fbpx
BJD SKY
BJD SKY

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ପ୍ରିୟଙ୍କାଙ୍କ ଜୋରଦାର ପ୍ରଚାର, ୬ ପ୍ରତିଶ୍ରୁତି ମଧ୍ୟରେ ରହିଛି ୫୦୦ ଟଙ୍କାରେ ସିଲିଣ୍ଡର ଓ ୧୦୦ ୟୁନିଟ୍ ମାଗଣା ବିଜୁଳି

BJD

ଜବଲପୁର: ରାଜସ୍ଥାନ, ଛତିଶଗଡ ସହିତ ଚଳିତ ବର୍ଷ ଶେଷ ସୁଦ୍ଧା ମଧ୍ୟପ୍ରଦେଶରେ ମଧ୍ୟ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଜବଲପୁରରୁ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ପ୍ରଚାର ଆରମ୍ଭ କରି ଦେଇଛନ୍ତି । ଏହି ଅବସରରେ ସେ ଜନତାଙ୍କୁ ସମ୍ବୋଧନ କରିବା ସମୟରେ ୬ଟି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ଏଥିରେ ମାଗଣାରେ ବିଜୁଳି ପ୍ରଦାନ ଠାରୁ ଆରମ୍ଭ କରି ପୁରୁଣା ପେନସନ୍ ଯୋଜନା ଚାଲୁକରିବା ପର୍ଯ୍ୟନ୍ତ ଅନେକ ପ୍ରତିଶ୍ରୁତି ରହିଛି । ଏହି ପ୍ରତିଶ୍ରୁତି ମାଧ୍ୟମରେ କଂଗ୍ରେସ ଯୁବ ବର୍ଗଙ୍କ ଠାରୁ ଆରମ୍ଭ କରି ମହିଳା, କୃଷକ ଓ ଅନ୍ୟ ସମସ୍ତ ବର୍ଗଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ ଚେଷ୍ଟା କରିଛି ।ପ୍ରିୟଙ୍କା କହିଛନ୍ତି ଯଦି ଜନତା ଜନାର୍ଦ୍ଦନ କଂଗ୍ରେସକୁ ନିଜର ଆଶୀର୍ବାଦ ଦେବେ ତେବେ ତାଙ୍କ ଦଳର ସରକାର ସମସ୍ତ ପ୍ରତିଶ୍ରୁତି ପୂରଣ ଦିଗରେ ତୁରନ୍ତ କାର୍ଯ୍ୟ କରିବେ । ଏହି କ୍ରମରେ ସେ କର୍ଣ୍ଣାଟକର ଉଦାହରଣ ଦେଇ କହିଛନ୍ତି ଏଠାରେ ଦଳ କ୍ଷମତାକୁ ଆସିବା ମାତ୍ରେ ନିଜର ପ୍ରତିଶ୍ରୁତି ପୂରଣ କରିବା ଆରମ୍ଭ କରିଦେଇଛି ।

ଏହି କ୍ରମରେ ଜନତାଙ୍କୁ ସମ୍ବୋଧନ କରି ପ୍ରିୟଙ୍କା କହିଛନ୍ତି ଯଦି ଏଠାରେ କଂଗ୍ରେସ କ୍ଷମତାକୁ ଆସିବ ତେବେ ୧୦୦ ୟୁନତିଟ୍ ପର୍ଯ୍ୟନ୍ତ ବିଜୁଳି ଲୋକଙ୍କୁ ମାଗଣାରେ ଦିଆଯିବ । ଏହାସହିତ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ଅଧା ଶୁଳ୍କ ନିଆଯିବ । ଗ୍ୟାସ୍ ସିଲିଣ୍ଡରର ଚଢା ଦରକୁ ନେଇ ଚିନ୍ତିତ ଥିବା ମହିଳାମାନଙ୍କୁ ମଧ୍ୟ ପ୍ରିୟଙ୍କା ଆଶ୍ୱସ୍ତି ବାଣି ଶୁଣାଇ କହିଛନ୍ତି, କଂଗ୍ରେସ କ୍ଷମତାକୁ ଆସିଲେ ୫୦୦ ଟଙ୍କାରେ ଗ୍ୟାସ୍ ସିଲିଣ୍ଡର ଯୋଗାଇବ । ଏହା ସହିତ ପ୍ରିୟଙ୍କା ଆହୁରି କହିଛନ୍ତି କ୍ଷମତାକୁ ଆସିବା ପରେ ମହିଳାଙ୍କ ଆକାଉଣ୍ଟକୁ ମାସକୁ ୧୫୦୦ଟଙ୍କା ଦିଆଯିବ ଯଦ୍ଦ୍ୱାରା ସେମାନେ ଆର୍ଥିକ ଦୃଷ୍ଟିରୁ ଆତ୍ମନିର୍ଭରଶୀଳ ହୋଇପାରିବେ ।

କେବଳ ଏତିକି ନୁହେଁ କଂଗ୍ରେସ କ୍ଷମତାକୁ ଆସିଲେ ପୁରୁଣା ପେନସନ୍ ବ୍ୟବସ୍ଥାକୁ ପୁଣି ଚାଲୁ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ସେ କହିଛନ୍ତି ଦେଶରେ ଯେଉଁଠି ଯେଉଁଠି କଂଗ୍ରେସ ସରକାର ରହିଛି ସେଠାରେ ପୁରୁଣା ପେନସନ୍ ବ୍ୟବସ୍ଥା ଚାଳୁ ରହିଛି । ଏହି ସମୟରେ ସେ ଶିବରାଜ ସରକାର ଓ ବିଜେପି ଉପରେ କଟାକ୍ଷ କରିବାକୁ ବି ପଛାଇ ନାହାନ୍ତି । ସେ କହିଛନ୍ତି ସମସ୍ତେ ଡବଲ ଓ ଟ୍ରପଲ ଇଂଜିନ ସରକାରର କାର୍ଯ୍ୟକଳାପ ଦେଖିସାରିଲେଣି । ସେ ଏହି ନିର୍ବାଚନୀ ପ୍ରତିଶ୍ରୁତିରେ କୃଷକ ଭାଇମାନଙ୍କୁ ବି ଭୁଲି ଯାଇନାହାନ୍ତି । ସେ କହିଛନ୍ତି କଂଗ୍ରେସ ସରକାର ଆସିଲେ କୃଷକଙ୍କୁ ଋଣ ଛାଡ ଯୋଜନା ବେଶ୍ ଦ୍ରୁତ ଗତିରେ କାର୍ଯ୍ୟକାରୀ ହେବ ।

 

Get real time updates directly on you device, subscribe now.