fbpx

ଶରୀରରେ ଟାଟୁ ଥିଲେ ମିଳିବନି ସରକାରୀ ଚାକିରୀ: କେଉଁ କେଉଁ ପଦ ପାଇଁ ଏହି ନିୟମ ଲାଗୁ ହୋଇଥାଏ

ନୂଆଦିଲ୍ଲୀ: ଆଜିକାଲିର ସମୟରେ ଅଧିକାଂଶ ଯୁବପୀଢ଼ି ବଡ଼ ବଡ଼ ସେଲିବ୍ରେଟୀ, କ୍ରୀଡ଼ାବିତଙ୍କୁ ଅନୁସରଣ କରି ନିଜ ଶରୀରର ବିଭିନ୍ନ ଅଙ୍ଗରେ ଟାଟୁ କରାଉଥିବା ଦେଖାଯାଉଛି । ତେବେ ଏହି ଟାଟୁ ଆପଣଙ୍କ ଶରୀରକୁ ଆକର୍ଷଣୀୟ କରାଇ ଥାଇପାରେ, ମାତ୍ର କିଛି ଚାକିରି କ୍ଷେତ୍ରରେ ଏହା ବଡ଼ ପ୍ରତିବନ୍ଧକ ସାଜିଥାଏ । ସରକାରଙ୍କ ଏଭଳି କିଛି ପଦ ପାଇଁ ଆପଣ ଆବେଦନ କରିବାରୁ ବଞ୍ଚିତ ହୋଇପାରନ୍ତି ।

ଆପଣଙ୍କ ଶରୀରରେ ଟାଟୁ ଥିଲେ ଆପଣ ଭାରତରେ କିଛି ସରକାରୀ ଚାକିରି ପାଇଁ ଆବେଦନ କରିପାରିବେ ନାହିଁ । କାରଣ ଶରୀରରେ ଟାଟୁ ରହିଥିବା କାରଣରୁ ପ୍ରାର୍ଥୀଙ୍କୁ ସରକାରୀ ଚାକିରିରୁ ବାହାର କରି ଦିଆଯାଇଥାଏ । ଯଦି ଆପଣ ଶରୀରରେ ଟାଟୁ କରାଇବାକୁ ଚାହାନ୍ତି ଆଉ ସରକାରୀ ଚାକିରି ପାଇଁ ପ୍ରସ୍ତୁତ କରୁଛନ୍ତି ତେବେ ଆପଣଙ୍କୁ ଏହାର ନିୟମ ଜାଣିବା ନିହାତି ଜରୁରୀ ।

ଭାରତୀୟ ପ୍ରଶାସନିକ ସେବା, ଭାରତୀୟ ପୋଲିସ ସେବା, ଭାରତୀୟ ରେଳ ସେବା, ଭାରତୀୟ ବିଦେଶ, ସେବା, ଭାରତୀୟ ବାୟୁସେନା, ଭାରତୀୟ ତଟରକ୍ଷୀ ବାହିନୀ, ଭାରତୀୟ ସେନା, ଭାରତୀୟ ନୌବାହିନୀ ଓ ପୋଲିସ ସେବାରେ କାଟୁକୁ ବାରଣ କରାଯାଇଥାଏ । ଯଦି ପ୍ରାର୍ଥୀ ଆଦିବାସୀ ସମ୍ପ୍ରଦାୟର ହୋଇଥାନ୍ତି ତେବେ କିଛି ସରକାରୀ ଚାକିରିରେ ଟାଟୁକୁ ଅନୁମତି ଦିଆଯାଇଥାଏ । ଟାଟୁକୁ ନେଇ ବହୁ ସ୍ଥାନରେ ନିୟମ ଲାଗୁ ହୋଇଥାଏ । ଏୟାର ଫୋର୍ସ, ଇଣ୍ଡିଆନ ନେଭି, କଷ୍ଟ ଗାର୍ଡ, ଡିଫେନ୍ସ ସେବାରେ ଟାଟୁ କାରଣରୁ ଚାକିରି ପାଇବା ସମସ୍ୟା ହୋଇଥାଏ । ଶରୀରରେ ଟାଟୁ ଥିଲେ ଏଚଆଇଭି, ଚର୍ମରୋଗ, ହେପାଟାଇଟିସ ଏ ଓ ବି ଭରି ଭୟଙ୍କର ରୋଗର ଆଶଙ୍କା ରହିଥାଏ । ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଧରାପଡ଼ିଲେ ଟାଟୁ କାରଣରୁ ସେ ସହଜରେ ଚିହ୍ନଟ ହେବାର ଆଶଙ୍କା ରହିଥାଏ ।

Get real time updates directly on you device, subscribe now.