fbpx

୫ଟି ଙ୍କ ସଭାରେ ୫ ଜଣ ମହିଳାଙ୍କୁ ଅଂଶୁଘାତ !

ଭୁବନେଶ୍ୱର : ଭଦ୍ରକରେ ଚାଲିଥିବା ୫ଟି ବୈଠକରେ ଏକ ଅଘଟଣ ଘଟିଛି । ଭଦ୍ରକ ଅଟଳ ବିହାରୀ ହାଇସ୍କୁଲ ପଡିଆରେ ଚାଲିଥିବା କାର୍ଯ୍ୟକ୍ରମରେ ୫ ଜଣ ମହିଳା ଅସୁସ୍ଥ ପଡିଥିଲେ । ପ୍ରବଳ ଖରା ଓ ଗୁଳିଗୁଳି ଯୋଗୁଁ ଏହି ମହିଳାମାନେ ଅସୁସ୍ଥ ହୋଇପଡିଥିବା ଅନୁମାନ କରାଯାଉଛି । ସମସ୍ତ ଅସୁସ୍ଥ ମହିଳାଙ୍କୁ ବାସୁଦେବପୁର ମେଡିକାଲାରେ ଭର୍ତ୍ତି କରାଯାଇଛି । ସମସ୍ତେ ଅଂଶୁଘାତରେ ପୀଡିତ ଥିବା ସନ୍ଦେହ କରାଯାଉଛି । ତେବେ ଏନେଇ ଅଧିକ ଖବର ମିଳିନାହିଁ ।

ସୂଚନାଯୋଗ୍ୟ, ତତଲା କଡେଇରେ ସିଝୁଛି ସାରା ରାଜ୍ୟ । ସକାଳ ୮ଟାରୁ ହିଁ ପ୍ରବଳ ତାତି ଅନୁଭୂତ ହୋଉଛି । ଦିନ ୧୧ଟାରେ ତାପମାତ୍ରା ଅସହ୍ୟ ହୋଇପଡିଛି । ଘରୁ ବାହାରକୁ ବାହାରିବା ଅସମ୍ଭବ ହୋଇଛି ।

Get real time updates directly on you device, subscribe now.