fbpx
BSKY
BJD MC SKY
BJD MS SKY

ଆସନ୍ତା ଜାନୁଆରୀ ୩ରୁ ୧୫-୧୮ ବର୍ଷ ବୟସର ଶିଶୁଙ୍କ ଟିକାକରଣ: ଜାଣନ୍ତୁ କିପରି ରହିପାରେ ସାଇଡ୍ ଇଫେକ୍ଟ

ନୂଆଦିଲ୍ଲୀ: ଆସନ୍ତା ଜାନୁଆରୀ ମାସ ୩ ତାରିଖରୁ ସମଗ୍ର ଦେଶରେ ୧୫ରୁ ୧୮ ବର୍ଷ ବର୍ଗର ପିଲାଙ୍କ ଟିକାକରଣ ଆରମ୍ଭ ହେବ । ଏଥିସହ ଆଗଧାଡ଼ିର କରୋନା ଯୋଦ୍ଧା ତଥା ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ବୁଷ୍ଟର ଡୋଜ ୧୦ ତାରିଖରୁ ଆରମ୍ଭ ହେବ । ୬୦ ବର୍ଷରୁ ଅଧିକ ବର୍ଗର ସ୍ୱାସ୍ଥ୍ୟ ସମସ୍ୟା ଥିବା ଲୋକମାନେ ଡାକ୍ତରଙ୍କ ପରାମର୍ଶ କ୍ରମେ ବୁଷ୍ଟର ଡୋଜ୍ ନେଇପାରିବେ । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗତ ଜାନୁଆରୀ ୧୬ ତାରିଖରୁ ଭାରତରେ ବିଶ୍ୱର ସବୁଠାରୁ ବୃହତ୍ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ଦେଶରେ ୧୪୧ କୋଟି କୋଭିଡ୍ ଟିକା ପ୍ରଦାନ କରାଯାଇଛି । ଦେଶର ବୟସ୍କ ଜନସଂଖ୍ୟାର ୬୧ ପ୍ରତିଶତ ଦୁଇଟି ଯାକ ଡୋଜ୍ ନେଇସାରିଥିବା ବେଳେ ୯୦ ପ୍ରତିଶତ ଲୋକ ପ୍ରଥମ ଡୋଜ୍ ନେଇସାରିଛନ୍ତି । ଦେଶରେ ଏବେ ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଏହାକୁ ନେଇ ଚିନ୍ତିତ ହେବାର ଆଶ୍ୟକତା ନାହିଁ । ସମସ୍ତେ କୋଭିଡ୍ ନିୟମାବଳୀ ପାଳନ କରିବା ସହ ସତର୍କ ରହିବାକୁ ପଡ଼ିବ ବୋଲି ମୋଦି କହିଛନ୍ତି ।

ବର୍ତ୍ତମାନ ବିଭିନ୍ନ ଦେଶରେ ଶିଶୁଙ୍କ ଟିକାକରଣ ଆରମ୍ଭ ହୋଇଗଲାଣି । ବ୍ରିଟେନରେ ୧୨-୧୫, ଡେନମାର୍କରେ ୧୨-୧୫, ସ୍ପେନରେ ୧୨-୧୯, ଫ୍ରାନ୍ସରେ ୧୨-୧୭, ସ୍ୱେଡେନରେ ୧୨-୧୫, ନରୱେରେ ୧୨-୧୫, କାନାଡ଼ାରେ ୧୨-୧୭, ଇସ୍ରାଏଲରେ ୫-୧୨, ଚୀନରେ ୩-୧୭ ବର୍ଷୀୟ ପିଲାଙ୍କୁ ଭ୍ୟାକ୍ସିନ ଦିଆଯାଇଛି । ଅତିକମ୍ରରେ ୪୦ଟି ଦେଶରେ ଶିଶୁଙ୍କ ଟିକାକରଣ ଜାରି ରହିଥିବା ବେଳେ ସାମାନ୍ୟ ଲକ୍ଷଣରୁ ଛାଡ଼ିଦେଲେ ଅନ୍ୟ କୌଣସି ସାଇଡ୍ ଇଫେକ୍ଟ ଦେଖିବାକୁ ମିଳୁନାହିଁ ।

Get real time updates directly on you device, subscribe now.