fbpx

ତୋଶଖାନା ମାମଲାରେ ଇମ୍ରାନ ଖାନଙ୍କୁ ବଡ଼ ଆଶ୍ୱସ୍ତି, ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଲେ ଇସଲାମାବାଦ ହାଇକୋର୍ଟ

ନୂଆଦିଲ୍ଲୀ: ପାକିସ୍ତାନର ଇସଲାମାବାଦ ହାଇକୋର୍ଟ ମଙ୍ଗଳବାର ଅଗଷ୍ଟ ୨୯ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ତୋଶଖାନା ଦୁର୍ନୀତି ମାମଲାରେ ତିନି ବର୍ଷ ଜେଲ ଦଣ୍ଡକୁ ସ୍ଥଗିତ କରିଛନ୍ତି । ଏହା ସହିତ କୋର୍ଟ ତୁରନ୍ତ ଇମ୍ରାନ ଖାନଙ୍କୁ ଜେଲ୍‌ରୁ ମୁକ୍ତ କରିବାକୁ ନିର୍ଦେଶ ଦେଇଛନ୍ତି ।

ହାଇକୋର୍ଟର ପ୍ରଧାନ ବିଚାରପତି ଆମୀର ଫାରୁକ୍ ଏବଂ ଜଷ୍ଟିସ୍ ତାରିକ୍ ମେହମୁଦ ଜାହାଙ୍ଗିରିଙ୍କ ଏକ ବେଞ୍ଚ ଉଭୟ ପକ୍ଷର ଓକିଲଙ୍କ ଯୁକ୍ତି ଶୁଣିବା ପରେ କୋର୍ଟ ତାଙ୍କର ରାୟ ସଂରକ୍ଷିତ କରିଥିଲେ । ଏହା ପରେ ମଙ୍ଗଳବାର ଦିନ ୧୧ ଟା ସମୟରେ ଏହି ନିଷ୍ପତ୍ତି ଘୋଷଣା କରାଯିବ ବୋଲି ବେଞ୍ଚ କହିଥିଲେ ।

ଏହା ପୁର୍ବରୁ ଇମ୍ରାନଙ୍କ ଓକିଲ ପୁଣିଥରେ ସେହି ଅପିଲର ପକ୍ଷ ରଖିଥିଲେ ଯାହାର ଶୁଣାଣି ୨୨ ଅଗଷ୍ଟରୁ ଆରମ୍ଭ ହୋଇଥିଲା । ଏହା ପୁର୍ବରୁ ନିର୍ବାଚନ କମିଶନଙ୍କ ପ୍ରତିନିଧିତ୍ୱ କରୁଥିବା ଓକିଲ ଅମଜଦ ପରବେଜ ଅସୁସ୍ଥ ଥିବା କାରଣରୁ କୋର୍ଟରେ ଉପସ୍ଥିତ ନହୋଇ ପାରିବାରୁ ଶୁକ୍ରବାର(୨୫ ଅଗଷ୍ଟ)ରେ ଶୁଣାଣି ହୋଇ ପାରି ନଥିଲା ।

ଗତ ଗୁରୁବାର (ଅଗଷ୍ଟ ୨୪) ରେ ଇମ୍ରାନ ଖାନଙ୍କ ଓକିଲ ଲତିଫ ଖୋସା ତାଙ୍କ ଦୋଷୀ ସାବ୍ୟସ୍ତ ବିରୁଦ୍ଧରେ ଯୁକ୍ତି ଶେଷ କରି କହିଛନ୍ତି ଯେ ଏହି ନିଷ୍ପତ୍ତି ଖୁବ୍ କମ୍ ସମୟରେ ନିଆଯାଇଛିି ଏବଂ ଏହା ତ୍ରୁଟିପୂର୍ଣ୍ଣ ଅଟେ । ଏହି ରାୟକୁ ସ୍ଥଗିତ ରଖିବା ପାଇଁ ସେ କୋର୍ଟଙ୍କୁ ଅନୁରୋଧ କରିଥିଲେ ମଧ୍ୟ ଏହାର ଯୁକ୍ତି ଶେଷ କରିବାକୁ ପ୍ରତିରକ୍ଷା ଅଧିକ ସମୟ ମାଗିଥିଲେ ।

Get real time updates directly on you device, subscribe now.