍ ଉପରେ ହାନି ପହଞ୍ଚିଥାଏ । କାରଣ ଚା’ରେ ଥିବା ଏସିଡ୍ ଶରୀର ଉପରେ ପ୍ରଭାବ ପକାଇଥାଏ । ଫଳରେ ଅନେକ ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦିଏ ।

ଶରୀର ଡିହାଇଡ୍ରେଟ୍ ହୁଏ

ଅନେକ ରିପୋର୍ଟରେ କୁହାଯାଇଛି ଯେ ଚା ଆମ ଶରୀରରେ ଜଳ ପରିମାଣକୁ ହ୍ରାସ କରିଥାଏ। ଯେତେବେଳେ ଆପଣ ରାତିରେ ଶୋଇଥା’ନ୍ତି ସେତେବେଳେ ଆପଣ ଭଲ ଭାବରେ ପାଣି ପିଅନ୍ତି ନାହିଁ ଏବଂ ଶରୀରରେ ଜଳ ପରିମାଣ କମିଯାଏ । ଏହା ପରେ, ଯେତେବେଳେ ଆପଣ ପାଣି ନ ପିଇ ଚା ପିଅନ୍ତି, ଏହା ଶରୀରକୁ ଅଧିକ ଡିହାଇଡ୍ରେଟ୍ କରିଥାଏ, ତେଣୁ ଆପଣ ଧ୍ୟାନ ଦେବା ଉଚିତ୍ ଯେ ଆପଣଙ୍କ ଶରୀର ଡିହାଇଡ୍ରେଟ୍ ଯେପରି ନ ହୁଏ ।

ପେଟ ରୋଗ

ଯେଉଁମାନେ ଖାଲି ପେଟରେ ଚା ପିଉଛନ୍ତି, ସେମାନେ ଅଲସର ଏବଂ ହାଇପର ଏସିଡିଟିର ଶିକାର ହୁଅନ୍ତି କାରଣ ଖାଲି ପେଟରେ ଗରମ ଚା ପିଇବା ଦ୍ୱାରା ପେଟର ଭିତର ଅଂଶରେ ଆଘାତ ହେବାର ଆଶଙ୍କା ବଢ଼ିଯାଏ । ଏହା ବ୍ୟତୀତ ଅମ୍ଳତା ଏବଂ କୋଷ୍ଠକାଠିନ୍ୟ, ପେଟରେ ଗ୍ୟାସ୍ ରହିଥାଏ । ଯଦି ସମ୍ଭବ, ତେବେ କ୍ଷୀର ଚା ବ୍ୟତୀତ, ଆପଣ ଗ୍ରୀନ୍ ଟି ପିଅନ୍ତୁ ।

Get real time updates directly on you device, subscribe now.