ବିଶ୍ୱ ହିନ୍ଦୁ ପରିଷଦର ବଡ଼ ପଦକ୍ଷେପ: ଏଣିକି ବ୍ରାହ୍ମଣ ନୁହେଁ, ପୂଜା-ପାଠ କରିବେ ଅନ୍ୟ ଜାତିର ଲୋକେ

ଏବେ ବ୍ରାହ୍ମଣଙ୍କ ବ୍ୟତୀତ ଅନ୍ୟ ଜାତିର ଲୋକ ମଧ୍ୟ ପୂଜା-ପାଠ କରିପାରିବେ । ସେମାନେ ମଧ୍ୟ ପୂଜାରୀ ହୋଇପାରିବେ । ଏହାର ପ୍ରାରମ୍ଭ ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀ ନଗରରୁ ହୋଇସାରିଛି ।

ମହାରାଷ୍ଟ୍ର: ଘରେ ପୂଜା ହେଉ ବା ମନ୍ଦିରରେ, ପ୍ରଥମେ ଗୋଟେ ଭଲ ପୂଜକର ଖୋଜା ପଡ଼ିଥାଏ । ସହର ହେଉ ଅବା ଗାଁ, ସବୁ ଶୁଭ କାର୍ଯ୍ୟରେ ଜଣେ ପୂଜକ ବା ବ୍ରାହ୍ମଣ ନିହାତି ଆବଶ୍ୟକ । କିନ୍ତୁ ଆଜିର ପରିବର୍ତ୍ତିତ ଯୁଗରେ ନୂତନ ପିଢିର ବହ୍ମଣ ପୂଜା ଅପେକ୍ଷା ଚାକିରି ପ୍ରତି ବେଶି ମନ ବଳାଉଛନ୍ତି । ତେବେ ଏହି ସମସ୍ୟାର ସମାଧାନ ପାଇଁ ବିଶ୍ବ ହିନ୍ଦୁ ପରିଷଦ (VHP) ଏକ ବଡ଼ ପଦକ୍ଷେପ ନେଇଛି ।

ଏବେ ବ୍ରାହ୍ମଣଙ୍କ ବ୍ୟତୀତ ଅନ୍ୟ ଜାତିର ଲୋକ ମଧ୍ୟ ପୂଜା-ପାଠ କରିପାରିବେ । ସେମାନେ ମଧ୍ୟ ପୂଜାରୀ ହୋଇପାରିବେ । ଏହାର ପ୍ରାରମ୍ଭ ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀ ନଗରରୁ ହୋଇସାରିଛି । ଏଠି ବ୍ରହ୍ମଣଙ୍କ ବ୍ୟତିତ ଅନ୍ୟ ଜାତିର 16 ଜଣଙ୍କୁ ମଧ୍ୟ ପୁରୋହିତ ତାଲିମ ଶ୍ରେଣୀରେ ତାଲିମ ଦିଆଯାଇଛି।

ଦେଶରେ ପ୍ରଥମ ଥର ପାଇଁ, ବିଶ୍ୱ ହିନ୍ଦୁ ପରିଷଦ, ସମ୍ଭାଜୀ ନଗରରେ 10 ଦିନ ପାଇଁ ପୁରୋହିତ ତାଲିମ ଶ୍ରେଣୀ ଆୟୋଜନ କରିଛି।

ପ୍ରଶିକ୍ଷଣ ଶିବିରରେ କ’ଣ ବିଶେଷ ଥିଲା ?

