fbpx

ପଦରୁ ହଟିବେ ଇମ୍ରାନ୍! ଆସିପାରେ ଇମ୍ରାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ

ପାକିସ୍ତାନ ପ୍ରଧାନମନ୍ତ୍ରୀ ପଦରୁ ହଟିବେ ଇମ୍ରାନ ଖାନ୍ ! ଇମ୍ରାନଙ୍କୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ପଦରୁ ହଟେଇବା ପାଇଁ ଏବେ ସବୁ ବିରୋଧୀ ଦଳ ଏକ ହୋଇଛନ୍ତି । ଆସନ୍ତା ଶୁକ୍ରବାର ଦିନ ସଂସଦରେ ଇମ୍ରାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିବା ନେଇ ସୂଚନା ମିଳିଛି । ପାକିସ୍ତାନୀ ବିରୋଧୀ ଦଳ ପାକିସ୍ତାନ ଡ଼େମୋକ୍ରାଟିକ ମୁଭମେଣ୍ଟ ଏନେଇ ସବୁ ପ୍ରସ୍ତୁତି ସାରିଛି ବୋଲି ମଧ୍ୟ କୁହାଯାଉଛି । ଆଉ ସବୁଠୁ ବଡ଼ କଥା ହେଉଛି ଏହି ପ୍ରସଙ୍ଗରେ ପାକିସ୍ତାନ ପିପୁଲ୍ସ ପାର୍ଟି, ପିଏମଏଲ-ଏନ୍, ପିଏମଏଲକ୍ୟୁ ସମେତ ଅନ୍ୟାନ୍ୟ ବିରୋଧୀ ଦଳମାନେ ବି ସହମତି ଦେଖାଇଛନ୍ତି  ।

ତେବେ ପିଏମଏଲଏନ ନେତା ନୱାଜ ସରିଫ ଏବେ ନେତୃତ୍ୱ ନେବାକୁ ରାଜି ନଥିବା ଜଣାପଡ଼ିଛି । ତେଣୁ ପିସିସିର ଅସିଫ ଅଲି ଜର୍ଦାରୀଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଯୋଜନା ହେଉଛି । ପିଏମଏଲଏନ ଉପସଭାପତି ମରିୟମ ନୱାଜ କହିଛନ୍ତି ଯେ ଇମ୍ରାନଙ୍କୁ ପଦରୁ ହଟାଇବାକୁ ଏହା ହିଁ ଠିକ ସମୟ । ତେଣୁ ବିରୋଧୀ ଦଳମାନେ ଏହି ସମୟକୁ ବ୍ୟବହାର କରନ୍ତୁ । କିନ୍ତୁ ଏହି ସମୟକୁ ସୁବିନିଯୋଗ କରି ନପାରିଲେ ଏଥିରେ ବିରୋଧୀ ଦଳମାନଙ୍କର ହିଁ କ୍ଷତି ହେବ । ଆଉ ବିଳମ୍ବ ହେଲେ ଲୋକଙ୍କ ଭରସା ବି ବିରୋଧୀ ଦଳଙ୍କ ଉପରୁ ତୁଟିଯାଇପାରେ । ତେଣୁ ଅନାସ୍ଥା ପ୍ରସ୍ତାବ ଆଗତ କରିବାକୁ ବିରୋଧୀ ଦଳମାନେ କେତେ ଶୀଘ୍ର ପ୍ରସ୍ତୁତ ହେଉଛନ୍ତି ତାହା ହିଁ ଦେଖିବାକୁ ଅପେକ୍ଷା ।

Get real time updates directly on you device, subscribe now.