fbpx

G-20 ସମ୍ମିଳନୀ; ସିଆରପିଏଫର ୫୦ ସ୍ପେଶାଲ୍ ଟିମ୍ ସ୍କାନରରେ ରହିବ ଦିଲ୍ଲୀ, ଏହା ସହ ୩୦୦ଟି ବୁଲେଟପ୍ରୁଫ୍ ଗାଡିର ବ୍ୟବସ୍ଥା…

ନୂଆଦିଲ୍ଲୀ; ଆସନ୍ତା ମାସ ସେପ୍ଟେମ୍ବର ୭ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ଆୟୋଜିତ ହେବ ଜି-୨୦ର ମହା ସମ୍ମିଳନୀ । ଏହି ସମ୍ମିଳନୀରେ ସାରା ବିଶ୍ୱର ବଡ଼ ବଡ଼ ରାଷ୍ଟ୍ରମୁଖ୍ୟ ଏବଂ ଅଧିକାରୀମାନେ ଏକଜୁଟ ହେବେ । ତେଣୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ପାଇଁ ପ୍ରସ୍ତୁତିପର୍ବ ଆରମ୍ଭ ହୋଇସାରିଛି । ଜି-୨୦ ସମ୍ମିଳନୀରେ ଉନ୍ନତ ମାନର ସୁରକ୍ଷା ବ୍ୟବସ୍ଥା ପାଇଁ ଗୃହ ମନ୍ତ୍ରଣାଳୟରେ ପୂର୍ବରୁ ବହୁ ଥର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇସାରିଛି ।

ଏହି ସମ୍ମିଳନୀ ସମୟରେ ସୁରକ୍ଷା ବ୍ୟବସ୍ଥା ପାଇଁ ହାଇ ଆଲର୍ଟରେ ରହିବ ରାଜଧାନୀ ଦିଲ୍ଲୀ । ସିଆରପିଏଫର ୫୦ ସ୍ପେଶାଲ୍ ଟିମ୍ ସ୍କାନରରେ ରହିବ ଦିଲ୍ଲୀ । ପାଖାପାଖି ୧୦୦୦ ଅଭିଜ୍ଞ ସୈନ୍ୟଙ୍କୁ ଏହି ଟିମରେ ସାମିଲ କରାଯାଇଛି । ପୂର୍ବରୁ ଭିଆଇପିଙ୍କ ସୁରକ୍ଷା କାମରେ ଏହି ୧୦୦୦ ଯବାନ ନିୟୋଜିତ ରହିଥିଲେ । ଏହି ଯବାନ ମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଜି-୨୦ର ଭିଆଇପିଙ୍କ ସୁରକ୍ଷାରେ ନିୟୋଜିତ କରାଯିବ । ଦିଲ୍ଲୀ ଇନ୍ଦିରା ଗାନ୍ଧୀ ବିମାନବନ୍ଦର ଏବଂ ଗାଜିଆବାଦ ହିଡନ ଏୟାରବସ ଠାରୁ ପ୍ରଗତୀ ମୈଦାନର ଜି-୨୦ ସମ୍ମିଳନୀ କକ୍ଷ ପର୍ଯ୍ୟନ୍ତ ସିଆରପିଏଫର ସ୍ପେଶାଲ କମାଣ୍ଡୋ ଟିମ୍ ନିୟୋଜିତ ରହିବେ । ସେହିପରି ଏହା ସହିତ ଦିଲ୍ଲୀ ପୋଲିସ ଏକ ଅନଲାଇନ ହେଲ୍ପ ଡେସ୍କ ମଧ୍ୟ ସ୍ଥାପନ କରିବ ।

ଅନ୍ୟପଟେ ବିଦେଶରୁ ଆସୁଥିବା ଅତିଥିମାନଙ୍କ ପାଇଁ ଦିଲ୍ଲୀ ଏନସିଆରର ୯ଟି ହୋଟେଲ ଓ ଦିଲ୍ଲୀରେ ୨୩ଟି ହୋଟେଲର ବ୍ୟବସ୍ଥା କରାଯାଇଛି । ଅତିଥିମାନଙ୍କ ପାଇଁ ୩୦୦ଟି ବୁଲେଟପ୍ରୁଫ୍ ଗାଡିର ବ୍ୟବସ୍ଥା ମଧ୍ୟ କରାଯାଇଛି । ଅତିଥିମାନଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତ ସରକାର ଏପରି ବ୍ୟବସ୍ଥା କରିଛନ୍ତି ।

Flights, hotels and roads—what to expect in Delhi during the G20 Summit |  Condé Nast Traveller India

 

Get real time updates directly on you device, subscribe now.