fbpx

ଆସନ୍ତାକାଲିଠୁ ଗଞ୍ଜାମରେ କୋହଳ ହେବ ନିୟମ

ଗଞ୍ଜାମ, ୧୯ା୪(ଓଡ଼ିଶା ଭାସ୍କର): କରୋନା ସତର୍କତା ନେଇ ଦେଶ ଓ ରାଜ୍ୟ ଲକ୍ ଡାଉନ ରହିଛି । ଏହି ତାଲାବନ୍ଦ କଟକଣା ଭିତରେ ଗଞ୍ଜାମ ଜିଲ୍ଲାପାଳ ସୂଚନା ଦେଇ କହିଛନ୍ତି ଆସନ୍ତାକାଲିଠାରୁ ସେଠାରେ ନିୟମକୁ କିଛି ମାତ୍ରାରେ କୋହଳ କରାଯିବ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ନିୟମକୁ କୋହଳ କରାଯିବ । ସେଠାରେ କିନ୍ତୁ ବିନା କାରଣରେ କୌଣସି ଲୋକ ଘରୁ ବାହାରି ପାରିବେ ନାହିଁ । ଦୋକାନ ଖୋଲା ରହିବ କିନ୍ତୁ ସମସ୍ତେ ସାମାଜିକ ଦୂରତା ମାନିବେ ବୋଲି ଜିଲ୍ଳାପାଳ କହିଛନ୍ତି । ଯଦି ଏହି ନିୟମକୁ ଉଲ୍ଲଙ୍ଘନ କରି ସାମାଜିକ ଦୂରତା ନମାନିବେ ତେବେ ସେହି ଦୋକାନକୁ ବନ୍ଦ କରାଯିବ । ଏହାସହ ମାସ୍କ ପିନ୍ଧିବା ଜରୁରୀ, ନପିନ୍ଧିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସର୍ବସାଧାରଣରେ ଛେପ ପକାଇଲେ ଜରିମାନା ଆଦାୟ ହେବ । ଔଷଧ, ସାର ଓ ସଉଦା ଦେକାନା ଖୋଲା ରହିବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.