ବିଶ୍ବ ହିନ୍ଦୁ ପରିଷଦର ଅନିଲ ସାମ୍ବରେ କହିଛନ୍ତି ଯେ, ଏହି ତାଲିମ ଶିବିରରେ 24 ଜଣ ଅଂଶ ଗ୍ରହଣ କରିଥିଲେ । ଯେଉଁଥିରେ କେବଳ 8 ଜଣ ବ୍ରାହ୍ମଣ ଜାତିର ଥିଲେ । ଆଉ ବାକି ସବୁ ଅନ୍ୟ ଜାତିର ଲୋକ ଅଂଶଗ୍ରହଣ କରିଥିଲେ । ଯଦି ଆମେ ସେମାନଙ୍କ ଶିକ୍ଷା ବିଷୟରେ କଥା ହେବା ତେବେ, ଅନ୍ୟ ଜାତିର 16 ଜଣଙକ ମଧ୍ୟରୁ 3 ଜଣ ଦଶମ ପାସ, ଜଣେ ଏକାଦଶ ପାସ, 5 ଜଣ ଦ୍ବାଦଶ ପାସ୍, 7 ଜଣ ଗ୍ରାଜୁଏଟ୍, 5 ପୋଷ୍ଟ ଗ୍ରାଜୁଏଟ ପାସ୍ 5 ଜଣ ଏବଂ ଜଣେ ଡିପ୍ଲୋମା ବ୍ୟକ୍ତି ମଧ୍ୟ ଶାମିଲ ଥିଲେ ।

ତେବେ ମହାରାଷ୍ଟ୍ରରେ ବିଶ୍ୱ ହିନ୍ଦୁ ପରିଷଦର ପୁରୋହିତ ତାଲିମ ଶିବିରରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଓବିସି ଏବଂ ବ୍ରାହ୍ମଣମାନଙ୍କୁ ପୁରୋହିତ ହେବା ପାଇଁ ତାଲିମ ଦିଆଯାଇଥିଲା।

ପ୍ରଶିକ୍ଷଣରେ କ’ଣ ଶିକ୍ଷା ଦିଆଯାଇଥିଲା ?

ବିଶ୍ୱ ହିନ୍ଦୁ ପରିଷଦର ଅନିଲ ସାମ୍ବ୍ରେ ଇଣ୍ଡିଆ ଟିଭି ସହିତ ଏକ ସ୍ୱତନ୍ତ୍ର ଆଲୋଚନା କରିଥିଲେ। ଏହି ସମୟରେ ସେ କହିଥିଲେ ଯେ

ତେବେ ପୁରୋହିତ ତାଲିମ ଶିବିରରେ ପୂଜା କିପରି କରିବେ, ପୁରୋହିତଙ୍କ ପୋଷାକ କିପରି ହେବା ଉଚିତ୍, ସେମାନଙ୍କ ଚିନ୍ତାଧାରା କିପରି ହେବା ଉଚିତ୍, ଶ୍ଲୋକର ଉଚ୍ଚାରଣ କିପରି କରିବେ, ବ୍ରାହ୍ମଣଙ୍କ ଦୈନନ୍ଦିନ କାର୍ଯ୍ୟଧାରା କିପରି ହେବା ଉଚିତ୍ ସେ ବିଷୟରେ ତାଲିମ ଦିଆଯାଇଥିଲା ବୋଲି ବିଶ୍ବ ହିନ୍ଦୁ ପରିଷଦର ଅନିଲ ସାମ୍ବରେ କହିଛନ୍ତି ।

କାହିଁକି ଏଭଳି ବଡ଼ ପଦକ୍ଷେପ ନିଆଗଲା ?

ବିଶ୍ୱ ହିନ୍ଦୁ ପରିଷଦ ବିଶ୍ୱାସ କରେ ଯେ ଗ୍ରାମାଞ୍ଚଳରେ, ବିଶେଷକରି ଗାଁରେ, ହିନ୍ଦୁ ସଂସ୍କୃତି ଅନୁସାରେ ବିଭିନ୍ନ ପୂଜାପାଠ କରିବା ପାଇଁ ପୂଜାରୀଙ୍କ ସଂଖ୍ୟା ବହୁତ ହ୍ରାସ ପାଇଛି। ତେଣୁ ଏହି ତାଲିମପ୍ରାପ୍ତ ପୂଜାରୀ ଗାଁକୁ ଯିବେ ଏବଂ ପୂଜା କରିବେ । ଯାହା ସମାଜରେ ସଦଭାବନା ସୃଷ୍ଟି କରିବାରେ ସାହାଯ୍ୟ କରିବ। ହିନ୍ଦୁ ସମାଜର 9 ରୁ 10 ଜାତି ଏହି ଶିବିରରେ ଯୋଗ ଦେବାକୁ ଆସିଥିଲେ।