fbpx

ପରୀକ୍ଷାରେ ପଚରାଗଲା କରୀନା କପୁରଙ୍କ ପୁଅର ନାମ କଣ? ଏବେ ସ୍କୁଲକୁ ଜାରି ହେବ ନୋଟିସ୍, ଜାଣନ୍ତୁ ପୂରା ଘଟଣା

ନୂଆଦିଲ୍ଲୀ: ଏକ ଘରୋଇ ସ୍କୁଲ ପରୀକ୍ଷାରେ ଅଭିନେତ୍ରୀ କରୀନା କପୁର ଓ ସୈଫ୍ ଅଲୀ ଖାନ୍ ଙ୍କ ପୁଅର ପୂରା ନାମ ପଚରାଯିବା ମାମଲାରେ ଏବେ ଶିକ୍ଷା ବିଭାଗ ପକ୍ଷ ରୁ ଉକ୍ତ ସ୍କୁଲକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଖଣ୍ଡୱା ଠାରେ । ତେବେ ଏହି ନୋଟିସ୍ ପରେ ସ୍କୁଲ ପକ୍ଷରୁ କୁହାଯାଇଛି ଯେ, ଏହି ପ୍ରଶ୍ନ କେବଳ ପିଲାଙ୍କ ଜ୍ଞାନ ବଢ଼ାଇବା ପାଇଁ କରାଯାଉଥିବା ଏକ ପ୍ରୟାସ ରୂପରେ ଦେଖିବା ଦରକାର ।

ସୂଚନା କ୍ରମେ ଖଣ୍ଡୱା ସହରର ଏକାଡେମିକ୍ ହାଇଟ୍ସ ପବ୍ଲିକ୍ ସ୍କୁଲର ଷଷ୍ଠ ଶ୍ରେଣୀର ସାଧାରଣ ଜ୍ଞାନ ପ୍ରଶ୍ନ ପତ୍ରରେ ଗୁରୁବାର ଦିନ ହେଉଥିବା ପରୀକ୍ଷାରେ ଏହି ପ୍ରଶ୍ନ ପଚରାଯାଇଥିଲା । ପ୍ରଶ୍ନଟି ଥିଲା- କରୀନା କପୁର ଓ ସୈଫ୍ ଅଲୀ ଖାନ୍ ଙ୍କ ପୁଅର ପୂରା ନାମ ଲେଖ? ଏହାକୁ ନେଇ ସ୍ଥାନୀୟ ଶିକ୍ଷକ ଓ ଅଭିଭାବକ ମାନେ ଆପତ୍ତି କରିଥିଲେ । ଏହା ବ୍ୟତୀତ ସୋସିଆଲକୁ ଖବର ଆସିବା ପରେ ବି ଲୋକମାନେ ଏନେଇ ଆପତ୍ତି ବ୍ୟକ୍ତ କରିଥିଲେ । ଏହା ପରେ ଜିଲ୍ଲା ଶିକ୍ଷା ବିଭାଗର ଅଧିକାରୀ ଶୁକ୍ରବାର ଦିନ କହିଥିଲେ ଯେ, ଏ ସମ୍ପର୍କରେ ସ୍କୁଲକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ।

Get real time updates directly on you device, subscribe now.