fbpx

ଆଗାମୀ ୨ ଦିନରେ ଉତ୍ତର ଭାରତର ଏହି ରାଜ୍ୟରେ ବର୍ଷା ସହ ତୁଷାରପାତ ସମ୍ଭାବନା, IMDର ସୂଚନା

Advertisement

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ରାଜ୍ୟ ତଥା ଦେଶର ଅନେକ ଅଂଚଳରେ କୋହଳା ପାଗ ସହ ବର୍ଷା ଦେଖିବାକୁ ମିଳିଛି । ଆଜି ଉତ୍ତର ଭାରତର ଜାମ୍ମୁ କାଶ୍ମୀର, ଲାଦାଖ, ଗିଲଗିଟ୍ ବାଲିସ୍ତାନରେ ଘଡ଼ଘଡ଼ି ସହ ବର୍ଷା ଏବଂ ତୁଷାରପାତ ହେବ । ଏହା ସହ ବିହାର, ଆସାମ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଓଡ଼ିଶା, ତଟୀୟ ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଛତିଶଗଡ଼ରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଥିବା ନେଇ IMD ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଫେବୃଆରୀ ୨୬ ଏବଂ ୨୭ରେ ଉତ୍ତରାଖଣ୍ଡ ଏବଂ ହିମାଚଳ ପ୍ରଦେଶ ସହ ମଧ୍ୟ ଭାରତରେ ବର୍ଷା ସହ ତୁଷାରପାତ ହେବା ନେଇ IMD ବିଭାଗ ଆକଳନ କରିଛି । ଜେଟ୍ ଷ୍ଟ୍ରୀମ୍ ପବନ ଯୋଗୁଁ ଉତ୍ତର ପୂର୍ବ ରାଜ୍ୟ ଯଥା ଅରୁଣାଚଳ ପ୍ରଦେଶ, ସିକ୍କିମ୍‌, ମେଘାଲୟ, ନାଗାଲ୍ୟାଣ୍ଡ, ମଣିପୁର ଏବଂ ମିଜୋରାମରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏହା ବ୍ୟତୀତ ଉତ୍ତର ପ୍ରଦେଶର ଅଧିକାଂଶ ଜିଲ୍ଲାରେ ଫେବୃଆରୀ ୨୮କୁ ବର୍ଷା ହେବାର ସମ୍ଭାବନା ରହିଛି । ଶନିବାର ଦିଲ୍ଲୀର ସର୍ବାଧିକ ତାପମାତ୍ରା ୨୬.୬ ଡିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଥିଲା । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ତଥ୍ୟ ଅନୁଯାୟୀ ବାୟୁ ଗୁଣବତ୍ତାର ସୂଚକାଙ୍କ ୧୮୬ ରହିଛି ଯାହା ମଧ୍ୟମ ଶ୍ରେଣୀରେ ଅନ୍ତର୍ଭୁକ୍ତ ।

Get real time updates directly on you device, subscribe now.