ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ଇଚ୍ଛାମୃତ୍ୟୁକୁ ମିଳିଲା ଅନୁମତି

ପ୍ରଥମ ରାଜ୍ୟ ଭାବରେ କର୍ଣ୍ଣାଟକରେ ଲାଗୁ ହେଲା ଇଚ୍ଛାମୃତ୍ୟୁ। ସରକାରଙ୍କ ଆଦେଶ ପରେ ସୁପ୍ରିମକୋର୍ଟ ଶୁଣାଇଲେ ଗୁରୁତ୍ୱପୂର୍ଣ୍ଣ ରାୟ। ଇଚ୍ଛାମୃତ୍ୟୁ ପାଇଁ କ'ଣ ରହିଛି ନିୟମ।

କର୍ଣ୍ଣାଟକ: ଇଚ୍ଛାମୃତ୍ୟୁକୁ ମିଳିଲା ଅନୁମିତ। ଏପରି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ପ୍ରଥମ ଥର ପାଇଁ ଆଉ ପ୍ରଥମ ରାଜ୍ୟ ଭାବେ କର୍ଣ୍ଣାଟକରେ ଲାଗୁୁ ହୋଇଛି ଇଚ୍ଛାମୃତ୍ୟୁ।

କର୍ଣ୍ଣାଟକ ସରକାର ଏପରି ନିର୍ଦ୍ଦେଶ ଲାଗୁ କରିଛନ୍ତି। ଯାହାକୁ କର୍ଣ୍ଣାଟକବାସୀ ମଧ୍ୟ ସ୍ୱାଗତ କରୁଛନ୍ତି। ଯେହେତୁ କିଛିକାଂଶରେ ଲୋକ ଇଚ୍ଛାମୃତ୍ୟୁ ପାଇଁ ସରକାରଙ୍କ ନିକଟରେ ନିବେଦନ କରିଥାନ୍ତି। ତେଣୁ ଲୋକଙ୍କ ଭାବନାକୁ ଦୃଷ୍ଟିରେ ରଖି ସରକାର ଏପରି ନିଷ୍ପତ୍ତି ନେଇଥିବା କୁହାଯାଉଛି।

କେଉଁ ମାନଙ୍କୁ ମିଳିବ ଅନୁମତି: ତେବେ ଯଦିଓ ପ୍ରଥମ ରାଜ୍ୟ ଭାବେ କର୍ଣ୍ଣାଟକରେ ଇଚ୍ଛାମୃତ୍ୟୁ ନିର୍ଦ୍ଦେଶକୁ ଲାଗୁ କରିଛନ୍ତି କର୍ଣ୍ଣାଟକ ସରକାର। କିନ୍ତୁ ଏଥିପାଇଁ ସମସ୍ତଙ୍କୁ ଅନୁମତି ମିଳିବ ନାହିଁ। ନିର୍ଦ୍ଦିଷ୍ଟ କେତେକ ଲୋକଙ୍କୁ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ମିଳିବ।

ଯଦି ଦେଖିବା ଯେଉଁ ଲୋକ ଅତ୍ୟଧିକ ଗମ୍ଭୀର ରୋଗରେ ପୀଡ଼ିତ ଥିବ ବା ଯେଉଁ ରୋଗର ଚିକିତ୍ସା ନାହିଁ। ସେଭଳି ସ୍ଥିତିରେ ବ୍ୟକ୍ତି ସମ୍ମାନର ସହ ଇଚ୍ଛାମୃତ୍ୟୁ ଅଧିକାର ଅନୁସାରେ ନିଜ ଜୀବନ ତ୍ୟାଗ କରିପାରିବେ।

ସୁପ୍ରିମକୋର୍ଟଙ୍କ ରାୟ: ନିକଟରେ ଏହି ପିଟିସନ ଉପରେ ଶୁଣାଣୀ କରି ସୁପ୍ରିମକୋର୍ଟ କର୍ଣ୍ଣାଟକ ସରକାରଙ୍କୁ ଅଧିକାର ଲାଗୁ କରିବାକୁ ଆଦେଶ ଦେଇଥିଲେ।

ଆଉ ପରେ ଏନେଇ ଫେବୃଆରୀ ୧ ତାରିଖରେ ଅର୍ଥାତ୍ ଶନିବାର ଦିନ ଏନେଇ ନିଜ ସୋସିଆଲ ମିଡ଼ିଆ ହ୍ୟାଣ୍ଡଲ ଏକ୍ସରେ ସୂଚନା ଦେଇଛନ୍ତି କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀ ଦିନେଶ ଗୁଣ୍ଡୁ ରାଓ।

ଇଚ୍ଛାମୃତ୍ୟୁ ପାଇଁ କ’ଣ ଆବଶ୍ୟକ: ଯଦିଓ ସରକାର ଇଚ୍ଛାମୃତ୍ୟୁକୁ ଅନୁମତି ଦେଇଛନ୍ତି ଏଥିପାଇଁ କିଛି ନିର୍ଦ୍ଦିଷ୍ଟ ନିୟମ ମଧ୍ୟ ରହିଛି। ସମ୍ମାନଜନକ ଇଚ୍ଛାମୃତ୍ୟୁ ପାଇଁ ଟୁ-ଷ୍ଟେପ ମେଡିକାଲ ରିଭ୍ୟୁ ସିଷ୍ଟମ ଆବଶ୍ୟକ। ଏହା ମୁଖ୍ୟତ ଲାଇଫ ସପୋର୍ଟ ସିଷ୍ଟମରେ ଥିବା ରୋଗୀଙ୍କ ପାଇଁ ଲାଗୁ ହେବ।

୩ଜଣ ସଦସ୍ୟଙ୍କୁ ନେଇ ଗଠିତ ଡାକ୍ତରୀଟିମ ରୋଗୀଙ୍କ ସ୍ବାସ୍ଥ୍ୟକୁ ନେଇ ପ୍ରଥମେ ନିରିକ୍ଷଣ କରିବେ। ଏନେଇ କୋର୍ଟଙ୍କୁ ଏକ ରିପୋର୍ଟ ଦେବେ। କୋର୍ଟଙ୍କ ଆଦେଶ ମିଳିବା ପରେ  ଇଚ୍ଛାମୃତ୍ୟୁକୁ ନେଇ ପ୍ରକ୍ରିୟା ଆରମ୍ଭ କରାଯିବ।

ଏହା ପାଇଁ ରୋଗୀଙ୍କ ପରିବାରର ଅନୁମତି ବାଧ୍ୟତାମୂଳକ। ଅଧିନିୟମ ୧୯୯୪ ଅନୁସାରେ ଏହାକୁ କାର୍ୟ୍ୟକାରୀ କରାଯିବ। ଏହାସହ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ଡାକ୍ତରଖାନାରେ ଲାଗୁ ହେବ।