fbpx
BSKY
BJD MC SKY
BJD MS SKY

ଓମିକ୍ରନ୍‌ ପରେ ଡେଲମିକ୍ରୋନ ସଂକ୍ରମଣ ନେଇ ଆତଙ୍କ, ନୂଆବର୍ଷ ପୂର୍ବରୁ ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ: ଓମିକ୍ରନ କରୋନା ଭୁତାଣୁ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରି ଚାଲିଛି । ତେବେ ଏହା ପରେ ଡେଲମିକ୍ରନ ଭୂତାଣୁ ପୁଣି ଆସିବ ବୋଲି ସୂଚନା ମିଳିବା ପରେ ଚାରିଆଡେ ଭୟ ଜାତ ହୋଇଛି । ଆମେରିକା ଓ ଯୁରୋପରେ ବର୍ତ୍ତମାନ ଦେଖାଯାଉଥିବା କରୋନା ଲହର ପଛରେ ଡେଲମିକ୍ରନ ରହିଥିବା ସନ୍ଦେହ କରାଯାଉଛି । ଏହା ଯଦି ସତ ହୁଏ ତେବେ ଆଗକୁ ବଡ଼ ବିପଦ ଆସୁଛି ବୋଲି କୁହାଯାରେ । ଏବେ ଆମେରିକା, ବ୍ରିଟେନ ସମେତ ଅନ୍ୟ ୟୁରୋପୀୟ ଦେଶରେ ଦୈନିକ ସଂକ୍ରମଣ ଚିନ୍ତାଜନକଭାବେ ବଢିଚାଲିଛି । ଏହା ପଛରେ ଓମିକ୍ରନ ଥିବା କୁହାଯାଉଛି । ତେବେ ଓମିକ୍ରନ ଦ୍ରୁତଗତିରେ ମାଡ଼ିଚାଲିଥିଲେ ବି କମ ସଂଖ୍ୟକ ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି ଓ ଗୁରୁତର ରୋଗୀଙ୍କ ସଂଖ୍ୟା ଆହୁରି କମ । ଓମିକ୍ରନ ରୋଗୀଙ୍କଠାରେ କମ ଲକ୍ଷଣ ଦେଖାଦେଉଛି ।

Get real time updates directly on you device, subscribe now.