fbpx

ମାଗଣା ବିଜୁଳି, ୧୦ ଲକ୍ଷ ଟଙ୍କା ଯାଏଁ ମାଗଣା ଚିକିତ୍ସା…କଂଗ୍ରେସର ନିର୍ବାଚନୀ ଇସ୍ତାହାର ଘୋଷଣା

ନୂଆଦିଲ୍ଲୀ: ବେରୋଜଗାରୀଙ୍କୁ ମିଳିବ ୩୦୦୦ ଟଙ୍କା ବେରୋଜଗାରୀ ଭତ୍ତା। ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସହ ବିଜୁଳି ବିଲ୍ ଛାଡ କରାଯିବ। ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଶନିବାର ନିର୍ବାଚନୀ ଇସ୍ତାହାର ଘୋଷଣା କରି ଏମିତି ପ୍ରତିଶ୍ରୁତି ଦେଇଛି। ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍, ରଘୁ ଶର୍ମା, ଗୁଜରାଟ କଂଗ୍ରେସ ଅଧ୍ୟକ୍ଷ ଜଗଦୀଶ ଠାକୋର ଏବଂ ପବନ ଖେଡା ଅହମ୍ମଦାବାଦ ନିର୍ବାଚନୀ ଇସ୍ତାହାର ଜାରି କରିଛନ୍ତି।

ଦରବୃଦ୍ଧି ପ୍ରସଙ୍ଗ ଉଲ୍ଲେଖ କରି ପାର୍ଟି କହିଛି ଯେ, ଯଦି କଂଗ୍ରେସ କ୍ଷମତାକୁ ଆସେ ତେବେ ରାଜ୍ୟର ମହିଳାଙ୍କୁ ୫୦୦ ଟଙ୍କାରେ ଗ୍ୟାସ୍ ସିଲିଣ୍ଡର ଯୋଗାଇ ଦିଆଯିବ। ୩୦୦ ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ଖର୍ଚ୍ଚ ଉପରେ କୌଣସି ଦେୟ ଦେବାକୁ ପଡିବ ନାହିଁ। ଯୁବକଙ୍କୁ ପାର୍ଟି ୩୦୦୦ ଟଙ୍କାର ବେରୋଜଗାରୀ ଭତ୍ତା ଦେବ। ଏହା ବ୍ୟତୀତ ଖାଲି ପଡିଥିବା ୧୦ ଲକ୍ଷ ସରକାରୀ ଏବଂ ଅନୁଦାନପ୍ରାପ୍ତ ସରକାରୀ ନିଯୁକ୍ତି ପ୍ରକ୍ରିୟା ପୂରା କରାଯିବ। ଅନ୍ୟପକ୍ଷେ ଛାତ୍ର-ଛାତ୍ରୀଙ୍କୁ ସୁଲଭ ଦରରେ ଶିକ୍ଷା ଯୋଗାଇ ଦିଆଯିବ।

ବଦଳା ଯିବ ନରେନ୍ଦ୍ର ମୋଦୀ ଷ୍ଟାଡିୟମର ନାମ:
ନିଜ ନିର୍ବାଚନୀ ଇସ୍ତାହାରରେ କଂଗ୍ରେସର କହିବା କଥା ପାର୍ଟି କ୍ଷମତାକୁ ଆସିଲେ ଅହମ୍ମଦାବାଦରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମର ନାମ ବଦଳାଇ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍ ନାମରେ ନାମିତ କରାଯିବ। ଏହା ବ୍ୟତୀତ ବିଲକିସ୍ ବାନୋଙ୍କ ଦୋଷୀଙ୍କ ମୁକ୍ତକୁ ରଦ୍ଦ କରାଯାଇ ପୁନର୍ବାର ଜେଲ୍ ପଠାଇ ଦିଆଯିବ। ପେପର ଲିକ୍ ଘଟଣାକୁ ରୋକିବା ଲାଗି ଫାଷ୍ଟ ଟ୍ରାକ କୋର୍ଟ ଗଠନ କରାଯିବ। ପଞ୍ଚାୟତ ଠୁ ଛଡାଇ ନିଆଯାଇଥିବା ଶକ୍ତିକୁ ପୁନର୍ବାର ପ୍ରଦାନ କରାଯିବ।

ଗୁଜରାଟ ପାଇଁ କଂଗ୍ରେସର ନିର୍ବାଚନୀ ଇସ୍ତାହାର:
ସରକାରୀ ଚାକିରିରେ ଚୁକ୍ତିଭିତ୍ତିକ ବ୍ୟବସ୍ଥା ବନ୍ଦ ହେବ
୧୦ ଲକ୍ଷ ସରକାରୀ ଚାକିରି
୩୦୦୦ ଟଙ୍କା ବେରୋଜଗାରୀ ଭତ୍ତା
୫୦୦ ଟଙ୍କାରେ ଗ୍ୟାସ୍ ସିଲିଣ୍ଡର
୩୦୦ ୟୁନିଟ୍ ମାଗଣା ବିଜୁଳି
ପୁରୁଣା ପେନସନ ଲାଗୁ ହେବ
୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା
କୃଷକଙ୍କ ୩ ଲକ୍ଷ ଟଙ୍କାର ଋଣ ଛାଡ, ବିଜୁଳି ବିଲ୍ ଛାଡ
କ୍ଷୀର ଉତ୍ପାଦନକାରୀଙ୍କୁ ଲିଟର ପିଛା ୫ ଟଙ୍କା ସବସିଡି
୩୦୦୦ ସରକାରୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ଖୋଲାଯିବ
୪ ଲକ୍ଷ ଟଙ୍କାର କୋଭିଡ୍ କ୍ଷତିପୂରଣ
ମନରେଗା ଯୋଜନା ପରି ସହରାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଯୋଜନା
ଇନ୍ଦିରା ମୂଲି ଯୋଜନା

Get real time updates directly on you device, subscribe now.