fbpx

ବାଂଲାଦେଶକୁ ପରାସ୍ତ କଲେ ଭାରତ ସେମିରେ ପହଞ୍ଚିଯିବ କି? କ’ଣ ରହିଛି ସମୀକରଣ

ନୂଆଦିଲ୍ଲୀ: ଚଳିତ ଦିନିକିଆ ବିଶ୍ୱକପରେ ଭାରତର ବିଜୟ ଅଭିଯାନ ଜାରି ରହିଛି । ବିଶ୍ୱକପରେ ନିଜର ପ୍ରଥମ ୩ଟି ମ୍ୟାଚରେ ଭାରତ ବିଜୟ ହାସଲ କରି ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛି । ତେବେ ଏହା ମଧ୍ୟରେ ଆଜି ଟିମ୍ ଇଣ୍ଡିଆ ବାଂଲାଦେଶକୁ ଭେଟିବାକୁ ଯାଉଛି । ତେଣୁ ଆଜିର ମ୍ୟାଚରେ ଯଦି ଭାରତ ବିଜୟ ଲାଭ କରେ ତେବେ ସେମିଫାଇନାଲରେ ପହଞ୍ଚି ପାରିବ କି ନା ସେନେଇ ଏବେ କ୍ରୀଡ଼ାପ୍ରେମୀଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଚଳିତ ବିଶ୍ୱକପ ଭାରତ ଆୟୋଜନ କରୁଥିବା ବେଳେ ଏହା ମଧ୍ୟରେ ଏହି ଇଭେଣ୍ଟରେ ଦୁଇଟି ବଡ଼ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି । କିଛି ଦୁର୍ବଳ ଟିମ୍ ବଡ଼ ଟିମକୁ ପରାସ୍ତ କରି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିପାରିଛନ୍ତି । ଆଫଗାନିସ୍ତାନ ଇଂଲଣ୍ଡକୁ ଓ ନେଦରଲାର୍ଡସ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ନିଜର ଶକ୍ତିର ପରିଚୟ ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ଭାରତ ଓ ନ୍ୟୁଜିଲାଣ୍ଡର ଯାତ୍ରା ବହୁତ ଭଲ ରହିଛି । ଏହି ଦୁଇ ଟିମ୍ ବର୍ତ୍ତମାନ ସୁଦ୍ଧା ଅପରାଜେୟ ରହିଛନ୍ତି ।

ଯଦି ଆଜିର ମ୍ୟାଚରେ ଭାରତ ବିଜୟ ଲାଭ କରେ ତେବେ ନ୍ୟୁଜିଲାଣ୍ଡକୁ ପଛକୁ ହଟାଇ ଟିମ୍ ଇଣ୍ଡିଆ ପଏଣ୍ଟ ଟେବୁଲର ଟପରେ ପହଞ୍ଚିଯିବ । ଏଥିସହିତ ନ୍ୟୁଜିଲାଣ୍ଡ ଓ ଭାରତ ସେମିଫାଇନାଲରେ ପ୍ରବେଶର ନିକଟତର ହୋଇଯିବେ । ବାଂଲାଦେଶକୁ ପରାସ୍ତ କରିବା ପରେ ଭାରତୀୟ ଟିମ୍ ପରବର୍ତ୍ତୀ ଦୁଇଟି ମୁକାବିଲା ଜିତିଲେ ମୋଟ ୬ଟି ବିଜୟ ଓ ୧୨ ଅଙ୍କ ସହିତ ସେମିଫାଇନାଲ ପାଇଁ ନିଜର ସ୍ଥିତି ମଜବୁତ କରିପାରିବ । ସେମିଫାଇନାଲ ରାସ୍ତାକୁ ଶକ୍ତ କରିବାକୁ ହେଲେ ଭାରତକୁ ପରବର୍ତ୍ତୀ ୩ଟି ମ୍ୟାଚ ଜିତିବାକୁ ହେବ ।

Get real time updates directly on you device, subscribe now.