fbpx
BSKY SKY
BSKY SKY

ଚିଲିକା ଜଳରାଶିରେ ଭାସିବ ବିଳାସପୂର୍ଣ୍ଣ ରେଷ୍ଟରୁରାଣ୍ଟ, ଖର୍ଚ୍ଚ ହେବ ସାଢେ ୬ କୋଟି

BSKY

ଭୁବନେଶ୍ୱର: ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମି ଗୁଡ଼ିକୁ ସୁଦୃଢ କରିବା ଲାଗି ରାଜ୍ୟ ସରକାର ଅନେକ ପ୍ରୟାସ କରିଆସୁଛନ୍ତି । ସେଥି ମଧ୍ୟରୁ ଚିଲିକା ଏକ ବଡ଼ ପର୍ଯ୍ୟଟନ କେନ୍ଦ୍ର ରୂପେ ପରିଚିତ । ଖୁବଶୀଘ୍ର ଚିଲିକା ଜଳରାଶିରେ ବିଳାସପୂର୍ଣ୍ଣ ରେଷ୍ଟୁରାଣ୍ଟ ଭାସିବ ବୋଲି ପର୍ଯ୍ୟଟନ ବିଭାଗ ପକ୍ଷରୁ ସବୁ ପ୍ରକାରର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଁଚିଛି । ଏହି ଭାସମାନ ରେଷ୍ଟରୁରାଣ୍ଟ ଲାଗି ପ୍ରାୟ ୬ କୋଟି ଟଙ୍କା ଖର୍ଚ୍ଚ ହେବ ।

ଏହି ରେଷ୍ଟରୁରାଣ୍ଟରେ ପର୍ଯ୍ୟଟକମାନେ ବିଭିନ୍ନ ରାଜକୀୟ ସେବା ପାଇବେ । ଏଥିରେ ପର୍ଯ୍ୟଟକମାନେ ଚିଲିକା ବୁଲିବା ସହ ରାତ୍ରିଯାପନ ମଧ୍ୟ କରିପାରିବେ । ଜନ୍ମଦିନ, ବିବାହ, ବାର୍ଷିକୀ, ନିର୍ବନ୍ଧ ଭଳି ସାମାଜିକ କାର୍ଯ୍ୟକ୍ରମ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ରହିବ । ଦୁଇ ମହଲା ବିଶିଷ୍ଟ ଏହି ଭାସମାନ ରେଷ୍ଟରୁରାଣ୍ଟରେ ମୋଟ ୮୪ ଜଣ ପର୍ଯ୍ୟଟକଙ୍କ ରହଣି ବ୍ୟବସ୍ଥା ରହିବ । ଟପ୍-ଡେକରେ ୩୬ ଓ ମେନ-ଡେକରେ ୪୮ ଜଣ ପର୍ଯ୍ୟଟକଙ୍କ ପାଇଁ ସମସ୍ତ ସୁବିଧା ରହିବ । ତାରକା ହୋଟେଲ ଭଳି ଏସି-ରୁମ ସାଙ୍ଗକୁ ସୁସ୍ୱାଦୁ ଖାଦ୍ୟର ମେନ୍ୟୁ ଉପଲବ୍ଧ ହେବ । ଏସବୁର ଦର ମଧ୍ୟ ପର୍ଯ୍ୟଟକଙ୍କ ପକେଟକୁ ସୁହାଇଲା ଭଳି ରହିବ । ପର୍ଯ୍ୟଟକମାନେ ନିଜ ମନ ପସନ୍ଦର ଖାଣ୍ଟି ଓଡ଼ିଆ ଖାଦ୍ୟ ସହ କଣ୍ଟିନେଣ୍ଟାଲ, ଚାଇନିଜ୍ ଆଦି ବିଭିନ୍ନ ପ୍ରକାର ଖାଦ୍ୟର ମଜା ନେଇପାରିବେ ।

ପ୍ରତିବର୍ଷ ଚିଲିକାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ଭାସମାନ ରେଷ୍ଟରୁରାଣ୍ଟ ଆରମ୍ଭ କରିବାକୁ ବିଭାଗ ନିଷ୍ପତ୍ତି ନେଇଛି । ଚଳିତ ପର୍ଯ୍ୟଟନ ଋତୁରେ ହିଁ ପର୍ଯ୍ୟଟକମାନେ ଏହି ସୁବିଧା ପାଇପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.