କ୍ୟାନ୍ସର ଚିକିତ୍ସାରେ ଭାରତର ବଡ଼ ଉପଲବ୍ଧି… ୭୨ ଘଣ୍ଟାରେ ୮୦% କ୍ୟାନ୍ସର ସେଲ ନଷ୍ଟ କରିଦେବ ଏହି ଫର୍ମୁଲେଶନ୍, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ…

ନୂଆଦିଲ୍ଲୀ: କ୍ୟାନ୍ସର ଏବେର ସମୟ ପାଇଁ ଏକ ବଡ଼ ସମସ୍ୟା ପାଲଟିଛି । ଏହାର ଟ୍ରିଟମେଣ୍ଟ ପାଇଁ କେମୋଥେରାପି, ରେଡିଓଥେରାପି, ହର୍ମୋନ ଥେରାପି ଏବଂ ଇମ୍ୟୁନୋଥେରାପି ଭଳି ପଦ୍ଧତି ସାମିଲ ହୋଇଛି । ବହୁ ବୈଜ୍ଞାନିକ ଓ ଡାକ୍ତର କ୍ୟାନ୍ସର ରୋଗର ଟ୍ରିଟମେଣ୍ଟ ପାଇଁ ଗବେଷଣା ମଧ୍ୟ ଜାରି ରଖିଛନ୍ତି । ଏକ୍ରମରେ ଭାରତୀୟ ଫାର୍ମାସିଟିକାଲ କମ୍ପାନୀ ଶାଶ୍ୱୀ ରିମେଡିଜ୍ ଗୋଟିଏ ନୂଆ ଫର୍ମୁଲେଶନ ତିଆରି କରିଛି । ଯାହାର ବ୍ୟବହାର ଦ୍ୱାରା ୭୨ ଘଣ୍ଟାରେ ୮୦% ବ୍ରେଷ୍ଟ କ୍ୟାନ୍ସର ସେଲ୍ସ ନଷ୍ଟ ହୋଇଯିବେ । ୧୦ ବର୍ଷର ରିସର୍ଚ୍ଚ ପରେ ଏହି ଫର୍ମୁଲେଶନ ତିଆରି କରିଛି ମୁମ୍ବାଇର ଫାର୍ମା କମ୍ପାନୀ । ବ୍ରେଷ୍ଟ କ୍ୟାନ୍ସରକୁ ଭଲ କରିବାରେ ସାହାଯ୍ୟକାରୀ ସାବ୍ୟସ୍ତ ହେବ ଏହି ଔଷଧ । ଭିଭୋ ସେଫ୍ଟି ଷ୍ଟଡି ରିପୋର୍ଟ ମୁତାବକ, ଏହି ଫର୍ମୁଲେଶନ ୧୦୦% ସେଫ୍ । କମ୍ପାନୀର ଫାଉଣ୍ଡର ସୋନଲ ବଂଶଲ, ଏ.କେ. ବଂଶଲ ଏବଂ କୋ-ଫାଉଣ୍ଡର ବିରେନ୍ଦ୍ର ସିଂ ନେଗୀ,ଡା. ଦିଗନ୍ତ ଶର୍ମାଙ୍କ ତତ୍ତ୍ୱାବଧାନରେ ଏହି ଫର୍ମୁଲେଶକୁ ବିକଶିତ କରାଯାଇଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏବଂ ଅଙ୍କୋଲୋଜି ରିସର୍ଚ୍ଚ ଏଜେନ୍ସିର ରିସର୍ଚ୍ଚ ଡେଟା ଅନୁସାରେ, ୫ରୁ ଗୋଟିଏ କ୍ୟାନସର ମାମଲା ବ୍ରେଷ୍ଟ କ୍ୟାନ୍ସର ସହ ଜଡ଼ିତ । ୨୦୨୦ରେ ସର୍ବାଧିକ ମହିଳା ଏ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଭାରତରେ ମହିଳାଙ୍କଠାରେ ଦେଖାଯାଉଥିବା କ୍ୟାନ୍ସରର ୩୦% କେବଳ ବ୍ରେଷ୍ଟ କ୍ୟାନ୍ସର ଭାବେ ଚିହ୍ନଟ କରାଯାଇଛି । WHO ରିପୋର୍ଟ ମୁତାବକ, ବିଶ୍ୱରେ ବ୍ରେଷ୍ଟ କ୍ୟାନ୍ସର ରୋଗରେ ୬,୭୦,୦୦୦ ଜଣ ପ୍ରାଣ ହରାଇଛନ୍ତି ।