fbpx
BSKY SKY
BSKY SKY

ଇମ୍ରାନ ଖାନଙ୍କୁ ଘାରିଲା ଗିରଫଦାରୀର ଭୟ, ପଦ ଛାଡିବା ପୂର୍ବରୁ ରଖିଲେ ତିନି ସର୍ତ୍ତ

BSKY

ନୂଆଦିଲ୍ଲୀ: ପାକିସ୍ତାନ ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ମତଦାନ ପୂର୍ବରୁ ତିନୋଟି ସର୍ତ୍ତ ରଖିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ପଦ ହରାଇବା ପରେ ଇମ୍ରାନଙ୍କୁ ଏବେ ଗିରଫଦାରୀର ଭୟ ଘାରିଛି। ତେଣୁ ଇମ୍ରାନ ପ୍ରଥମ ସର୍ତ୍ତ ରଖିଛନ୍ତି ଯେ, ପଦ ଛାଡିବା ପରେ ତାଙ୍କୁ ଗିରଫ କରାନଯାଉ। ତାଙ୍କର ଦ୍ଵିତୀୟ ସର୍ତ୍ତ ହେଉଛି ଶାହବାଜ ସରିଫଙ୍କ ସ୍ଥାନରେ ଅନ୍ୟ କାହାକୁ ପ୍ରଧାନମନ୍ତ୍ରୀ କରାଯାଉ। ତୃତୀୟ ସର୍ତ୍ତ ପଦ ଛାଡିବା ପରେ ତାଙ୍କ ବିରୋଧରେ ଏନଏବି ଆଧାରରେ କୌଣସି କେସ୍ ରୁଜୁ ନହେଉ। ଜିଓ ଟିଭିର ପ୍ରକାଶିତ ଖବରରୁ ଏହି ସୂଚନା ମିଳିଛି।

ଏହା ପୂର୍ବରୁ ଇମ୍ରାନ ଖାନଙ୍କ ଦୁଇ ଜଣ ମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ନିଜର ବାୟୋରେ ପରିବର୍ତ୍ତନ କରି ନିଜକୁ ପୂର୍ବତନ ମନ୍ତ୍ରୀ ଦର୍ଶାଇଛନ୍ତି। ଏଥିରେ ସାମିଲ୍ ଅଛନ୍ତି ସୂଚନା ମନ୍ତ୍ରୀ ଫଓ୍ଵାଦ ଚୌଧୁରୀ ଏବଂ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେସି। ଅନ୍ୟପଟେ ନ୍ୟାସନାଲ ଆସେମ୍ବଲିରେ ଅନାସ୍ତା ପ୍ରସ୍ତାବ ଉପରେ ମତଦନା କରାଇବାକୁ ବାଚସ୍ପତି ମନା କରି ଦେଇଛନ୍ତି। ସେ କହିଛନ୍ତି ମୁଁ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ କରାଇ ଇମ୍ରାନ ଖାନଙ୍କ ସହ ଧୋକା କରିବାକୁ ଚାହୁଁନାହିଁ। ଏଥିପାଇଁ ମୁଁ କୌଣସି ପ୍ରକାରର ସଜା ଭୋଗିବାକୁ ପ୍ରସ୍ତୁତ।

କେବଳ ଏତିକି ନୁହେଁ ଇମ୍ରାନ ଖାନଙ୍କ ପାର୍ଟି ପାକିସ୍ତାନ ତେହରିକ ଏ ଇନସାଫ ସୁପ୍ରିମକୋର୍ଟରେ ପୁନର୍ବିଚାର ଯାଚିକା ଦାଖଲ କରିଛନ୍ତି। ସୁପ୍ରିମକୋର୍ଟ ଇମ୍ରାନ ଖାନ ସରକାରଙ୍କ ଝଟକା ଦେଇ ଉପ ବାଚସ୍ପତିଙ୍କ ନିଷ୍ପତ୍ତିକୁ ଅସିଦ୍ଧ ଘୋଷଣା କରିଥିଲେ। ଏଥିସହ ସଂସଦକୁ ପୁନଃ କାର୍ଯ୍ୟକ୍ଷମ କରିବା ସହିତ ଅନାସ୍ଥା ପ୍ରସ୍ତାବ ଉପରେ ମତଦାନ କରାଇବାକ ଆଦେଶ ଦେଇଥିଲେ।

Get real time updates directly on you device, subscribe now.