fbpx

ED କୁ ଦିଆଯାଇଛି ଅପାର କ୍ଷମତା; ‘ଯଦି ସୁପ୍ରିମକୋର୍ଟ ଏହାର ସମିକ୍ଷା ନକରନ୍ତି, ତେବେ କେହି ସୁରକ୍ଷିତ ନୁହଁନ୍ତି’: ହରିଶ ସାଲଭେ

Advertisement

ନୁଆଦିଲ୍ଲୀ: ମନି ଲଣ୍ଡରିଂ ଭଳି ମାମଲାର ତଦନ୍ତ କରିବା ପାଇଁ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)କୁ ମିଳିଛି ଅପାର କ୍ଷମତା। ଏହା ବ୍ୟକ୍ତିଗତ ସ୍ୱାଧୀନତାକୁ ବିପଦରେ ପକାଇବା ଆଶଙ୍କା ଥିବାରୁ ଏହାର ସମିକ୍ଷା ହେବା ଆବଶ୍ୟକ ବୋଲି ମଙ୍ଗଳବାର ସୁପ୍ରିମକୋର୍ଟକୁ କହିଛନ୍ତି ସିନିୟର ଆଡଭୋକେଟ୍ ହରିଶ ସାଲଭେ । ଜଷ୍ଟିସ ଏଏସ୍ ବୋପାନ୍ନା ଏବଂ ଏମଏମ ସୁନ୍ଦରସନଙ୍କ ବେଞ୍ଚ ଗୁରୁଗ୍ରାମ ସ୍ଥିତ ଏମ୍‌ଥ୍ରୀଏମ୍ କମ୍ପାନୀର ବିରୋଧରେ ମନି ଲଣ୍ଡରିଂ ମାମଲାର ଶୁଣାଣି କରିବା ସମୟରେ ହରିଶ ସାଲଭେ ଏହି କଥା କହିଛନ୍ତି ।

ଦିଲ୍ଲୀ ହାଇକୋର୍ଟର ଏକ ଆଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଏକ ଶୁଣାଣି ଶୁଣାଣି କରିଥିଲେ । ଯେଉଁଥିରେ ଜଣେ ପୂର୍ବତନ ବିଚାରପତିଙ୍କ ସହ ଜଡ଼ିତ ଲାଞ୍ଚ ମାମଲାରେ ଟଙ୍କା ହେରଫେର ଘଟଣାରେ ଏମ୍‌ଥ୍ରୀଏମ୍ ନିର୍ଦ୍ଦେଶକ, ବସନ୍ତ ବଂଶଲ ଏବଂ ପଙ୍କଜ ବଂଶଲଙ୍କୁ ଗିରଫ କରିବାରେ ହସ୍ତକ୍ଷେପ କରିବାକୁ କୋର୍ଟ ମନା କରିଦେଇଥିଲେ । ହରିଶ ସାଲଭେଙ୍କ ସହିତ ବରିଷ୍ଠ ଓକିଲ ମୁକୁଲ ରୋହତୋଗି ଏହି ମାଲମାରେ ବଂଶଲ ଭାଇଙ୍କ ପକ୍ଷ ରଖିଥିଲେ ।

ଏହି ସମୟରେ ହରିଶ ସାଲଭେ ଖଣ୍ଡପୀଠକୁ କହିଥିଲେ ଯେ, ଇଡିକୁ ଏହିଭଳି ମାମଲା ଗୁଡ଼ିକ ପାଇଁ ଅପାର କ୍ଷମତା ମିଳିଛି । ଯଦି କୋର୍ଟ ଏହାର ସମିକ୍ଷା ନକରନ୍ତି, ତେବେ ଦେଶରେ କଏହି ସୁରକ୍ଷିତ ନୁହନ୍ତି । ଇଡି ଗତ ୧୪ ଦିନ ଧରି ବଂଶଲ ଭାଇଙ୍କୁ ଗିରଫ କରି ରଖିଛି, ଯେତେବେଳେ କି ସେମାନେ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରୁଥିଲେ ।

ଏହା ସହିତ ସେ କହିଛନ୍ତି ଯେ, ଇଡିକୁ ଏପରି ଢଙ୍ଗରେ କାର୍ଯ୍ୟ କରିବାକୁ ପ୍ରୋତ୍ସାହନ ଦେବାପାଇଁ ଜାମିନ ସର୍ତ୍ତଗୁଡିକର କୌଣସି ଉଲ୍ଲଂଘନ ମଧ୍ୟ ହୋଇନାହିଁ । ଏହି ସମୟରେ ବିଚାରପତି ସୁନ୍ଦରସନ ହାଲକା ସ୍ୱରରେ କହିଥିଲେ ଯେ ଆପଣ ଠିକ୍ କହୁଛନ୍ତି, ଏହା ଏକ ବିଲେଇ ଏବଂ ମୁଷାର ଖେଳ, ସେମାନେ ଆଇନ୍‌ର ବ୍ୟବହାର କରୁଛନ୍ତି ।

ଇଡି ବଂଶଲ ଭାଇଙ୍କୁ ଜୁନମ୍ ୧୪ ତାରିଖରେ ଗିରଫ କରିଥିଲା । ଏହାପରେ ହରିୟାଣାର ଏକ ସ୍ପେସାଲ କୋର୍ଟ ସେମାନଙ୍କୁ ୫ ଦିନିଆ ରିମାଣ୍ଡରରେ ପଠାଇଥିଲେ ।

Get real time updates directly on you device, subscribe now.