fbpx
BSKY SKY
BSKY SKY

ମେଳାରେ ହଠାତ ଅଟକିଗଲା ଦୋଳି, ପବନରେ ଅଟକି ରହିଲେ ୫୦ରୁ ଅଧିକ ଲୋକ

BSKY

ନୂଆଦିଲ୍ଲୀ : ସାରା ଦେଶରେ ଏବେ ନବରାତ୍ରୀ ଚାଲିଛି । ବିଭିନ୍ନ ସ୍ଥାନରେ ପେଣ୍ଡାଲ ମଧ୍ୟ ହୋଇଛି । ଏହା ଛଡା ଅନେକ ସ୍ଥାନରେ ରାମଳୀଲା ମଧ୍ୟ ହେବାରେ ଲାଗିଛି । ମେଳା ମଧ୍ୟ ହେଉଛି ଏହି ମେଳାରେ ଲୋକମାନଙ୍କ ଭିଡ ମଧ୍ୟ ଦେଖିବାକୁ ମିଳୁଛି । ଏହି ମେଳାରେ ବଡ ବଡ ଦୋଳି ଲାଗିଥିବା ଦେଖିବାକୁ ମିଳିଥାଏ ।

ଏହା ମଧ୍ୟରେ ବୁଧବାର ଦିଲ୍ଲୀର ନରେଲାରେ ହେଉଥିବା ଏକ ମେଳାରେ ଏକ ଅଘଟଣ ହେବାରୁ ବର୍ତ୍ତି ଯାଇଛି । ତେବେ ସୂଚନା ଅନୁସାରେ ଦିଲ୍ଲୀରେ ହେଉଥିବା ଏହି ମେଳାରେ ଏକ ଗୋଲାକୃତି ଦୋଳି କାମ କରିବା ବନ୍ଦ କରି ଦେଇଥିଲା । ଯେତେବେଳେ ଏହି ଘଟଣା ହୋଇଥିଲା ସେତେବେଳେ ଏଥିରେ ୫୦ ଜଣ ଲୋକ ଥିଲେ ।

ଦୋଳି ଅଟକିଲା ପରେ ଲୋକମାନେ ଭୟଭିତ ହୋଇଥିଲେ । ଏହି ୫୦ ଜଣ ଲୋକ ଦୋଳିରେ ଅଧଘଣ୍ଟା ପର୍ଯ୍ୟନ୍ତ ସେହି ଦୋଳିରେ ଫସି ରହିଥିଲେ । ଏହାରି ମଧ୍ୟରେ ଅନେକ ଲୋକ ଏହାର ଭିଡିଓ ପ୍ରସ୍ତୁତ କରିଥିଲେ । ଯାହା ଏବେ ଭାଇରାଲ ହେବାରେ ଲାଗିଛି । ଏହି ଘଟଣା ଘଟିବା ପରେ ତୁରନ୍ତ ପୋଲିସକୁ ସୂଚନା ଦିଆ ଯାଇଥିଲା । ଏହା ପରେ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ଲୋକମାନଙ୍କୁ ଉଦ୍ଧାର କରିଥିଲେ । ତେବେ ସୂଚନା ଅନୁସାରେ କୌଣସି ବ୍ୟକ୍ତିଙ୍କୁ ଏଥିରେ କ୍ଷତି ହୋଇ ନାହିଁ । ତେବେ ପୋଲିସ ଏହି ଘଟଣାର ଯାଞ୍ଚ କରୁଛି ।

Get real time updates directly on you device, subscribe now.