fbpx

Video; ସମ୍ୱଲପୁରରେ ଚାଞ୍ଚଲ୍ୟ, ବାଘକୁ ମାରି ଝୋଳ କରି ଚିକେନ୍ ଭଳି ଭିଡ଼ି ଭିଡ଼ି ଖାଇଗଲେ ଶିିକାରୀ

ସମ୍ୱଲପୁର: (ଓଡ଼ିଶା ଭାସ୍କର) ବାଘଠୁ ହିଂସ୍ର ମଣିଷ ! ଖାଇଗଲେ କଲରାପତରିଆ ମାଂସ । ବନ୍ଧୁକ ଓ ଜାଲରେ ଶିକାର କରି ଭୋଜିଭାତର ଆସର କରିଥିଲେ । କଲରାପତରିଆକୁ ମାରି ତା’ ମାଂସ ରାନ୍ଧୁଥିଲେ। ହେଲେ ବନ ବିଭାଗ ଖବର ପାଇ ଅଚାନକ ଚଢ଼ଉ କରିଥିଲା । ରୋଷେଇ କରୁଥିବା ୩ ଜଣ ଶିକାରୀକୁ ହାବୁଡି ଧରିଥିଲା। ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଅନ୍ୟ ପଶୁ ପକ୍ଷୀଙ୍କ ମାଂସ ଖାଇବା ସାଧାରଣ ଘଟଣା ହୋଇଥିଲେ ମଧ୍ୟ କଲରାପତରିଆ ଖାଇବା ପ୍ରଥମ ବୋଲି ଚର୍ଚ୍ଚା ହେଉଛି।

ଏଭଳି ଏକ ଅମାନୁଷିକ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ଗିରିଶ୍ଚନ୍ଦ୍ରପୁର ରେଞ୍ଜରେ । ସୋମବାର ରାତିରେ ଗିରିଶ୍ଚନ୍ଦ୍ରପୁର ବନାଞ୍ଚଳ ହୀରାଲାଇ ଗାଁ ନିକଟ ଲଣ୍ଡାକୋଟ ଜଙ୍ଗଲରେ କଲରାପତରିଆ ଶିକାର କରି ମାଂସ ରୋଷେଇ ହେଉଥିବା ବନବିଭାଗ ଖବର ପାଇଥିଲା। ରାତି ପ୍ରାୟ ୧୧ଟା ବେଳେ ଚଢ଼ଉ କରି ୩ ଜଣଙ୍କୁ ଗିରଫ କରିଛି ବନ ବିଭାଗ। ଅଭିଯୁକ୍ତ ହେଲେ ପବିତ୍ର ମହାନନ୍ଦ, ପ୍ରଫୁଲ୍ଲ ବାର୍ଲା ଏବଂ କୁଆଁର ଟସୋ। ଏ ନେଇ ରେଢ଼ାଖୋଲ ଡିଏଫ୍‌ଓ ସୂଚନା ଦେଇଛନ୍ତି।

ଘଟଣା ସ୍ଥଳରୁ ରନ୍ଧା ମାଂସ, କଟା ମୁଣ୍ଡ, ଖପୁରୀ, ଗୋଡ଼, ଲାଞ୍ଜ, ଚମଡ଼ା ସହ ଶରୀରର ଅନ୍ୟ ଅଂଶ ଜବତ କରିଛି। ଏହା ସହ ସମ୍ବର ଶିଙ୍ଗ, ୫ଟି ଟାଙ୍ଗିଆ ଏବଂ ଦେଶୀ ବନ୍ଧୁକ ଜବତ କରାଯାଇଛି । ବନ ବିଭାଗ ଚଢ଼ଉ ସମୟରେ କଲରାପତରିଆର ମାଂସକୁ ଏକ କଢ଼େଇରେ ରୋଷେଇ କରାଯାଉଥିଲା। ଯାହାକୁ ଦେଖି ବନ ବିଭାଗ ଅଧିକାରୀ ଓ କର୍ମଚାରୀଙ୍କ ହୋସ୍ ଉଡିଯାଇଥିଲା । ପୂର୍ବରୁ ସମ୍ବର, କୁଟୁରା, ବାର୍ହା, ଠେକୁଆ ସହ ଅନ୍ୟ ବନ୍ୟଜନ୍ତୁଙ୍କ ମାଂସ ଖାଇବା ଦେଖିବାକୁ ମିଳୁଥିଲା। ହେଲେ ଗତକାଲିର ଘଟଣା ସମସ୍ତଙ୍କୁ ଚକିତ କରିଛି।

Get real time updates directly on you device, subscribe now.